୨୧ ମାସ ପରେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ସାମନାକୁ ଆସିଲା


ଗୋଟିଏ ବର୍ଷେ ପୂର୍ବେ ଜାମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଉତ୍ତରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଏବଂ ଫଟୋ ଏବେ ସାମନାକୁ ଆସିଛି । ୧୮ ସେପ୍ଟେମ୍ବର ୨୦୧୬ରେ ଆତଙ୍କବାଦୀମାନେ ଭାରତୀୟ ସୈନ୍ୟ କ୍ୟାମ୍ପ ଉପରେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ । ଯାହାର ଠିକ ୧୧ ଦିନ ପରେ ଭାରତୀୟ ସୈନ୍ୟ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭିତରେ ପଶିି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ । ସର୍ଜିକାଲ ଷ୍ଟ୍ରାଇକ ଦେଶ ସମେତ ବିଦେଶରେ ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ଭାରତୀୟ ସୈନ୍ୟ ଆତଙ୍କବାଦୀଙ୍କ ଆଡାସ୍ଥଳୀକୁ ଧ୍ୱଂସ ବିଧ୍ୱସଂ କରିଦେଇଥିଲେ । ଏହାକୁ ନେଇକି ଦେଶରେ ରାଜନିତି ମଧ୍ୟ ସରଗରମ ହୋଇ ଯାଇଥିଲା । ବିରୋଧି ଦଳ ମାନେ ଏହା ଉପରେ ଅନେକ ପ୍ରଶ୍ନ ଉଠାଇ ସର୍ଜିକାଲ ଷ୍ଟ୍ରାଇକ କୁ ଫର୍ଜିକାଲ ଷ୍ଟ୍ରାଇକର ଆଖ୍ୟା ଦେଇଥିଲେ । କେବଳ ଏହା ନୁହେଁ ଦେଶର ନେତା ଏବଂ ବୁଦ୍ଧିଜୀବିମାନେ ଏହାର ପ୍ରମାଣ ମଧ୍ୟ ମାଗିଥିଲେ । ଏହା ସହ ସୋଲିଆଲ ମିଡିଆରେ ମଧ୍ୟ ଏହାର ଉପରେ ଦାବୀ ଉଠିଥିଲା ଯେ, ସରକାର କୌଣସି ସର୍ଜିକାଲ ଷ୍ଟ୍ରାଇକ କରି ନାହାନ୍ତି, ଯଦି କରିଛନ୍ତି ଏହାର ପ୍ରମାଣ ଦିଅନ୍ତୁ ।
ଆପଣଙ୍କୁ କହି ରଖିବାକୁ ଚାହିଁଛୁ କି ସର୍ଜିିକାଲ ଷ୍ଟ୍ରାଇକର ପର ଦିନ ତତ୍କାଳୀନ ମିଲିଟାଣ୍ଟ ଅପରେସନର ଡାଇରେକ୍ଟର ଜେନେରାଲ, ରଣବୀର ସିଂହ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ସର୍ଜିକାଲ ଷ୍ଟ୍ରାଇକ ସମ୍ବନ୍ଧରେ ସୂଚନା ଦେଇଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଥିଲା । ଭାରତୀୟ ସୈନ୍ୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କାର୍ଯ୍ୟନୁଷ୍ଠାନ ପରେ ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ପାକିସ୍ତାନର ଅନେକ ଲଞ୍ଚ ପ୍ୟାଡ ଧ୍ୱଂସ ବିଧ୍ୱସଂ ହେବାର ଦେଖିବାକୁ ମିଳିଛି ।

୧୮ ସେପ୍ଟେମ୍ବରରେ ଆତଙ୍କବାଦୀ ପକ୍ଷରୁ ହୋଇଥିବା ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହା ପରେ ଆତଙ୍କବାଦୀଙ୍କ ଠାରେ ପ୍ରତିଶୋଧ ନେବା ପାଇଁ ଭାରତୀୟ ସୈନ୍ୟ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ । ଏହା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ଏହାକୁ ଆନନ୍ଦର ସହ ପାଳନ କରିଥିବାବେଳେ ମୋଦି ଏବଂ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ଫୋଷ୍ଟର ଲଗାଇ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।


Share It

Comments are closed.