ଟ୍ୱିଟରରେ ଆଫ୍ରିଦିଙ୍କ ମନ୍ତବ୍ୟର କଡା ଜବାବ ରଖିଲେ ଗମ୍ଭୀର


ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବର୍ତ୍ତମାନ ଦେଶ-ବିଦେଶରୁ ଅନେକ ପ୍ରତିକ୍ରିୟା ଆସିବାରେ ଲାଗିଲାଣି । ଏହାକୁ ନେଇ ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ସାହିଦ ଆଫ୍ରିଦି ମଧ୍ୟ ନିଜ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, “କାଶ୍ମୀରରେ ମଣିଷତ୍ୱ ବିରୋଧରେ ଆକ୍ରାମକତା ଏବଂ ଅପରାଧ ଦିନକୁ ଦିନ ବଢିବାରେ ଲାଗିଲାଣି । କାଶ୍ମୀରବାସୀଙ୍କୁ ଆମ ଭଳି ସ୍ୱାଧୀନତାର ଅଧିକାର ମିଳିବାର ଆବଶ୍ୟକତା ରହିଛି ।”
ଆଫ୍ରିଦିଙ୍କର ଏହି ମନ୍ତବ୍ୟ ପରେ ବିଜେପି ସାଂସଦ ତଥା ପୂର୍ବତ୍ତନ କ୍ରିକେଟର ଗୌତମ ଗମ୍ଭୀର ନିଜର କଡା ପ୍ରତିକ୍ରିୟା ରଖିଛନ୍ତି । ସେ ଆଫ୍ରିଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, “ଚିନ୍ତା କର ନାହିଁ ପୁଅ, ଖୁବ ଶୀଘ୍ର ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସମସ୍ୟାର ସମାଧାନ ମଧ୍ୟ ହୋଇଯିବ ।”


ପ୍ରକାଶ ଥାଉକି, କେନ୍ଦ୍ର ସରକାର ସୋମବାର ଦିନ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଦିଲ୍ଲୀ ଏବଂ ପଣ୍ଡିଚେରୀ ଭଳି ଜମ୍ମୁ କାଶ୍ମୀର ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ ଏବଂ ଏଠାରେ ବିଧାନସଭା ମଧ୍ୟ ରହିବ । ଅନ୍ୟପଟେ ଲଦାଖର ସ୍ଥିତି ଚଣ୍ଡିଗଡ ଭଳି ରହିବ ସେଠାରେ ବିଧାନସଭା ରହିବ ନାହିଁ ।


Share It

Comments are closed.