‘ହୁ’ର ବଡ ଘୋଷଣା, ପୋଲିଓ ମୁକ୍ତ ହେଲା ଆଫ୍ରିକା


ଶେଷରେ ଆଫ୍ରିକା ପୋଲିଓ ମୁକ୍ତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଫ୍ରିକାକୁ ପୋଲିଓ ମୁକ୍ତ ଘୋଷଣା କରିଛି। ବିଶ୍ୱକୁ ପୋଲିଓ ମୁକ୍ତ କରିବା ପାଇଁ ଅନେକ ଦଶନ୍ଧି ଧରି ଅଭିଯାନ ଚାଲିଛି। ଡବ୍ଲୁଏଚ୍‍ଓର ଆଫ୍ରିକା ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମାତ୍‍ଶି ଦିସୋ ମୋଏତି ଏହି ଘୋଷଣା କରିଛନ୍ତି। ଆଫ୍ରିକା ପାଇଁ ଏହା ଏକ ଐତିହାସିକ ଦିବସ ବୋଲି ସେ କହିଛନ୍ତି। ପ୍ରଫେସର ରୋଜ ଗାନା ଫୋମ୍ବାନ୍ ଲେକେଙ୍କ ନେତୃତ୍ୱରେ ଏକ କମିଶନ ପ୍ରମାଣ କରିଛନ୍ତି ଯେ ଗତ ଚାରି ବର୍ଷ ଧରି ଏହି ମହାଦେଶରେ କୌଣସି ମାମଲା ଆସିନାହିଁ, ଯାହା ହେଉଛି ପୋଲିଓ ଭାଇରସ୍ ବିଲୋପ ହେବାର ସମୟ ସୀମା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ପୋଲିଓ ଭାଇରସ୍ ବର୍ତ୍ତମାନ ଆଫ୍ରିକାରେ ମୂଳପୋଛ ହୋଇଯାଇଛି।


Share It

Comments are closed.