ଟି-୨୦ ବିଶ୍ୱକପ୍: ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କଲା ଆଫଗାନିସ୍ତାନ


ଟି -୨୦ ବିଶ୍ୱକପର ଶେଷ ସୁପର -୮ ମ୍ୟାଚ୍ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସେଣ୍ଟ ଭିନ୍ସେଣ୍ଟର ଆର୍ନୋସ ଭାଲେ ଗ୍ରାଉଣ୍ଡରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୧୫ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ବାଂଲାଦେଶକୁ ୧୧୬ ରନର ଆବଶ୍ୟକତା ରହିଖିଲା। ମ୍ୟାଚ ଆଧରୁ ବର୍ଷା ହୋଇଥିଲା। ଫଳରେ ଡିଏଲଏସ ମେଥଡରେ ବାଂଲାଦେଶକୁ ୧୯ ଓଭରରେ ୧୧୪ ଟାର୍ଗେଟ ଦିଆଯାଇଥିଲା। ହେଲେ ୧୭.୫ ଓଭରରେ ବାଂଲାଦେଶ ସମସ୍ତ ୱିକେଟ ହରାଇ ୧୦୫ କରିବାକୁ ସକ୍ଷମ ହୋଇଥିଲା। ଫଳରେ ବାଂଲାଦେଶଠୁ ୮ ରନରେ ଜିତିଛି ଆଫଗାନିସ୍ତାନ। ଆଫଗାନିସ୍ତାନ ପକ୍ଷରୁ ରସିଦ ଖାନ ଓ ନବୀନ-ଉଲ-ହକ୍ ୪ଟି ଲେଖାଏଁ ୱିକେଟ ନେଇଥିଲେ।

ଏଥିସହ ଆଫଗାନିସ୍ତାନ ସେମିରେ ପ୍ରବେଶ କରିଛି। ସେମିରେ ଦକ୍ଷିଣଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ। ଗତକାଲି ଭାରତ ଅଷ୍ଟ୍ରେଲିଆକୁ ହରାଇ ସେମିରେ ପ୍ରବେଶ କରିଛି। ୨୭ରେ ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।


Share It

Comments are closed.