ଆଦିତ୍ୟ ଇନଫୋଟେକ ଲିମିଟେଡର ୧୩୦୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୨୯ରେ ଖୋଲିବ
ଭୁବନେଶ୍ୱର: ଆଦିତ୍ୟ ଇନଫୋଟେକ ଲିମିଟେଡର ଇନିସଆଲ ପବ୍ଲିକ ଅଫରିଂ (ଆଇପିଓ)ର ବିଡ ୨୦୨୫ ଜୁଲାଇ ୨୯ ମଙ୍ଗଳବାର ଦିନ ଖୋଲିବ। ଏହି ଇସ୍ୟୁର ପରିମାଣ ୧୩୦୦ କୋଟି ଟଙ୍କା ରହିଛି। ସେଥିରୁ ୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଂଶଧନକାରୀମାନେ ଅଫର ଫର ସେଲରେ ୮୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବା ପ୍ରସ୍ତାବ ରହିଛି।
ଆଙ୍କର ନିବେଶକମାନେ ୨୦୨୫ ଜୁଲାଇ ୨୮ ସୋମବାର ଦିନ ବିଡ ଦାଖଲ କରିପାରିବେ। ଏହି ଇସ୍ୟୁର ବିଡ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୫ ଜୁଲାଇ ୩୧ ଗୁରୁବାର। ଏହି ଇସ୍ୟୁରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ ୬୪୦ ଟଙ୍କାରୁ ୬୭୫ ଟଙ୍କା ମଧ୍ୟରେ ରହିବ।
ନିବେଶକମାନେ ସର୍ବନିମ୍ନ ୨୨ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ପରବର୍ତୀ ସମୟରେ ସେଥିରେ ୨୨ଟି ଲେଖାଏଁ ଇକ୍ୱିଟି ସେୟାରକୁ ଗୁଣିତକ ଭାବେ ଯୋଡ଼ିପାରିବେ। ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୬୦ ଟଙ୍କାର ରିହାତି ପ୍ରଦାନ କରାଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ହାସଲ କରିଥିବା କେତେକ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି।
ଅଫର ଫର ସେଲ୍ରେ ଆଦିତ୍ୟ ଖେମକା ୫୨୪.୦୪ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର, ଅନନମୟ ଖେମକା ୧୨.୩୧ କୋଟି ଟଙ୍କା ପର୍ଯ୍ୟନ୍ତର, ରିଷି ଖେମକା ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତର, ହରି ଶଙ୍କର ଖେମକା ୪୨.୬୪ କୋଟି ଟଙ୍କା ପର୍ଯ୍ୟନ୍ତର, ଶ୍ରଦ୍ଧା ଖେମକା ୧୯.୮୯ କୋଟି ଟଙ୍କା ପର୍ଯ୍ୟନ୍ତର ଏବଂ ଆଦିତ୍ୟ ଖେମକା ୧.୧୫ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଲିମିଟେଡରେ ତାଲିକାଭୁକ୍ତ କରାଯିବ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ।
Comments are closed.