ଆଡିଡାସ୍ ପକ୍ଷରୁ ଟେକ୍ନିକାଲ୍ ରନିଂ ସୋଲାରବୁଷ୍ଟର ଶୁଭାରମ୍ଭ


ଆଡିଡାସ୍ ରନିଂ ପକ୍ଷରୁ ଟେକ୍ନିକାଲ୍ କାର୍ଯ୍ୟଦକ୍ଷତା ପ୍ରଦାନ କରୁଥିବା ନାଶା ଇଞ୍ଜିନିୟରିଂ ଓ ଡିଜାଇନ୍ଯୁକ୍ତ ହାଲୁକା ରନିଂ ସୁର ଶୁଭାରମ୍ଭ କରାଯାଇଛି । ଏହା ବ୍ୟବହାରକାରୀଙ୍କ ପାଦକୁ ଅଭୁତପୂର୍ବ ଆରାମ ପ୍ରଦାନ କରୁଛି, ଯାହାଦ୍ୱାରା ଦୌଡ଼ାଳିମାନେ ଯେକୌଶସି ବେଗରେ ଅଥବା ଯେକୌଣସି ଦୂରତାକୁ ଅତିକ୍ରମ କରିବାରେ ସକ୍ଷମ ହେବେ ।
ବିଭିନ୍ନ ରେଞ୍ଜର ତାପମାତ୍ରା ଓ ପରିସ୍ଥିତି ଥିବା ସହରମାନଙ୍କରେ ଆଡିଡାସ୍ ରନର୍ସ କମ୍ୟୁନିଟି ଦ୍ୱାରା ଏହାକୁ ପରୀକ୍ଷଣ କରାଯାଇଛି । ଆଡିଡାସର ଏହି ଜୋତା ସ୍ଥିରତା ବୃଦ୍ଧିକୁ ତ୍ୱରାନ୍ୱିତ କରୁଛି । ଏହାର ବୈପ୍ଳବିକ ଟେଲର୍ଡ ଫାଇଭର୍ ପ୍ଲେସ୍ମେଣ୍ଟ ଜ୍ଞାନକୌଶଳ ଏହାକୁ ଅପୂର୍ବ ହାଲୁକତ୍ୱ ପ୍ରଦାନ କରୁଛି । ଉଚ୍ଚ କାର୍ଯ୍ୟକ୍ଷମଯୁକ୍ତ ୮୫% ବୁଷ୍ଟ ମିଡ଼ ସୋଲ୍ ଅଭୂତପୂର୍ବ ହାଲୁକା ସହିତ ସହଜରେ ଭୂମିରୁ ଉଠିବାରେ ଏହାକୁ ସାହାଯ୍ୟ କରୁଛି । ଉତ୍କୃଷ୍ଟମାନର ଗ୍ରିପ୍ ସହିତ ଏହାର ରବର ରୁଟ୍ ସୋଲ୍ ବ୍ୟବହାରକାରୀଙ୍କୁ ଏକ କୋମଳ ଓ ନମନୀୟ ଦୌଡ଼ ଅନୁଭୂତି ପ୍ରଦାନ କରୁଛି । ଏହି ସୋଲାର ବୁଷ୍ଟର ପୁରୁଷ ବର୍ଗର ଜୋତା ୧୪,୯୯୯ଟଙ୍କା ଓ ମହିଳା ବର୍ଗର ଜୋତା ମାତ୍ର ୧୧,୯୯୯ ଟଙ୍କାରେ ସାରା ଭାରତରେ ଉପଲବ୍ଧ ହେଉଛି । ଏହି ଜୋତା shop.adidas.co.inରେ ମଧ୍ୟ ଉପଲବ୍ଧ ହେଉଛି ।


Share It

Comments are closed.