ସଡକ ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ମୃତ


ସୋମବାର ସକାଳେ ସଡ଼କ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୭: ୩୦ରେ ବୌଦ୍ଧକୁ ଆସିବା ରାସ୍ତାର ଚାରିଛକ ଅଞ୍ଚଳର କଲରାକୋଠା ନିକଟରେ ତାଙ୍କ କାର୍‌ଟି ଗୋଟାଏ ଗଛରେ ପିଟି ହୋଇ ବୁଲି ଯାଇଥିଲା । ସାଙ୍ଘାତିକ ଆହତ ଅବସ୍ଥାରେ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ବୌଦ୍ଧ ସଦର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।


Share It

Comments are closed.