ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ଏହି ୮ଟି ସୁପର ସିଡ . . . . .

Share It

ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଏହାର ସମାଧାନ ପାଇଁ ଆପଣ ନିତିଦିନିଆ ଖାଦ୍ୟରେ ନିମ୍ନ ଲିଖିତ ୮ଟି ସୁପର ସିଡ ସାମିଲ କରନ୍ତୁ । ଯାହା ଶରୀର ପାଇଁ ଖୁବ ହିତକାରୀ ଏବଂ ସହଜରେ ବିଭିନ୍ନ ପ୍ରକାରର ପୋଷଣ ଆପଣ ପାଇପାରିବେ ।

୧.   ଚିଆ ସିଡ – ଚିଆ ସିଡ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ସ୍ରୋତ ଅଟେ । ଏହା ଶରୀରରେ କ୍ୟାଲସିୟମର ମାତ୍ରା ବୃଦ୍ଧି କରିବା ସହିତ ବ୍ୟାଡ କୋଲେଷ୍ଟ୍ରଲର ମାତ୍ରାକୁ କମ କରିଥାଏ ।

୨.   ଡାଳିମ୍ବ ସିଡ – ପମିଗ୍ରେନେଟ ସିଡ କିମ୍ବା ଅନାର ମଞ୍ଜି ଶରୀରରେ ଟ୍ୟୁମରର ବିକାଶକୁ ନିୟନ୍ତ୍ରଣ କରିଥାଏ ଏବଂ ତ୍ୱଚାକୁ ଉଜ୍ଜ୍ୱଳ ଏବଂ ଚମକଦାର କରିଥାଏ ।

୩.   ଆପ୍ରିକଟ ସିଡ – ଆପ୍ରିକଟ ସିଡ ଭିଟାମିନ ବି ୧୭ର ଉତ୍ତମ ସ୍ରୋତ ଅଟେ । ଏହାର ଆଣ୍ଟି-ଏଜିଂ ଗୁଣବତ୍ତା ମଧ୍ୟ ରହିଛି । ଏହା ସମ୍ପୂର୍ଣ୍ଣ ତ୍ୱଚା, ଚର୍ମ ଏବଂ କେଶ ପାଇଂ ଖୁବ ଉପକାରୀ ଅଟେ ।

୪.   ଅଙ୍ଗୁର ସିଡ – ଗ୍ରେପ ସିଡ ଭିଟାମିନ ଭିଟାମିନ ଇ ଏବଂ ଫ୍ଲାବିନଏଡର ଉତ୍ତମ ସ୍ରୋତ ଅଟେ । ଏହା କେଶର ବିକାଶ ସହିତ ତ୍ୱଚା ପାଇଁ ମଧ୍ୟ ଖୁବ ଭଲ ଅଟେ ।

୫.   ଫ୍ଲାକ୍ସ ସିଡ – ଫ୍ଲାକ୍ସ ସିଡରେ ସଲ୍ୟୁବଲ ଫାଇବର ରହିଛି ଏବଂ ଏହା ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

୬.   ଜିରା – ଜିରା ପ୍ରିନାଟାଲ ବିକାଶ ପାଇଁ ଖୁବ ଉପକାରୀ ଏବଂ ଏହା ହଜମ କ୍ରିୟା ମଧ୍ୟ ବୃଦ୍ଧି କରିଥାଏ ।

୭.   କଖାରୁ ସିଡ – ଏହି ସିଡ ଅକ୍ସିଡେଟିଭ ଷ୍ଟ୍ରେସ କମ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।


Share It

Comments are closed.