ଓରିଫ୍ଲେମ୍‌ର ନୂଆ ଅନ୍‌କଲର୍ ରେଞ୍ଜ୍ ଉନ୍ମୋଚିତ


ଭୁବନେଶ୍ୱର: ଅଗ୍ରଣୀ ପ୍ରତ୍ୟକ୍ଷ-ବିକ୍ରି ସ୍ୱେଡିସ୍ ବିୟୁଟି ବ୍ରାଣ୍ଡ ଓରିଫ୍ଲେମ୍ ପକ୍ଷରୁ ଆଜିର ଆତ୍ୱବିଶ୍ୱାସୀ ମହିଳାମାନଙ୍କ ପାଇଁ ଅଲ୍ ଆଇଜ୍ ପ୍ୟାଲେଟ୍‌, କ୍ରିମ୍ ଲିପ୍‌ଷ୍ଟିକ୍ ଓ ପାୱାର ଅପ୍ ଫାଉଣ୍ଡେସନର ଶୁଭାରମ୍ଭ ସହିତ ଏହାର ଅନ୍‌କଲର୍ ରେଞ୍ଜ୍‌କୁ ସମ୍ପ୍ରସାରିତ କରାଯାଇଛି । ଲଙ୍ଗ୍‌-ଲାଷ୍ଟିଙ୍ଗ୍ ୱେର୍ ପାଇଁ ଡିଜାଇନ୍ କରାଯାଇଥିବା ନୂଆ ଅନ୍ କଲର୍ ଅଲ୍ ଆଇଜ୍ ପ୍ୟାନେଲ୍ ୮ଟି କ୍ୟୁରେଟେଡ୍‌, ପିଗ୍‌ମେଂଟ୍‌-ରିଚ୍ ସେଡ୍‌ରେ ମାଟେ ଓ ସେମି-ସିମର୍ ଫିନିସ୍ ସହିତ ଆଖି ଓ ଆଇବ୍ରୋ ପାଇଁ ଉପଲବ୍ଧ ହେଉଛି ।
ଗ୍ରାହକମାନେ ଇନ୍‌-ବକ୍ସ ହାଓ-ଟୁ-ଆପ୍ଲାଏ ନିର୍ଦ୍ଦେଶାବଳୀର ବ୍ୟବହାର କରି ଏହି ସେଡ୍‌ଗୁଡିକୁ ମିଶ୍ରଣ କରି ସ୍ମୋକି ଆଇ ଲୁକ୍ ପାଇପାରିବେ । ସେହିପରି ଅନ୍‌କଲର୍ କ୍ରିମ୍ ଲିପ୍‌ଷ୍ଟିକ୍ ୬ଟି ନୂତନ କ୍ରିମି ଓ ଭାଇବ୍ରାଂଟ୍ ସେଡ୍‌ରେ ଉପଲବ୍ଧ ହେଉଛି । ନୂଆ ଓସି ବୁଲେଟ୍ ଓ କ୍ରିମ୍ କମ୍ଫର୍ଟ କମ୍ପେ୍ଲକ୍ସର ବ୍ୟବହାର କରି ଏହି କ୍ରିମି ଲିପ୍‌ଷ୍ଟିକ୍‌ଗୁଡିକ ଏକ କୋମଳ ଓ ସହଜ ପ୍ରୟୋଗ ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ସେଡ୍ ଭାଇବ୍ରାଂଟ୍ ପିଗ୍‌ମେଂଟ୍ ବ୍ଲେଣ୍ଡ ସହିତ ପ୍ରସ୍ତୁତ । ଏହାର ନୂତନ ଅନ୍ କଲର୍ ପାୱାର ଅପ୍ ଫାଉଣ୍ଡେସନ ସହିତ ଆପଣଙ୍କ ତ୍ୱଚାକୁ ସତେଜତା ଓ ଚମକ ପ୍ରଦାନ କରନ୍ତୁ । ଏହି ଫାଉଣ୍ଡେସନ ମିଡିଅମ କଭରେଜ୍ ପ୍ରଦାନ କରୁଥିବା ବେଳେ ତ୍ୱଚାକୁ ସଠିକ୍ ଲୁକ୍ ପ୍ରଦାନ କରିଥାଏ । ସିଆ ବଟର୍‌ରେ ଭରି ରହିଥିବା ଏହି ଫାଉଣ୍ଡେସନ ସବୁ ପ୍ରକାରର ତ୍ୱଚା ପାଇଁ ଉପଯୁକ୍ତ ଅଟେ । ଏହି ଫାଉଣ୍ଡେସନ ୩ଟି ଭିନ୍ନ ସେଡ୍‌- ଲାଇଟ୍ ପୋର୍‌ସିଲେନ୍‌, ନାଚୁରାଲ ବିଜ୍ ଓ ୱାର୍ମ ଇଭୋରିରେ ଉପଲବ୍ଧ ହେଉଛି । ଏହି ଉତ୍ପାଦଗୁଡିକର ଲଂଚ୍ ଅବସରରେ ଓରିଫ୍ଲେମ୍ ସାଉଥ୍ ଏସିଆର ରିଜିଓନାଲ ମାର୍କେଟିଙ୍ଗ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଛନ୍ତି, ଆମର ଅନ୍‌କଲର୍ ରେଞ୍ଜ୍‌କୁ ଆପଣଙ୍କର ଦୈନନ୍ଦିନ ଜୀବନରେ ରଙ୍ଗ ଓ ସୌନ୍ଦର୍ଯ୍ୟ ଭରିବା ପାଇଁ ଡିଜାଇନ୍ କରାଯାଇଛି । ଆମର ଗ୍ରାହକମାନେ ଏହି ଉତ୍ପାଦଗୁଡିକୁ ଭଲ ପାଇବେ ଓ ନିଜ ପସନ୍ଦର ସେଡ୍ ସହିତ ଆତ୍ମବିଶ୍ୱାସର ସହ ନିଜକୁ ବ୍ୟକ୍ତ କରିବେ ବୋଲି ଆମେ ବିଶ୍ୱାସ କରୁଛୁ ।


Share It

Comments are closed.