ଆଦାନି ୱିଲ୍‌ମାର୍ ପକ୍ଷରୁ ଆଧାର ସନ୍‌ଫ୍ଲାୱାର ଅଏଲ୍ ପାଇଁ “କାଲି କହିବି” ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ ଖାଦ୍ୟ ଓ ଏଫ୍‌ଏମ୍‌ସିଜି କମ୍ପାନି ଆଦାନି ୱିଲ୍‌ମାର୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଆଧାର ରିଫାଇନଡ୍ ସନଫ୍ଲାୱାର ଅଏଲ୍ ପାଇଁ ନୂଆ ଟିଭି ବିଜ୍ଞାପନ ଉନ୍ମୋଚନ କରାଯାଇଛି । ସ୍ୱାଦ ପାଇଁ ଗୁଣାତ୍ମକ ମାନ ଜରୁରୀ ଉପରେ ଏହି ବିଜ୍ଞାପନରେ ଗୁରୁତ୍ୱାରୋପ କରାଯାଇଛି ଯାହା ଆଂଚଳିକ ସ୍ୱାଦ ଅନୁସାରେ ଭାରତୀୟ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଖାଇବା ତେଲ ଯୋଗାଇବା ଲାଗି ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ଦୃଢ଼ କରୁଛି ।
ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ଲାଭ ପାଇଁ ଗୁଣାତ୍ମକ ମାନର ତେଲ ବ୍ୟବହାର ଉପରେ ଏହି ଟିଭି ବିଜ୍ଞାପନରେ ଗୁରୁତ୍ୱାରୋପ କରାଯାଇଛି । ଏଥିରେ ଜଣେ ଚମତ୍କାର ମହିଳାଙ୍କୁ ଉପସ୍ଥାପନ କରାଯାଇଛି ଯିଏ ଖାଦ୍ୟ ସମ୍ପର୍କିତ ଯେକୌଣସି ପ୍ରଶ୍ନର ଉତରରେ “କାଲି କହିବି” କହୁଛନ୍ତି । ଏକ ହାଉସ୍ ପାର୍ଟି, ତାଙ୍କ କାର୍ଯ୍ୟାଳୟ ଏବଂ ରେସ୍ତୋରାଁରେ ଭୋଜନ କରିବା ଭଳି ତିନିିଟି ଦୃଶ୍ୟରେ ତାଙ୍କୁ ଦେଖିବାକୁ ମିଳିବ । ଯେତେଥର ତାଙ୍କୁ ଖାଇବା ବିଷୟରେ ପଚାରିଲେ ସେ କାଲି କହିବି କହୁଛନ୍ତି ।
ଯେତେବେଳେ ଜଣେ ବନ୍ଧୁ ତାଙ୍କୁ ଏଭଳି ଉତରର କାରଣ ବିଷୟରେ ପଚାରିଲେ ସେ ଉତର ଦେଇଥିଲେ ଯେ ଆସନ୍ତାକାଲି ପର୍ଯ୍ୟନ୍ତ ଆମେ ସ୍ୱାସ୍ଥ୍ୟକୁ କଣ ପ୍ରଭାବିତ କରୁଛି ତାହା ଜାଣିନଥାଉ । ଏହା ପରେ ତାଙ୍କୁ ରୋଷେଇ ଘରେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । କେବଳ ଖାଇବା ସୁସ୍ୱାଦୁ ହେବା ଯଥେଷ୍ଟ ନୁହେଁ, ସେଥିରେ ପଡ଼ୁଥିବା ଉପାଦାନ ମଧ୍ୟ ଜରୁରୀ । ସେ ଆଧାର ରିଫାଇନ୍‌ଡ ସନ୍‌ଫ୍ଲାୱାର ତେଲ ବ୍ୟବହାର କରିବାକୁ ପରାମର୍ଶ ଦେଉଥିବା ବେଳେ କହିଛନ୍ତି ଯେ ସେଥିର ଆଂଟିଅକ୍ସିଡାଂଟ୍ ଓ ଭିଟାମିନ୍ ରହିଛି । ଆଧାର ରିଫାଇନ୍‌ଡ ସନଫ୍ଲାୱାର ତେଲ ସବୁ ଆଡ଼େ ମିଳୁଥିବା ବେଳେ ଓଡ଼ିଶା ବଜାରରେ ଏହାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି ।
ଆଦାନି ୱିଲ୍‌ମାର୍‌ର ବରିଷ୍ଠ ଉପସଭାପତି-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ମୁକେଶ ମିଶ୍ର କହିଛନ୍ତି ଯେ, “ସ୍ଥାନୀୟ ବିଷୟକୁ ଭଲ ଭାବେ ବୁଝିବା ଏବଂ ଆଂଚଳିକ ପସନ୍ଦ ଅନୁସାରେ ଆମର ଉତ୍ପାଦ ଓ ଯୋଗାଯୋଗ ପ୍ରସ୍ତୁତ କରିବା ଅନୁସାରେ ଓଡ଼ିଶାର ଗ୍ରାହକମାନଙ୍କ ଲାଗି ଆଧାର ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ର ନୂଆ ଟିଭି ବିଜ୍ଞାପନକୁ ଉନ୍ମୋଚନ କରି ଆମେ ବେଶ୍ ରୋମାଂଚିତ । ଏହି ଟିଭି ବିଜ୍ଞାପନରେ ଆମେ ପ୍ରଭାବଶାଳୀ ଢଙ୍ଗରେ ଏହା ଜଣାଇପାରିଛୁ ସ୍ୱାଦ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ଖାଇବା ତେଲର ଗୁଣାତ୍ମକ ମାନ ବି ଜରୁରୀ । ପେଟ ପାଇଁ ହାଲୁକା ଓ ସୁଲଭ ଭାବ ଆଧାର ରିଫାଇନ୍‌ଡ ସନ୍‌ଫ୍ଲାୱାର ତୈଳକୁ ପ୍ରସ୍ତୁତ କରାଯାଇଛି ଯାହା ସମସ୍ତଙ୍କ ପାଇଁ ରୋଷେଇର ଏକ ଉପଯୁକ୍ତ ପସନ୍ଦ ।”
ଆଦାନି ୱିଲ୍‌ମାର୍ ପକ୍ଷରୁ ଆସନ୍ତା ୬ ମାସ ପାଇଁ ଆଧାର ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍ ପାଇଁ ସମନ୍ୱିତ ମାର୍କେଟିଂ ଅଭିଯାନ ଜାରି ରଖାଯିବ । ନୂଆ ଟିଭିସି ସହିତ ଡିଜିଟାଲ ପ୍ରଚାର ଏବଂ ଇନ୍‌ଫ୍ଲୁଏନ୍‌ସର୍‌ମାନଙ୍କ ସହିତ ସହଯୋଗିତା ସ୍ଥାପନ କରାଯିବ । ଏହି ଖାଇବା ତେଲ ୨୦୦ ଏମ୍‌ଏଲ୍‌ରୁ ୧୫ ଲିଟର ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକ୍‌ରେ ଉପଲବ୍ଧ ହୋଇଛି ।
TVC Link: https://youtu.be/UPEu0Maz5eE


Share It

Comments are closed.