ପ୍ରଶଂସକଙ୍କ ମନୋରଞ୍ଜନ କରିବାକୁ ନେଇ ଉତ୍ସାହିତ ରହିଛନ୍ତି ବୀରେନ୍ଦ୍ର ସେହୱାଗ୍‌


ଆଦାନି ସ୍ପୋର୍ଟସ୍‌ଲାଇନ୍ ମାଲିକାନାରେ ଥିବା ଗୁଜରାଟ ଜିଆଂଟ୍‌ସ ଚମତ୍କାର ଆରମ୍ଭ ପରେ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ ୨୦୨୨ରେ ବିଜୟର ଧାରା ବଜାୟ ରଖିବାକୁ ଚାହୁଁଛି । ଲିଗ୍ ଓପ୍‌ନର ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାଜିତ କରିଛି । ଏହି ଟୁର୍ଣ୍ଣାମେଂଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ୍ କିମ୍ବନ୍ଦନ୍ତୀମାନେ ପୁଣିଥରେ ପଡିଆକୁ ଓହ୍ଲାଇଥିବା ବେଳେ ଭାରତର ଅନ୍ୟତମ ମହାନ ଓପ୍‌ନର ବୀରେନ୍ଦ୍ର ସେହୱାଗ୍ ନିଜ ଟିମ୍ ପାଇଁ ବିପୁଳ ରନ୍ ସ୍କୋର୍ କରି ପୁଣିଥରେ ନିଜ ପ୍ରଶସଂକଙ୍କୁ ପ୍ରଭାବିତ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ଆଜି ଗୁଜରାଟ ଜିଆଂଟ୍‌ସର ଏକ ପ୍ରେସ୍ କନ୍‌ଫରେନ୍ସରେ ସେହୱାଗ୍ କହିଛନ୍ତି, ‘ଏହା ଏକ ଭଲ ଆରମ୍ଭ ଥିଲା । କେଭିନ୍ ଓ’ ବ୍ରିଏନ୍ ସେଂଚୁରୀ ମାରିଥିବା ବେଳେ ଆମ ବୋଲର୍‌ମାନେ ମଧ୍ୟ ଭଲ ଖେଳିଥିଲେ । କ୍ରିକେଟ୍ ପଡିଆକୁ ପୁଣିଥରେ ଫେରିବାର ଏହି ସୁଯୋଗ ସହିତ ମୁଁ ମୋର ବ୍ୟାଟିଙ୍ଗ୍ ମାଧ୍ୟମରେ ପୁଣିଥରେ ମୋର ପ୍ରଶଂସକମାନଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିବି । ଏବଂ ମୁଁ ଆଶା କରୁଛି ଯେ, ଆମ ଟିମ୍ ଭଲ ଖେଳିବା ଜାରି ରଖିବ ଓ ଟ୍ରଫି ଜିତିବ ।’


ଟିମ୍ ଗୁଜରାଟ ଜିଆଂଟ୍‌ସ ମାଧ୍ୟମରେ ଆଦାନି ସ୍ପୋର୍ଟସ୍‌ଲାଇନ୍ କ୍ରିକେଟ୍ ପ୍ରଶଂସକଙ୍କ ସହ ନିୟୋଜିତ ଓ ସଂଯୋଜିତ ହେବା ପାଇଁ ଏକ ଲକ୍ଷ୍ୟ ସହିତ ଫ୍ରାଂଚାଇଜି କ୍ରିକେଟ୍‌ରେ ନିବେଶ କରିଛି । ଆଦାନି ଗ୍ରୁପ୍‌ର ସ୍ପୋର୍ଟସ୍ ଆର୍ମ ଆଦାନି ସ୍ପୋର୍ଟସ୍‌ଲାଇନ୍ ୨୦୧୯ରେ ଏହାର ଆରମ୍ଭ ପରଠାରୁ ଭାରତୀୟ କ୍ରୀଡାରେ ଶୀର୍ଷ ଯୋଗଦାନକାରୀ ଭାବେ ଉଭା ହୋଇଛି । ଏହା ବିଭିନ୍ନ କ୍ରୀଡାରେ ଦେଶର ପ୍ରତିଭାବାନ ଆଥ୍‌ଲେଟ୍‌ଙ୍କ ପାଇଁ ବିଶ୍ୱସ୍ତରୀୟ ସୁଯୋଗ ସୃଷ୍ଟି କରୁଛି । ସେହିପରି ଟିମ୍ ସମ୍ପର୍କରେ କୋଚ୍ ଭେଙ୍କଟେଶ ପ୍ରସାଦ କହିଛନ୍ତି, ‘ଗୁଜରାଟ ଜିଆଂଟ୍‌ସ ସହ ଜଡିତ ହେବା ମୋ ପାଇଁ ଏକ ଉନ୍ନତ ସୁଯୋଗ । ଏହି କ୍ରିକେଟରମାନେ କେବଳ କିମ୍ବନ୍ଦନ୍ତୀ ନୁହନ୍ତି ବରଂ କ୍ରୀଡା କ୍ଷେତ୍ରରେ ମହାନ ଖେଳାଳି ଅଟନ୍ତି । ଗୁଜରାଟ ଜିଆଂଟ୍‌ସର ମ୍ୟାଚ୍ ଦେଖୁଥିବା ଓ ଏହାକୁ ଅନୁସରଣ କରୁଥିବା ଦର୍ଶକମାନଙ୍କୁ ମନୋରଞ୍ଜନ ପ୍ରଦାନ କରିବା ହେଉଛି ଆମର ମନ୍ତ୍ର ।’ ଗୁଜରାଟ ଜିଆଂଟ୍‌ସରେ କିମ୍ବନ୍ଦନ୍ତୀ ଖେଳାଳି ଯେପରିକି ଟି-୨୦ ବସ୍ କ୍ରିସ୍ ଗେଲ୍‌, ରିଚାର୍ଡ ଲେଭି, ଡାନିଏଲ୍ ଭିଟୋରି, ଗ୍ରାଏମେ ସ୍ୱାନ, କ୍ରିଶ୍ ଟ୍ରେମ୍‌ଲେଟ୍‌, ଏଲ୍‌ଟନ୍ ଚିଗୁମ୍ବୁରା, ପାର୍ଥିବ୍ ପଟେଲ୍‌, ଅଶୋକ ଡିଣ୍ଡା, ଜୋଗିନ୍ଦର ଶର୍ମା, କେଭିନ୍ ଓ ବ୍ରିଏନ୍‌, ଷ୍ଟୁଆର୍ଟ ବିନି ଆଦି ସାମିଲ ଅଛନ୍ତି । ଗୁଜରାଟ ଜିଆଂଟ୍‌ସ ଏହାର ୨ୟ ମ୍ୟାଚ୍‌ରେ ମନିପାଲ ଟାଇଗର୍ସକୁ ଭେଟିବ ।

 


Share It

Comments are closed.