କରନ ଅଦାନୀଙ୍କ ବଡ ଘୋଷଣା, ଓଡିଶାରେ ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ


ଓଡିଶାରେ ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ୍ । ମେକ ଇନ ଓଡ଼ିଶା ସମ୍ମିଳନୀରେ ଅଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀଙ୍କ ଏନେଇ ବଡ଼ ଘୋଷଣା କରିଛନ୍ତି । ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଏହି ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ । ଓଡ଼ିଶାରେ ୪ ମିଲିୟନ ଟନ କ୍ଷମତାର ଆଲୁମିନା ରିଫାଇନାରୀ ଓ ୩୦ ମିଲିୟନ ଟନର ଲୁହା ପଥର ପ୍ରକଳ୍ପ ସ୍ଥାପନ କରିବ । ଏହାଦ୍ୱାର ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ତେବେ ଖାଲି ଅଦାନୀ ଗ୍ରୁପ୍ ନୁହେଁ, ଜେଏସଡବ୍ଲୁ ଷ୍ଟିଲ ମଧ୍ୟ ଓଡିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏନେଇ ସଜ୍ଜନ ଜିନ୍ଦଲ ବଡ ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭରେ ଜେଏସଡବ୍ଲୁ ୬୦ ହଜାର କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ଜନତା ମଇଦାନରେ ଚାଲିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ । କନକ୍ଲେଭର ଦ୍ୱିତୀୟ ଦିନରେ ଶିଳ୍ପ କ୍ଷେତ୍ରରେ ବିପ୍ଳବ ଆଣିଥିବା ଶିଳ୍ପପତି ନେଇ ଚାଲିଛି ସ୍ୱତନ୍ତ୍ର ଅଧିବେଶନ ‘ପ୍ଲେନାରୀ ସେସନ’ । ପ୍ଲେନାରୀ ସେସନରେ ଭାଗ ନେଇ ମତ ଭାଗ ନେଇ ଦେଶର ବଛାବଛା ଶିଳ୍ପପତି । ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପନୀତିକୁ ପ୍ରଶଂସା କରିଛନ୍ତି ଶିଳ୍ପପତି । ଏଥିସହ ଓଡ଼ିଶାରେ ନିବେଶ କରିବା ପାଇଁ ଘୋଷଣା କରି ନୂଆ ଆଶା ଦେଖାଇଛନ୍ତି ।

ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି, ଓଡ଼ିଶାରେ ସରକାର ସ୍ଥିର ଅଛି । ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛନ୍ତି ସଜ୍ଜନ । ଏଥିସହ କହିଛନ୍ତି, ବଡ଼ ବଡ଼ ଶିଳ୍ପ ଆସିଲେ, ଛୋଟ ଛୋଟ ଶିଳ୍ପ ଗଢ଼ି ଉଠିବ । ସେହିପରି ଆର୍ସେଲ ମିତ୍ତଲ କହିଛନ୍ତି, ଓଡ଼ିଶାକୁ ନୂଆ ଟେକ୍ନୋଲୋଜି ଆଣିବେ । ନବୀନ ଜିନ୍ଦଲ କହିଛନ୍ତି, ଅନୁଗୁଳରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା କରୁଛୁ । କୋଭିଡ୍ ସମୟରେ ଦେଶବାସୀଙ୍କୁ ଅକ୍ସିଜେନ୍ ଯୋଗାଇବା ପାଇଁ ଓଡ଼ିଶାକୁ ସେ ପ୍ରଶଂସା କରିଛନ୍ତି । ସେହିପରି ଟାଟା ଷ୍ଟିଲ ଏମଡି ପିଭି ନରେନ୍ଦ୍ରନ୍ କହିଛନ୍ତି, ଓଡ଼ିଶା ସହ ଟାଟାର ସମ୍ପର୍କ ଖୁବ ପୁରୁଣା । ଓଡ଼ିଶାରେ ୭୫ ହଜାର କୋଟି ଟଙ୍କା ନିବେଶ କରିଛୁ । ଓଡ଼ିଶା ନିବେଶ ପାଇଁ ଅନୁକୂଳ ବୋଲି ସେ କହିଛନ୍ତି । ମିଶନ ଶକ୍ତିକୁ ନେଇ ଚାରିଆଡେ ଚର୍ଚ୍ଚା ବୋଲି ବେଦାନ୍ତ ରିସୋର୍ସେସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ।


Share It

Comments are closed.