ଆଦାନୀ ଏଂଟରପ୍ରାଇଜେସ ପକ୍ଷରୁ ବାର୍ଷିକ ୯.୩୦% ପର୍ଯ୍ୟନ୍ତ ୟିଲଡ ସହ ୧୦୦୦ କୋଟି ଟଙ୍କାର ଏନସିଡି ଇସ୍ୟୁ ଘୋଷଣା
ଭୁବନେଶ୍ୱର: ଆଦାନୀ ଗ୍ରୁପର ପ୍ରମୁଖ ସଂସ୍ଥା ଆଦାନୀ ଏଂଟରପ୍ରାଇଜେସ (ଏଇଏଲ) ପକ୍ଷରୁ ଗତବର୍ଷ ସେପ୍େଟମ୍ବରରେ ୮୦୦ କୋଟି ଟଙ୍କାର ଏନଏସଡି (ନନ କନଭର୍ଟିବଲ ଡିବେଚଂର) ଇସ୍ୟୁ କରାଯାଇଥିଲା ଯାହା ପ୍ରଥମ ଦିନରେ ସମ୍ପୂର୍ଣ୍ଣ ସବସ୍କ୍ରାଇବ ହୋଇଥିଲା। କମ୍ପାନି ପକ୍ଷରୁ ବାର୍ଷିକ ୯.୫୦ ପର୍ଯ୍ୟନ୍ତ ୟିଲଡ ପ୍ରଦାନ କରିବାକୁ ଥିବା ୧୦୦୦ କୋଟି ଟଙ୍କାର ଏନଏସଡି ଇସ୍ୟୁ ବିଷୟରେ ଘୋଷଣା କରାଯାଇଛି। ଏହି ଇସ୍ୟୁ ୨୦୨୫ ଜୁଲାଇ ୯ରେ ଖୋଲିବ ଏବଂ ଜୁଲାଇ ୨୨ରେ ବନ୍ଦ ହେବ।
ଆଦାନୀ ଗ୍ରୁପର ଗ୍ରୁପ ସିଏଫଓ ଯୁଗସିନ୍ଦର ରୋବି ସିଂହ କହିଛନ୍ତି ଯେ, “ଏଇଏଲ ଦ୍ୱାରା ଏନଏସଡିର ଦ୍ୱିତୀୟ ସାର୍ବଜନୀନ ଇସ୍ୟୁ ପୁଞ୍ଜି ବଜାରର ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ଦୀର୍ଘକାଳୀନ ଭିତିଭୂମି ବିକାଶରେ ଖୁଚୁରା ଅଂଶଗ୍ରହଣ ପ୍ରତି ଆମ ପ୍ରତିବଦ୍ଧତାକୁ ଗଭୀର କରିପାରିଛି। ଏଇଏଲର ପ୍ରଥମ ଏନଏସଡିକୁ ବଜାରରେ ମିଳିଥିବା ଦୃଢ଼ ପ୍ରତିକ୍ରିୟା ପରେ ଏହି ଇସ୍ୟୁ ଆସିଛି ଯାହା ରେଟିଂ ଅପଗ୍ରେଡ ହେବାର ଛଅ ମାସ ପରେ ଡେବଟ ନିବେଶକମାନଙ୍କ ପୁଂଜିରେ ଉନ୍ନତି ଘଟିଛି ଏବଂ ଗ୍ରୁପ ପ୍ରଦାନ କରୁଥିବା ନିରନ୍ତର ସୁବିଧା ଏବଂ ଆର୍ôଥକ ଦୃଢ଼ତାକୁ ଏହା ଦର୍ଶାଉଛି। ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ, ଆଦାନୀ ଗ୍ରିନ ସଲ୍ୟୁସନ୍ସ, ଆଦାନୀ ପାୱାର ଓ ଆଦାନୀ ଗ୍ରିନ ଏନର୍ଜିକୁ ନେଇ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ପରିବହନ ୟୁଟିଲିଟି ପ୍ଲାଟଫର୍ମ ଭାବେ ଏଇଏଲ ପକ୍ଷରୁ ବିମାନବନ୍ଦର, ସଡ଼କ, ଡାଟା ସେଂଟର ଓ ଗ୍ରିନ ହାଇଡ୍ରୋଜେନ ବ୍ୟବସ୍ଥା ସମେତ ପରବର୍ତୀ ପିଢ଼ିର ଭିତିଭୂମି ବ୍ୟବସାୟକୁ ଏଇଏଲ ସଫଳତାର ସହ ଆଗକୁ ବଢ଼ାଉଛି। ଭାରତକୁ ଏକ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାରେ ଏହି କ୍ଷେତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।”
ଏଇଏଲ ହେଉଛି ଏକମାତ୍ର କର୍ପୋରେଟ ଯାହା ଖୁଚୁରା ନିବେଶକମାନଙ୍କ ପାଇଁ ତାଲିକାଭୁକ୍ତଡେବଟ ଉତ୍ପାଦ ପ୍ରଦାନ କରୁଛି ଯାହା ଖୁଚୁରା ନିବେଶକ ଓ ଅଣ ସଂସ୍ଥାଗତ ନିବେଶକମାନଙ୍କୁ ଭାରତର ଭିତିଭୂମି ଅଭିବୃଦ୍ଧି କାହାଣୀରେ ସାମିଲ ହେବାର ସୁଯୋଗ ପ୍ରଦାନ କରୁଛି। ଏହି ପ୍ରସ୍ତାବିତ ଏନଏସଡିକୁ କେୟାର ରେଟିଂସ ପକ୍ଷରୁ କେୟାର ଏଏ ମାଇନସ, ଷ୍ଟେବଲ ଓ ଇକ୍ରା ପକ୍ଷରୁ ଇକ୍ରା ଏଏ ମାଇନସ (ଷ୍ଟେବଲ) ରେଟିଂସ ପ୍ରଦାନ କରାଯାଇଛି ଯାହା ଏଥିରେ ଥିବା କମ ରିସ୍କକୁ ଦର୍ଶାଉଛି।
ଏହି ଇସ୍ୟୁର ମୂଳ ପରିମାଣ ୫୦୦ କୋଟି ଟଙ୍କା ରହିଥିବା ବେଳେ ଆଉ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଓଭର ସବସ୍କ୍ରାଇବ ହେବାର ବିକଳ୍ପ ରହିଛି। ଏନଏସଡିର ଫେସ ଭାଲ୍ୟୁ ୧୦୦୦ ଟଙ୍କା ରହିଛି। ସର୍ବନିମ୍ନ ୧୦ ଏନଏସଡି ପାଇଁ ଆବେଦନ କରିହେବ ଏବଂ ପରେ ୧୦ ଲେଖାଏଁ ଗୁଣିତକ ହିସାବରେ ସେଥିରେ ଯୋଡ଼ାଯାଇପାରିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାର ୭୫ ପ୍ରତିଶତକୁ କମ୍ପାନି ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଏବଂ ଆଗୁଆ ପରିଶୋଧ କରିବାରେ ବ୍ୟବହାର କରାଯିବ ଏବଂ ଅବଶିଷ୍ଟ ୨୫% ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଛଛନ୍ତି ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ, ଟ୍ରଷ୍ଟ ଇନଭେଷ୍ଟମେଂଟ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ ଓ ଟିପସନ୍ସ କନସଲଟାନ୍ସି ସର୍ଭିସେସ ପ୍ରାଇଭେଟ ଲିମିଟେଡ। ଏହି ଏନଏସଡି ୨୪ ମାସ, ୩୬ ମାସ, ୬୦ ମାସ ସହିତ ତ୍ରୈମାସିକ, ବାର୍ଷିକ ଅବଧିରେ ଉପଲବ୍ଧ ହୋଇଛି।
Comments are closed.