ଡାର୍ଟି ପିକ୍ଚରରେ ବିଦ୍ୟା ବାଲାନଙ୍କ ସହ କାମ କରିଥିବା ଅଭିନେତ୍ରୀଙ୍କ ଦେହାନ୍ତ: ଘରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମୃତଦେହ


୨୦୨୦ ସତେ ଯେମିତି ଏକ ଅଭିଶପ୍ତ ବର୍ଷ ହୋଇଯାଇଛି । ବର୍ଷର ଆରମ୍ଭରୁ ହିଁ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଥିବାବେଳେ ଏହି ବର୍ଷରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ବିଶ୍ବରୁ ବିଦାୟ ନେଇଛନ୍ତି | ୨୦୨୦ ବର୍ଷ ଏହାର ଶେଷ ପର୍ଯ୍ୟାୟରେ ଅଛି ଏବଂ କୌଣସି ନା କୌଣସିଦିନ କିଛି ତାରକାଙ୍କ ଦେହାନ୍ତ ହେବାର ଖବର ଆସୁଛି । ଏହା ମଧ୍ୟରେ ଫିଲ୍ମ ଡର୍ଟି ପିକ୍ଚରରେ ବିଦ୍ୟା ବାଲାନଙ୍କ ସହ କାମ କରିଥିବା ଅଭିନେତ୍ରୀ ଆର୍ଯ୍ୟ ବାନାର୍ଜୀଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୩୩ ବର୍ଷ ହୋଇଥିଲା | ସେ କୋଲକାତାର ଯୋଧପୁର ପାର୍କ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ପୋଲିସ କବାଟ ଭାଙ୍ଗି ଅଭିନେତ୍ରୀଙ୍କ ମୃତଦେହକୁ ବାହାର କରିଥିଲା।
ସୂଚନା ମୁତାବକ ଆର୍ଯ୍ୟାଙ୍କ ନାକରୁ ରକ୍ତ ଏବଂ ବାନ୍ତିର ପ୍ରମାଣ ମିଳିଥିବା ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ସୂଚନା ମୁତାବକ,୩୩ବର୍ଷର ଆର୍ଯ୍ୟା କୋଲକାତା ସ୍ଥିତ ଘରେ ନିଜ କୁକୁର ସହ ଏକୁଟିଆ ରହୁଥିଲେ। ତାଙ୍କ ଭଉଣୀ ସିଙ୍ଗାପୁରରେ ରୁହନ୍ତି। ଆର୍ଯ୍ୟାଙ୍କ ରୁମରୁ ଅନେକ ଖାଲି ମଦ ବୋତଲ ମିଳିଛି। ସବୁ ଦିନ ତାଙ୍କ ଘରକୁ କାମବାଲି ଆସୁଥିଲେ। ଶୁକ୍ରବାର ସେ ଘରକୁ ଆସି କବାଟ ବାଡ଼େଇଥିଲେ ଏବଂ ଡାକିଥିଲେ,ସେ ନ ଖୋଲିବାରୁ ଫୋନ୍ ମଧ୍ୟ କରିଥିଲେ। କିନ୍ତୁ ଫୋନର ମଧ୍ୟ ଉତ୍ତର ମିଳିନଥିଲା। ଏହା ପରେ ସେ ପଡ଼ୋଶୀଙ୍କୁ ଏବିଷୟରେ ସୂଚନା ଦେଇଥିଲେ ଏବଂ ପୋଲିସକୁ ଏତଲା ଦିଆଯାଇଥିଲା। କବାଟ ଭିତରୁ ବନ୍ଦ ଥିଲା,ପରେ ପୋଲିସ୍ କବାଟ ଭାଙ୍ଗିଥିଲା। ମାମଲାର ତଦନ୍ତ ଏବେ ଜାରି ରହିଛି।

ମୃତ୍ୟୁର ଅସଲ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସାମନାକୁ ଆସିବ। ପୋଲିସର କହିବା ଅନୁସାରେ ଆର୍ଯ୍ୟା କିଛି ସମୟ ପୂର୍ବରୁ ନିଜ ଖାଇବା ଆପ୍ ବେସଡ ଡେଲିଭରି ପ୍ଲାଟଫର୍ମରୁ ଖାଦ୍ୟ ମଗାଇଥିଲେ। ସେ ଅଧିକାଂଶ ସମୟ ନିଜ କୁକୁର ସହ ବିତାଉଥିଲେ।

ପଡ଼ୋଶୀଙ୍କ କହିବା ମୁତାବକ ସେ ସ୍ଥାନୀୟ ଲୋକଙ୍କ ସହ ବେଶୀ ମିଳାମିଶା କରୁନଥିଲେ। ତାଙ୍କ କଲ୍ ଡିଟେଲ୍ସ ସ୍କାନ୍ କରାଯାଉଛି।

ଆର୍ଯ୍ୟା ସିତାର ବାଦକ ନିଖିଳ ବନ୍ଦୋପାଧ୍ୟାୟଙ୍କ ଝିଅ ଥିଲେ। ତାଙ୍କର ଅସଲି ନାଁ ଦେବଦତ୍ତା ବାନାର୍ଜୀ। ସେ ଡାର୍ଟି ପିକଚର ବ୍ୟତୀତ ଏଲଏସଡି: ଲଭ ସେକ୍ସ ଔର ଧୋକାରେ ମଧ୍ୟ କାମ କରିଥିଲେ। ମୁମ୍ବାଇରେ ସେ କିଛି ମଡେଲିଂ ପ୍ରୋଜେକ୍ଟରେ ମଧ୍ୟ କାମ କରିଥିଲେ।


Share It

Comments are closed.