ନିଜ ବିବାଦୀୟ ପୋଷ୍ଟ ପାଇଁ କ୍ଷମା ପ୍ରାର୍ଥନା କଲେ ବିବେକ


ଗତ କାଲି ବିବେକ ଓବରୋଏ, ଐଶ୍ୱର୍ଯ୍ୟା ରାୟଙ୍କୁ ଆକ୍ଷେପ କରି ତିନୋଟି ଫଟୋ ଥିବା ଏକ ମୀମି ନିଜ ଟ୍ୱିଟର ହାଣ୍ଡେଲରେ ସେୟାର କରିଥିଲେ । ଓପିନିୟନ ପୋଲ, ଏକଜିଟ ପୋଲ, ଏବଂ ରେଜେଲ୍ଟ (ଫଳାଫଳ) ଭଳି ତିନୋଟି ଭାଗରେ ବିଭକ୍ତ ହୋଇଥିଲା ହୋଇଥିଲା ଏହି ମୀମି । ଓପିନିୟନ ପୋଲରେ ଏøଶ୍ଚର୍ଯ୍ୟା, ସଲମାନ ଖାନଙ୍କ ସହ ନଜର ଆସୁଥିବାର ଦୃଶ୍ୟ ଥିବାବେଳେ ଏକଜିଟ ପୋଲରେ ଐଶ୍ୱର୍ଯ୍ୟାଙ୍କ ସହ ନିଜେ ବିବେକ ଏବଂ ଶେଷ ଫଳାଫଳରେ ଐଶ୍ୱର୍ଯ୍ୟା, ଅଭିଶେକ ଓ ତାଙ୍କ ଝିଅ ଥିବାର ଏକ ଫଟୋ ବିବେକ ସେୟାର କରିଥିଲେ ।

ଏକଜିଟ ପୋଲକୁ ଐଶ୍ୱର୍ଯ୍ୟା ରାୟଙ୍କ ସହ ତୁଳନା କରି ବିବାଦ ଘେରକୁ ଆସିଥିବା ବିବେକ ଆଜି ସକାଳେ ନିଜର ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସହ ସେ ନିଜ ଟ୍ୱିଟରେ ସେୟାର କରିଥିବା ଉକ୍ତ ମୀମିକୁ ମଧ୍ୟ ଡିଲିଟ କରିଦେଇଛନ୍ତି ।
ବିବେକ ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ, “ବେଳେବେଳେ ଏପରି କେତେକ କୌତୁକର ବିଷୟ ଘଟିଥାଏ , ଯାହାକି କେତେକଙ୍କୁ ଆଘାତ ଦେଇଥିବାବେଳେ ଅନ୍ୟ କେତେକଙ୍କୁ ଏହି ବିଷୟରେ ଫରକ ପଡି ନଥାଏ । ମୁଁ ଗତ ୧୦ ବର୍ଷ ହେବେ ୨୦୦୦ରୁ ଉଦ୍ଧ୍ୱର୍ ଅଧ୍ୟୁସିତ ବାଳିକାଙ୍କ ପାଇଁ କାର୍ଯ୍ୟ କରି ଆସୁଛି ସେଥିପାଇଁ ମୁଁ କେବେବି ମହିଳାଙ୍କୁ ଅପମାନ କରିବା ବିଷୟରେ ଭାବି ମଧ୍ୟ ନାହିଁ । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଯଦି ମୋର ଏହି ମୀମି ଦ୍ୱାରା କୌଣସି ମହିଳାଙ୍କ ସମ୍ମାନରେ ଆଞ୍ଚା ଆସିଥାଏ ତେବେ ଏଥିରେ ସୁଧାର ଆସିବା ନହାତି ଆବଶ୍ୟକ । ମୋତେ କ୍ଷମା କରନ୍ତୁ । ଟ୍ୱିଟ ଡିଲିଟ କରୁଛି ।”


Share It

Comments are closed.