କଂଗ୍ରେସକୁ ପୁଣି ଝଟକା, ହାତ ଛାଡି ଶିବସେନାରେ ଯୋଗଦେବେ ଉର୍ମିଲା


ବଲିଉଡ୍ ଅଭିନେତ୍ରୀ ତଥା ରାଜନୀତିରେ ପାଦ ଦେଇସାରିଥିବା ଉର୍ମିଳା ମାତୋଣ୍ଡକର ସୋମବାର ଦିନ ଶିବସେନାରେ ସାମିଲ ହେବେ । ଉର୍ମିଳା ଗତ ବର୍ଷ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିଲେ ।

ନିର୍ବାଚନର ୫ ମାସ ପରେ ହିଁ ସେ କଂଗ୍ରେସ ଛାଡିଥିଲେ । ଶିବସେବା ପକ୍ଷରୁ ଉର୍ମିଳାଙ୍କୁ ନେଇ କିଛି ସୂଚନା ଦିଆଯାଇନାହିଁ । ଉର୍ମିଳା ୨୦୧୯ ମସିହା ମାର୍ଚ୍ଚ ମାସରେ କଂଗ୍ରେସରେ ଯୋଗଦେଇଥିଲେ । ପରେ ସେପ୍ଟେମ୍ବର ମାସରେ ସେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କଂଗ୍ରେସ ଛାଡିଥିଲେ । ଉର୍ମିଳା ସେତେବେଳେ ନିଜ ବୟାନରେ କହିଥିଲେ ଯେ, ମୋର ରାଜନୈତିକ ଏବଂ ସାମାଜିକ ସମ୍ବେଦନା ମୁମ୍ବାଇ କଂଗ୍ରେସରେ ଏକ ବଡ ଲକ୍ଷ୍ୟ ଉପରେ କାମ କରିବା ପରିବର୍ତ୍ତେ ଛୋଟ ଘରର ରାଜନୀତି ପାଇଁ ଇଚ୍ଛୁକ ନୁହେଁ ।

ଉର୍ମିଳା ମାତୋଣ୍ଡକର ମୁମ୍ବାଇ ନର୍ଥରୁ ନିର୍ବାଚନ ଲଢିଥିଲେ । ସେ ବିଜେପିର ଗୋପାଳ ସେଟ୍ଟୀଙ୍କ ସହ ପ୍ରତିନ୍ଦ୍ବନ୍ଦିତା କରିଥିଲେ । ଉର୍ମିଳାଙ୍କୁ ଏହି ନିର୍ବାଚନରେ ପରାଜିତ ହୋଇଥିଲେ ।


Share It

Comments are closed.