ଅନଲାଇନରେ ମଦ ମଗାଇ ଠକାମିର ଶୀକାର ହେଲେ ଶବାନା ଆଜମୀ , ପଢନ୍ତୁ ପୂରା ଘଟଣା


ବଲିଉଡ ଅଭିନେତ୍ରୀ ତଥା ବର୍ଷିୟାନ କଳାକାର ଶବାନା ଆଜମୀ ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ନିଜେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ ସୂଚିତ କରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁବାର ସକାଳେ ସେ ଠକେଇ ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିବା ସହ ଲୋକଙ୍କୁ ଅନଲାଇନ୍‌ କିଣାକିଣି କାଳରେ ଠକଙ୍କ ପ୍ରତି ସାବଧାନ ରହିବାକୁ ସତର୍କ କରାଇଛନ୍ତି। ତେବେ ନେଟିଜେନ୍‌ମାନେ ତାଙ୍କୁ ତୁରନ୍ତ ପୋଲିସରେ ଏତଲା ଦେବାକୁ ପରାମର୍ଶ ଦେଇଛନ୍ତି। ଶବାନା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ କରିଥିବା ପୋଷ୍ଟରେ ଲିଭିଂ ଲିକ୍ୱିଡଜ୍‌କୁ ପେଟିଏମ୍‌ରେ ସେ ଅନଲାଇନ ପଇଠ କରିଦେଇଥିଲେ ବି ତାଙ୍କ ଅର୍ଡର ତାଙ୍କୁ ଡେଲିଭରି ହେବା ଆଗରୁ ସେମାନେ କଲ ରିସିଭ କରୁନଥିବା ଉଲ୍ଲେଖ କରିଛନ୍ତି। ଏଥିରେ ସେ ନିଜର ଯେଉଁ ଆକାଉଣ୍ଟରୁ ଯାହାକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି ତାର ଆଇଏଫଏସ କୋଡ୍ ସହ ନମ୍ବର ମଧ୍ୟ ଉଲ୍ଲେଖ କରିଛନ୍ତି। ଶବାନାଙ୍କ ଏହି ସତର୍କ ଚେତାବନୀ ପୋଷ୍ଟ ହେବାର ମାତ୍ର କିଛି ମିନିଟ୍‌ରେ ନେଟିଜେନଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି।

ନେଟିଜେନମାନେ ପୂର୍ବରୁ ମଧ୍ୟ ଏହି ଆକାଉଣ୍ଟ ନମ୍ବରରେ ଟଙ୍କା ଟ୍ରାନ୍ସଫର କରି ଠକେଇର ଶିକାର ହୋଇଥିବାର ଉଲ୍ଲେଖ କରିଥିବା ବେଳେ ମାମଲାରେ ତୁରନ୍ତ ପୋଲିସ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ଅନ୍ଧେରୀ ଲୋଖଣ୍ଡୱାଲା ଓସିୱରା ସିଟିଜେନ୍ସ ଅର୍ଗାନାଇଜେସନ ଶବାନାଙ୍କୁ ପ୍ରଥମେ ସହଯୋଗର ହାତ ବଢାଇଛନ୍ତି। ଗୁଗଲରେ ଯେଉଁ ସବୁ ନମ୍ବର ଉପଲବ୍ଧ ତାହା ଫେକ୍‌ ଓ ଅନ୍‌ଲାଇନ ଠକଙ୍କର ବୋଲି ସୂଚିତ କରିଛନ୍ତି। ଏମିତିରେ ଲିଭିଂ ଲିକ୍ୱିଡସ୍‌ଙ୍କ ୯୯ ପ୍ରତିଶତ ଅନଲାଇନ ଷ୍ଟୋର ଆଦୌ ଠକାମୀ କରନ୍ତିନି ବୋଲି କହିଛନ୍ତି। ଏଥିପାଇଁ ପ୍ରଥମେ ପୋଲିସରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ତେବେ ନାଗରିକ ସଙ୍ଗଠନ ବ୍ୟତୀତ ମୁମ୍ବାଇରେ ବଢିଚାଲିଥିବା ଅନଲାଇନ୍‌ ଠକେଇ ଓ ଏଥିରେ ପ୍ରଭାବିତ ହୋଇଥିବା ଲୋକେ ଏବେ ପୋଷ୍ଟରେ ନିଜର ଅନୁଭବ ମଧ୍ୟ ସେୟାର କରିବାରେ ଲାଗିଛନ୍ତି। ଏଥିରେ ଶବାନା ପୋଷ୍ଟ କରିଥିବା ନମ୍ବର ୩ଜଣଙ୍କୁ ଠକି ଥିବା ଜନୈକ ନେଟିଜେନ ସୂଚିତ କରିଛନ୍ତି। ମୁମ୍ବାଇରେ ଯେଉଁମାନେ ଅନଲାଇନ ଲିକର ମଗାଉଛନ୍ତି ଲିଭିଂ ଲିକ୍ୱଡଜ୍‌ ସେମାନଙ୍କୁ ଟାର୍ଗେଟ କରୁଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଏହି ଜାଲରେ ଏବେ ଶବାନା ଫଶିବା ମୁମ୍ବାଇରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କରୋନା ଭାଇରସ ମହାମାରୀରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏବେ ଲୋକେ ପରସ୍ପରକୁ ସହଯୋଗ କରୁଥିବା ବେଳେ କିଛ ଲୋକେ ରୋଜଗାର ଲାଗି ଅନଲାଇନରେ ଠକେଇ କରୁଥିବାରୁ ଏବେ ମୁମ୍ବାଇକରଙ୍କୁ ସାବଧାନ ହେବା ଜରୁରି ହୋଇପଡୁଛି। ତେବେ ଅନଲାଇନ୍‌ ଠକଙ୍କ ବିରୋଧରେ ଶବାନାଙ୍କ କାର୍ଯ୍ୟାନୁଷ୍ଠାନକୁ ଏବେ ସମସ୍ତେ ଅପେକ୍ଷା କରି ରହିଛନ୍ତି।


Share It

Comments are closed.