ପରଲୋକରେ ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀ


ହିନ୍ଦୀ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଗତକାଲି ସନ୍ଧ୍ୟାରେ ହୃଦଘାତ ଜନିତ ଅସୁସ୍ଥତା ହେତୁ ଲକ୍ଷ୍ନୌରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କର ହୃଦଘାତ ହୋଇଥିଲା, ଯାହା ପରେ ସେ ସୁସ୍ଥ ହୋଇଯାଇଥିଲେ। ଯାହା ପରେ ତାଙ୍କୁ ନିଜ ସହରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ମିଥିଲେଶ ଅନେକ ବଲିଉଡ୍ ଫିଲ୍ମରେ ପ୍ରସିଦ୍ଧ ଅଭିନେତାମାନଙ୍କ ସହ କାମ କରିଥିଲେ। ସେ ଫିଜା, କୋଇ ମିଲ ଗୟା, ସତ୍ୟା, ଗଦର: ଏକ ପ୍ରେମ କଥା, ବଣ୍ଟି ଅର ବବଲି, କୃଷ୍ଣ, ତାଲ, ମୋହଲ୍ଲା ଅସୀ ଏବଂ ରେଡି ଭଳି ଫିଲ୍ମରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ୱେବ୍ ସିରିଜ୍ ସ୍କାମ ୧୯୯୨: ଦ ହଂସଲ ମେହେଟ୍ଟା ଷ୍ଟୋରୀରେ ମଧ୍ୟ କାମ କରିଥିଲେ।

ଖବର ଅନୁଯାୟୀ, ସେ ଏକ ୱେବ୍ ସିରିଜରେ ‘ଟଲି ଯୋଡି’ ପାଇଥିଲେ ଯେଉଁଥିରେ ମାନିନୀ ଦେ ତାଙ୍କ ସହ ନଜର ଆସିବେ। ଗତ ବର୍ଷ ତାଙ୍କ ୱେବସେରୀ ବିଷୟରେ ଖବର ଆସିଥିଲା, ଯଦିଓ ଏହା ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନଥିଲା।


Share It

Comments are closed.