ଭୁଲରେ ମଧ୍ୟ ଅନ୍ୟ ର ଏହି ସବୁ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ, ମାଡି ଆସିଥାଏ ଦୁର୍ଭାଗ୍ୟ


କିଛି ଲୋକ କେବେ ହେଲେ ବି ସନ୍ତୁଷ୍ଟ ହୋଇନଥାନ୍ତି । ସେମାନେ ଅନ୍ୟର ଜିନିଷ ଦେଖିଲେ ଲୋଭ ସମ୍ଭାଳି ପାରନ୍ତି ନାହିଁ । ସବୁବେଳେ ଅନ୍ୟମାନଙ୍କ ଜିନିଷ ମାଗିକରି ପିନ୍ଧିଥାନ୍ତି । କିନ୍ତୁ କିଛି ବିଶେଷ ସ୍ଥିତିରେ ଏହା କରିବା ଠିକ୍ କିନ୍ତୁ ପ୍ରତ୍ୟେକ ସମୟରେ ଅନ୍ୟର ଜିନିଷ ବ୍ୟବହାର କରିବା ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ଅନ୍ୟର ଜିନିଷ ବ୍ୟବହାର କରିବା ଦ୍ବାରା ନକାରାତ୍ମକ ଉତ୍ସ ମଧ୍ୟ ସାଥିରେ ଆସିଥାଏ ଏବଂ ଅନେକ ପ୍ରକାରର କ୍ଷତି ପହଞ୍ଚାଇଥାଏ । ବାସ୍ତୁ ଶାସ୍ତ୍ରରେ ଅନ୍ୟର କିଛି ଜିନିଷ ବ୍ୟବହାର କରିବାକୁ ବାରଣ କରାଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, କେବେ ବି ଅନ୍ୟର ପୋଷାକ ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ସେହି ବ୍ୟକ୍ତିଙ୍କ ନକାରାତ୍ମକ ଉତ୍ସ ଆପଣଙ୍କ ନିକଟକୁ ଆସିଯାଇଥାଏ । ଯାହା ଅନେକ ପ୍ରକାରର କ୍ଷତି ଘଟାଇଥାଏ । ଏହା ବ୍ୟତୀତ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା କରିବା ଉଚିତ ନୁହେଁ । ଅନ୍ୟର ପୋଷାକ ପିନ୍ଧିବା ଦ୍ବାରା ଚର୍ମଗତ ସମସ୍ୟା ଦେଖାଯାଇଥାଏ ।

ଘଣ୍ଟା କେବଳ ସମୟ ସହ ଜଡିତ ନୁହେଁ ବରଂ ଆପଣଙ୍କ ଜୀବନର ଭଲ ଏବଂ ଖରାପ ସମୟ ସହ ମଧ୍ୟ ଜଡିତ । କେବେ ବି ଅନ୍ୟର ଘଣ୍ଟା ମାଗି କରି ପିନ୍ଧନ୍ତୁ ନାହିଁ । ନଚେତ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଯିବ ।

ଜୋତା ଏବଂ ଚପଲର ସମ୍ପର୍କ ଶନିଙ୍କ ସହ ରହିଛି ବୋଲି ବିଶ୍ବାସ କରାଯାଏ । ଅନ୍ୟମାନଙ୍କର ଜୋତା ଏବଂ ଚପଲ ପିନ୍ଧିବା ଦ୍ବାରା ସେମାନଙ୍କ ଶନି ଦସାର ପ୍ରଭାବ ଆପଣଙ୍କ ଜୀବନରେ ପଡିବା ଆରମ୍ଭ କରିଥାଏ । ଏଥିପାଇଁ ଅନ୍ୟମାନଙ୍କ ଜୋତା ଏବଂ ଚପଲ ବ୍ୟବହାର କରନ୍ତୁ ନାହିଁ ।

ଅଳଙ୍କାର ସୌଭାଗ୍ୟର ସଙ୍କେତ ବୋଲି ବିଶ୍ବାସ କରାଯାଏ । ନିଜ ଅଳଙ୍କାର କାହାକୁ ପିନ୍ଧିବାକୁ ଦେବା ଉଚିତ ନୁହେଁ କି ଅନ୍ୟର ଅଳଙ୍କାର ବ୍ୟବହାର କରିବା ଉଚିତ ନୁହେଁ । ନଚେତ ଏହାର ନକାରାତ୍ମକ ପ୍ରଭାବ ସ୍ବାସ୍ଥ୍ୟ, ଆର୍ଥିକ ସ୍ଥିତି ଆଦି ଉପରେ ପଡିଥାଏ ।

ବାସ୍ତୁ ଶାସ୍ତ୍ରରେ କାହାର କଲମ ନେବା ମଧ୍ୟ ବାରଣ କରାଯାଇଛି । ଏହା କରିବା ଦ୍ବାରା କ୍ୟାରିୟର-ବ୍ୟବସାୟ ଏବଂ ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।


Share It

Comments are closed.