ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଖରାପ ଅଭ୍ୟାସଗୁଡ଼ିକୁ ତ୍ୟାଗ କରନ୍ତୁ


ଅନେକ ସମୟରେ ଦେଖାଯାଏ କେତେକ ବ୍ୟକ୍ତି ଧନବାନ ହୋଇଥିଲେ ମଧ୍ୟ ଧୀରେଧୀରେ କାଙ୍ଗାଳ ହୋଇଯାଆନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହାର କାରଣ ପ୍ରତିଦିନର କେତେକ ଖରାପ ଅଭ୍ୟାସ ହୋଇଥାଏ । ଆସନ୍ତୁ ଜାଣିବା ଆପଣଙ୍କର ଏହିଭଳି ଅଭ୍ୟାସ ବିଷୟରେ ଯେଉଁ କାରଣରୁ ଆପଣ ଧନବାନ ହୋଇ ମଧ୍ୟ ଧୀରେଧୀରେ କାଙ୍ଗାଳ ହୋଇଯାଆନ୍ତି ।
ରବିବାର ଦିନ ଏହି କାମ କରନ୍ତୁ ନାହିଁ
ଜ୍ୟୋତିଶ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହ ମାନଙ୍କ ମଧ୍ୟରେ ରାଜା କୁହାଯାଇଥାଏ । କୁଣ୍ଡଳୀରେ ସୁର୍ଯ୍ୟ ମଜବୁତ ରହିଥିଲେ ଆପଣଙ୍କର ମାନ-ସମ୍ମାନ ଏବଂ ଧନ ଦୌଲତରେ ଅଭାବ ରହିବ ନାହିଁ । ଶାସ୍ତ୍ର ଅନୁଯାୟୀ ରବିବାର ଦିନ କଂସା ଏବଂ କାଚର ବାସନରେ ଭୋଜନ କରିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଧନର ଅପବ୍ୟୟ ହେବା ସହ ଆପଣ ଗରୀବ ହେବାକୁ ଲାଗନ୍ତି ।
ଶନୀ ଦୋଷରୁ ନିଜକୁ ବଞ୍ଚାନ୍ତୁ
ଶନୀଦେବଙ୍କୁ ନ୍ୟାୟର ଦେବତା କୁହାଯାଇଛି । କେବେବି କୌଣସି ଅସହାୟ କିମ୍ବା ଗରୀବ ବ୍ୟକ୍ତିଙ୍କୁ ହଇରାଣ କରିବା ଠିକ ନୁହେଁ । ଯେଉଁମାନେ ଏଭଳି କରନ୍ତି ଶନୀଦେବ ସେମାନଙ୍କ ଉପରେ ନିଜର କୋପଦୃଷ୍ଟି ଲଗାଇଦିଅନ୍ତି ।
ସକାଳ ଓ ସଂନ୍ଧ୍ୟା ସମୟରେ ଏହିକାମ କରନ୍ତୁ ନାହିଁ
ଯେକୌଣସି ବ୍ୟକ୍ତି ପାଖରେ ଧନ ଦୌଲତ ଯେତେ ଥାଉନା କାହିଁ ଯଦି ସେ ସୂର୍ଯ୍ୟୋଦୟ ପରେ ମଧ୍ୟ ଶୋଇ ରହିଥାଏ କିମ୍ବା ସୂର୍ଯ୍ୟାସ୍ତପରେ ମଧ୍ୟ ଶୋଇରହିଥାଏ ତାହାର ଅର୍ଜିତ ଧନ ସମାପ୍ତ ହୋଇଯାଇଥାଏ । ଏପରି ବ୍ୟକ୍ତି ଉପରେ ଲକ୍ଷ୍ମୀ ଆଦୌଁ କୃପା କରନ୍ତି ନାହିଁ ।
ନିୟମିତ ପୂଜାପାଠ ନକରିବା
ପୂଜାପାଠ ଆମ ହିନ୍ଦୁଶାସ୍ତ୍ରର ପରମ୍ପରା ଅଟେ । ତେଣୁ ଯେଉଁଘରେ ନିୟମିତ ପୂଜାପାଠ ହୋଇନଥାଏ ସେଠାରେ ଲକ୍ଷ୍ମୀଦେବୀ ବେଶୀଦିନ ପର୍ଯ୍ୟନ୍ତ ବାସ କରନ୍ତି ନାହିଁ ।


Share It

Comments are closed.