ବାସ୍ତୁ ଅନୁଯାୟୀ ଭିତରକୁ କାହିିଁଁକି ଖୋଲିବା ଦରକାର ଘରର ମୁଖ୍ୟଦ୍ୱାର

ଯେକୌଣସି ଘରର ମୁ୍ଖ୍ୟଦ୍ୱାର ବ୍ୟାସର ଅନେକ ମହତ୍ତ୍ୱ ରହିଥାଏ, କାରଣ ଏହିଠାରୁ ହିଁ ସମସ୍ତ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ


ଯେକୌଣସି ଘରର ମୁ୍ଖ୍ୟଦ୍ୱାର ବ୍ୟାସର ଅନେକ ମହତ୍ତ୍ୱ ରହିଥାଏ, କାରଣ ଏହିଠାରୁ ହିଁ ସମସ୍ତ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଘରେ ସୁଖ ସମୃଦ୍ଧି ବଜାୟ ରଖିବାପାଇଁ ମୁଖ୍ୟଦ୍ୱାର ସମ୍ବନ୍ଧିତ ଏହି ବାସ୍ତୁ ନିୟମଗୁଡ଼ିକର ପାଳନ କରିବା ଜରୁରୀ ଅଟେ, ଯାହାକୁ କି ଆମେ ଅଣଦେଖା କରିପାରିବାନାହିଁ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ କବାଟ ସବୁବେଳେ ଭିତରକୁ ଖୋଲିବା ଦରକାର । କାରଣ ବାହାରକୁ ଖୋଲିବା ଅଶୁଭ ହୋଇଥାଏ ଏବଂ ଘରେ ଧନସମ୍ପତିର ଅଭାବ ମଧ୍ୟ ଦେଖାଯାଇଥାଏ । ଏହା ବ୍ୟତୀତ କବାଟ ଖୋଲିବା ଏବଂ ବନ୍ଦ କରିବା ସମୟରେ ଆବାଜ କରିବା ଅଶୁଭକର ଅଟେ ।
ଘରର ମୁଖ୍ୟଦ୍ୱାର ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଦରକାର । ଘରର ମୁଖ୍ୟଦ୍ୱାର ସାମ୍ନାରେ ପାହାଚ ରହିବା ଉଚିତ ନୂହେଁ । ଘରର ମଝିରେ ମୁଖ୍ୟଦ୍ୱାର ରହିବ ନାହିଁ । ମୁଖ୍ୟଦ୍ୱାର ସାମ୍ନାରେ କୌଣସି ଖମ୍ବା, ବୃକ୍ଷ କିମ୍ବା କୌଣସି କାନ୍ଥ ରହିବା ଠିକ ନୁହେଁ । ଏହାର ଛାଇ ମଧ୍ୟ ମୁଖ୍ୟଦ୍ୱାରରେ ପଡ଼ିବା ଠିକ ନୁହେଁ । ଘରର ମୁଖ୍ୟଦ୍ୱାର ରୋଡ଼ରୁ ଉଚ୍ଚ ହେବା ଦରକାର ।


Share It

Comments are closed.