WhatsAppର ନୂଆ ପଲିସି ଗ୍ରହଣ କରନ୍ତୁ, ନଚେତ କରିବାକୁ ପଡ଼ିବ ନିଜ ଆକାଉଂଟ ଡିଲିଟ


ଫେସବୁକ୍ ମାଲିକାନାଭୁକ୍ତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏହାର ସର୍ତ୍ତାବଳୀ ଏବଂ ପ୍ରାଇଭେସି ପଲିସି ଅପଡେଟ କରିଛି ଏବଂ ମଙ୍ଗଳବାର ସନ୍ଧ୍ୟା ଠାରୁ ଭାରତର ଉପଭୋକ୍ତାମାନଙ୍କୁ ଏହାର ବିଜ୍ଞପ୍ତି ଧୀରେ ଧୀରେ ଦିଆଯାଉଛି। ନୂତନ ପଲିସି ଗ୍ରହଣ କରିବାକୁ ହ୍ବାଟସ୍ ଆପ୍ ଉପଭୋକ୍ତାମାନଙ୍କୁ ୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ସମୟ ଦେଇଛି। ସେପର୍ଯ୍ୟନ୍ତ ବ୍ୟବହାରକାରୀଙ୍କୁ ଏହି ପଲିସି ଆକ୍ସେପ୍ଟ କରିବାକୁ ପଡିବ ନଚେତ୍ ସେମାନଙ୍କୁ ଆକାଉଣ୍ଟକୁ ଡିଲିଟ କରିବାକୁ ପଡିବ |ତେବେ ଏହି ନୂଆ ପ୍ରାଇଭେସି ପଲିସିର କଣ ବିଶେଷତ୍ୱ ରହିଛି ଜାଣନ୍ତୁ।

ହ୍ୱାଟ୍ସଆପ ୟୁଜର୍ସଙ୍କୁ ନୂଆ ଆପର ନୂଆ ଟର୍ମ ଏବଂ ପ୍ରାଇଭେସି ପଲିସୀକୁ ଶୀଘ୍ର ଗ୍ରହଣ କରିବାକୁ ହେବ। ଯଦି ୟୁଜର୍ସ ଏହି ପ୍ରାଇଭେସି ପଲିସୀକୁ ଗ୍ରହଣ ନ କରନ୍ତି ତାହେଲେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ ନାହିଁ। WABetaInfo କହିବାନୁଯାୟୀ, ହ୍ୱାଟ୍ସଆପ୍ ୨୦୨୧ ଫେବୃଆରୀ ୮ ତାରିଖରେ ନିଜର ଟର୍ମ ଅଫ୍ ସର୍ଭିସ୍ ଅପଡେଟ୍ କରିବାକୁ ଯାଉଛି। ଯଦି ହ୍ୱାଟ୍ସଆପ୍ ୟୁଜର୍ସ ଏଥିପାଇଁ ରାଜି ନ ହୁଅନ୍ତି ତାହେଲେ ସେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ।

ହ୍ୱାଟ୍ସଆପର ନୂଆ ପଲିସୀ ପାଇଁ ୟୁଜର୍ସଙ୍କୁ ଯେଉଁ ଲାଇସେନ୍ସ ଦିଆଯାଉଛି ସେଥିରେ କୁହାଯାଇଛି ଯେ ହ୍ୱାଟ୍ସଆପ ସେବା ସଞ୍ଚାଳିତ କରିବାକୁ ଆପଣ ହ୍ୱାଟ୍ସଆପକୁ ଯେଉଁ କଣ୍ଟେଣ୍ଟ ଅପଲୋଡ଼୍, ସବମିଟ୍, ଷ୍ଟୋର୍, କିଛି ଫାଇଲ୍ ବା ଅନ୍ୟ କିଛି ପଠାଇବା ବା ପ୍ରାପ୍ତ କରନ୍ତି, ତାକୁ ବ୍ୟବହାର କରିବାକୁ, ରିପ୍ରଡ୍ୟୁସ୍ କରିବାକୁ, ଡିଷ୍ଟ୍ରିବ୍ୟୁଟ୍ ଏବଂ ଡ଼ିସପ୍ଲେ ପାଇଁ ସାରା ବିଶ୍ୱରେ ନନ୍-ଏକ୍ସକ୍ଲୁସିଭ୍, ରୟାଲ୍ଟି ଫ୍ରି, ଟ୍ରାନ୍ସଫରେବଲ୍ ଲାଇସେନ୍ସ ଦିଆଯାଇଥାଏ।

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଖରେ ବର୍ତ୍ତମାନ Not Now ଅପ୍ସନ୍ ଅଛି। ଅର୍ଥାତ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଏହାକୁ ଗ୍ରହଣ କରିପାରିବେ। ଗ୍ରହଣ ନ କଲେ ବି ଆପ ଚାଲିବ। ନୂଆ ପଲିସୀ ଅନୁଯାୟୀ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଇଣ୍ଟିଗ୍ରେସନ୍ ହେବ। ହ୍ୱାଟ୍ସଆପ୍ ଡାଟା ପୂର୍ବରୁ ମଧ୍ୟ ଫେସବୁକ ସହ ସେୟାର ହେଉଥିଲା କିନ୍ତୁ ବର୍ତ୍ତମନ ଫେସବୁକ୍ ଓ ଇନଷ୍ଟାଗ୍ରାମର ଇଣ୍ଟିଗ୍ରେସନ୍ ପୂର୍ବ ଅପେକ୍ଷା ଅଧିକ ରହିବ।


Share It

Comments are closed.