ଭୁବନେଶ୍ୱରରେ ଆବ୍‌ସୋଲ୍ୟୁଟ୍ ବାର୍‌ବେକ୍ୟୁସ୍ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲର ଶୁଭାରମ୍ଭ


ଭୁବନେଶ୍ୱର: ଭୁବନେଶ୍ୱରରେ ଅଗ୍ରଣୀ ବାର୍‌ବେକ୍ୟୁ ରେଷ୍ଟୁରାଂଟ୍ ଚେନ୍‌, ଆବ୍‌ସୋଲ୍ୟୁଟ୍ ବାର୍‌ବେକ୍ୟୁସ୍ (ଏବି’ଏସ୍‌) ଏହାର ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲର ଶୁଭାରମ୍ଭ କରିଛି । ଏହି ଫେଷ୍ଟିଭାଲ ରେ ଏପ୍ରିଲ ୨୦ରୁ ମେ’ ୧ ତାରିଖ ୨୦୨୨ ପର୍ଯ୍ୟନ୍ତ ସୁସ୍ୱାଦୁ ଭାରତୀୟ ଷ୍ଟ୍ରିଟ୍ ଫୁଡ୍‌ର ଏକ ବିସ୍ତାରିତ ପ୍ରଦର୍ଶନ ଅନ୍ତର୍ଭୁକ୍ତ ରହିଛି । ଉତ୍ସାହକୁ ବଢାଇବା ପାଇଁ, ଓଲିଉଡ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଓ ମଡେଲ ଶୀତଲ୍ ପାତ୍ର ଅତିଥି ଭାବେ ଏହି ଫୁଡ୍ ଫେଷ୍ଟିଭାଲ ପରିଦର୍ଶନ କରିଛନ୍ତି ଓ ଫେଷ୍ଟିଭାଲର ସ୍ୱତନ୍ତ୍ର ସ୍ୱାଦିଷ୍ଟ ଖାଦ୍ୟଗୁଡିକର ମଜା ଉଠାଇଛନ୍ତି ।
ଏସମ୍ପର୍କରେ ଅଭିନେତ୍ରୀ ଶୀତଲ୍ ପାତ୍ର କହିଛନ୍ତି, “ଭାରତ ହେଉଛି ବାସ୍ତବରେ ସଂସ୍କୃତିର ଏକ ମିଶ୍ରଣ ଏବଂ ଏହି ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ଏକ ସ୍ୱର୍ଗୀୟ ପ୍ଲାଟର୍‌ରେ ସଫଳତାର ସହିତ ଭାରତକୁ ଉପସ୍ଥାପନ କରିଛି । ମୁଁ ଏହି କାର୍ଯ୍ୟକ୍ରମର ଅଂଶ ହୋଇ ଏବଂ ସାରା ଦେଶରୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟଗୁଡିକୁ ଉପଭୋଗ କରି ଗର୍ବିତ ଅନୁଭବ କରୁଛି । ଗୋଟିଏ କଥା ମୁଁ ନିଶ୍ଚିତ କରିପାରିବି ଯେ, ଏହା ପ୍ରତ୍ୟେକ ଷ୍ଟ୍ରିଟ୍ ଫୁଡ୍ ଲଭର୍‌ଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହେବ ।’
ଆବ୍‌ସୋଲ୍ୟୁଟ୍ ବାର୍‌ବେକ୍ୟୁସ୍‌ର ସିଓଓ ଆଶିଷ ରାୟ କହିଛନ୍ତି, “ଏବି’ଏସ୍ ସବୁବେଳେ ଭାରତର ପସନ୍ଦର ୱିଶ୍ ଗ୍ରିଲ୍ ବୁଫେ ରେଷ୍ଟୁରାଂଟ୍ ରହିଆସିଛି । ବିଗତ ବର୍ଷଗୁଡିକରେ ଏହି ବ୍ରାଣ୍ଡ ସଫଳତାର ସହିତ ଅନେକ ଫୁଡ୍ ଫେଷ୍ଟିଭାଲର ଆୟୋଜନ କରିଛି ଯେଉଁଠାରେ ଆମେ ପ୍ରଦାନ କରୁଥିବା ସ୍ୱତନ୍ତ୍ର ବୁଫେ ଡାଇନିଙ୍ଗ୍ ଅଭିଜ୍ଞତାକୁ ଉପଭୋଗ କରିବା ପାଇଁ ଫୁଡିମାନେ ସ୍ୱତନ୍ତ୍ର ମାର୍ଗ ପ୍ରସ୍ତୁତ କରିଥିଲେ । ସମାନ ରୂପେ, ଆମେ ନିଶ୍ଚିତ ଯେ, ଏହି ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ଫୁଡିମାନଙ୍କୁ ନିଜ ସହରକୁ ନଛାଡି ଭାରତର କିଛି ସର୍ବୋତମ ଷ୍ଟ୍ରିଟ୍ ଫୁଡ୍‌କୁ ଉପଭୋଗ କରିବା ପାଇଁ ଉପଯୁକ୍ତ ପ୍ଲାଟ୍‌ଫର୍ମ ପ୍ରଦାନ କରିବ ।”
ଆବ୍‌ସୋଲ୍ୟୁଟ୍ ବାର୍‌ବେକ୍ୟୁସ୍‌ର ସିଏମ୍‌ଓ ରିତେଶ ଗାଡେ ଏକ ବିବୃତିରେ କହିଛନ୍ତି, “ବିଗତ ବର୍ଷଗୁଡିକରେ, ଆବ୍‌ସୋଲ୍ୟୁଟ୍ ବାର୍‌ବେକ୍ୟୁସ୍ ଆମ ଗ୍ରାହକଙ୍କର ସ୍ୱାଦକୁ ପୂରଣ କରିବା ସହିତ ସେମାନଙ୍କୁ ଭାରତର ସମୃଦ୍ଧ ଖାଦ୍ୟ ଐତିହ୍ୟ ସହିତ ପରିଚିତ କରାଇବା ପାଇଁ ଅନେକ ଫୁଡ୍ ଫେଷ୍ଟିଭାଲର ଆୟୋଜନ କରିଛି । ଏହି ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ସହିତ, ଆମେ ଦକ୍ଷିଣ ଭାରତର ଲୋକପ୍ରିୟ ଖାଦ୍ୟ ହେଉ କିମ୍ବା ଉତର-ପଶ୍ଚିମ ଭାରତର ସୀମାନ୍ତରୁ ସମୃଦ୍ଧ ଖାଦ୍ୟ କିମ୍ବା ପୂର୍ବାଂଚଳର ସୁସ୍ୱାଦୁ ବିଶେଷତା, ସମଗ୍ର ଦେଶରୁ ସୁସ୍ୱାଦୁ ଖାଦ୍ୟଗୁଡିକର ଏକ ବିସ୍ତୃତ ଶୃଙ୍ଖଳାକୁ ପରିଚିତ କରାଇ ଖୁସି ଅନୁଭବ କରୁଛୁ ।”
ସେହିପରି ଉତର ଓ ପୂର୍ବାଂଚଳ- ବ୍ୟବସାୟ ଓ ପରିଚାଳନା ମୁଖ୍ୟ ମନିଷ ପାଣ୍ଡେ କହିଛନ୍ତି, “ ଉଦ୍ଭାବନ ଏବଂ ନୂଆ ଜିନିଷ ଆଣିବା ପାଇଁ ଆମର ପ୍ରତିବଦ୍ଧତାକୁ ଜାରି ରଖି, ଆମେ ଭୁବନେଶ୍ୱରର ଫୁଡିଙ୍କ ପାଇଁ ପ୍ରଥମ ଧରଣର ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ଆଣିଛୁ । ଆମେ ନିଶ୍ଚିତ ଯେ, ଏହି ଫେଷ୍ଟିଭାଲରେ ଦକ୍ଷିଣରୁ ଆରମ୍ଭ କରି ଉତରାଂଚଳର ରାଜ୍ୟଗୁଡିକ ପର୍ଯ୍ୟନ୍ତ ଏବଂ ସୁଦୂର ଉତରପୂର୍ବାଂଚଳ ଓ କେନ୍ଦ୍ରୀୟ ପଶ୍ଚିମାଂଚଳ ଆଦି ସ୍ଥାନର ଷ୍ଟ୍ରିଟ୍ ଫୁଡ୍‌ର ସ୍ୱାଦକୁ ଚାଖିବା ପାଇଁ ବହୁ ସଂଖ୍ୟକ ଖାଦ୍ୟପ୍ରେମୀ ଭିଡ ଜମାଇବେ ।”
ସମଗ୍ର ଭାରତରୁ ଖାଦ୍ୟଗୁଡିକର ସମ୍ଭାରକୁ ପ୍ରଦର୍ଶିତ କରୁଥିବା ଏହି ଫେଷ୍ଟିଭାଲର ସ୍ୱତନ୍ତ୍ର ମେନ୍ୟୁରେ ହାଇଦ୍ରାବାଦି ବିରିୟାନି, ମାଂସୋ ଆଳୁ ଝୋଲ୍‌, ସାଟେ ଚିକେନ୍‌, ବରା ଘୁଗୁନି, ଚୁରାସ୍କୋ ଚିକେନ୍‌, ବେକ୍‌ଡ ଆଲାସ୍କା, ଛେନାପୋଡ, ରାଜ୍ କଚୋରି, ପପ୍‌ସିକିଲ୍ସ ଆଦି ସାମିଲ ରହିଛି । ଏହି ଆଉଟ୍‌ଲେଟ୍ ପ୍ରତ୍ୟେକ ସୋମବାରରୁ ଶନିବାର ସନ୍ଧ୍ୟା ୬.୩୦ଟାରୁ ୭ଟା ପର୍ଯ୍ୟନ୍ତ ନିଜ ଡିନର୍ ବୁଫେ ପାଇଁ ଏକ ୩+୧ ଡିଲ୍ ପ୍ରଦାନ କରୁଛି, ଯେଉଁଠାରେ ଗ୍ରାହକମାନେ ଏକ ଚାରିଜିଣିଆ ଗ୍ରୁପ୍‌ରେ ରେଷ୍ଟୁରାଂଟ୍‌କୁ ପରିଦର୍ଶନ କରିପାରିବେ ଏବଂ କେବଳ ୩ ଜଣଙ୍କ ପାଇଁ ପଇଠ କରିପାରିବେ ।

 


Share It

Comments are closed.