ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଆମନାସାମନୀ ହେଲେ ବିବେକ ଓ ଅଭିଷେକ


ମୁମ୍ବାଇରେ ଭାରତୀୟ ବ୍ୟାଟମିଟନ ଷ୍ଟାର ପି.ଭି ସିନ୍ଧୁଙ୍କୁ ସମ୍ମାନୀତି କରିବା ପାଇଁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅନେକ ବଲିଉଡ ଷ୍ଟାର ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅମିତାଭ ନିଜ ପୁଅ ଅଭିଷେକଙ୍କ ସହ ପହଞ୍ଚିଥିବାବେଳେ ଅନ୍ୟପଟେ ବିବେକ ତାଙ୍କ ବାପା ସୁରେଶ ଏବଂ ପତ୍ନୀ ପ୍ରିୟଙ୍କା ସହ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କ ସାମନା ଅଭିଷେକ ବଚ୍ଚନଙ୍କ ସହ ହୋଇଥିଲା ।
ସୁରେଶ, ଅମିତାଭଙ୍କୁ ଦେଖିବା ମାତ୍ରେକେ ହିଁ ତାଙ୍କୁ ଆଲଙ୍ଗନ କରି ପକାଇଥିଲେ କେବଳ ତାହା ନୁହେଁ ଏହା ସହ ଅଭିଷେକ-ବିବେକ ମଧ୍ୟ ପରସ୍ପରକୁ ଆଲଙ୍ଗନ କରିଥିଲେ ।

ଯଦି ବିବେକଙ୍କ ପ୍ରୋଫେସନାଲ ଲାଇଫ କଥା କହିବା ତେବେ ନିକଟ କିଛି ଦିନ ତଳେ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ପର୍ଯ୍ୟବେଷିତ ହୋଇଥିବା ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିବାବେଳେ ଅନ୍ୟପଟେ ସେ ଖୁବଶୀଘ୍ର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମରେ ନଜର ଆସିପାରନ୍ତି ।


Share It

Comments are closed.