ବିଗ୍ ବାଜାର୍ ବିୟୁଟି ବାଜାର୍ ସହ ଅବ୍ ଇଣ୍ଡିଆ ରହେଗା ହର୍ ଦିନ ରେଡି


ଭୁବନେଶ୍ୱର: ଭାରତର ପ୍ରମୁଖ ହାଇପରମାର୍କେଟ୍ ଶୃଙ୍ଖଳ ତଥା ଫ୍ୟୁଚର ଗ୍ରୁପର ଅଂଶବିଶେଷ ବିଗ୍ ବାଜାର, ସବୁବେଳେ ନିଜ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଆଗରେ ରହିଛି । ବର୍ତମାନ ବିଗ୍ ବାଜାର ହେଉଛି ଏକ ୱାନ୍ ଷ୍ଟପ୍ ସପିଙ୍ଗ୍ ଡେଷ୍ଟିନେସନ ଯେଉଁଠାରେ ଖାଦ୍ୟ ସାମଗ୍ରୀ, ଫ୍ୟାଶନ, ଘରୋଇ ଓ ଦୈନନ୍ଦିନ ସାମଗ୍ରୀ ଆଦି ସବୁ କିଛି ସମ୍ପୂର୍ଣ୍ଣ ପରିବାର ପାଇଁ ଗୋଟିଏ ଛାତ ତଳେ ମହଜୁଦ ରହିଛି । ଅନ୍ୟ ସମସ୍ତ ଦୈନନ୍ଦିନ ସାମଗ୍ରୀ ତୁଳନାରେ ବିୟୁଟି ପ୍ରଡକ୍ଟଗୁଡିକୁ ବ୍ୟକ୍ତିଗତ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇଥାଏ । ସମସ୍ତ ସୌନ୍ଦର୍ଯ୍ୟ ଅଭିଳାଷୀ, ମେକ୍‌ଅପ୍ ପ୍ରେମୀ, ସବୁ ବର୍ଗର ଯୁବ ତଥା ମହିଳାମାନଙ୍କ ନିକଟରେ ପହଂଚିବା ପାଇଁ ବିଗ୍ ବାଜାର ପକ୍ଷରୁ ଭାରତର ବିୟୁଟି ବାଜାର୍‌ର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ବିଗ୍ ବାଜାର୍‌ର ବିୟୁଟି ବାଜାର୍‌ରେ ପ୍ରମୁଖ ବ୍ରାଣ୍ଡଗୁଡିକର ସର୍ବୋତମ ବିୟୁଟି ପ୍ରଡକ୍ଟଗୁଡିକୁ ୯୯ ଟଙ୍କାରୁ କମ୍ ଦରରେ ପାଇପାରିବେ ।
ଗ୍ରାହକମାନେ ବିଗ୍ ବାଜାର୍‌ର ଷ୍ଟୋରଗୁଡିକରେ ବିୟୁଟି ବାଜାର୍‌ର ଅଭିଜ୍ଞତା ପାଇପାରିବେ ଏବଂ ୯୯ ଟଙ୍କାରୁ କମ୍ ମୂଲ୍ୟରେ ହେୟାର୍‌, ସ୍କିନ୍‌, ଫେସ୍‌, ଆଇଜ୍‌, ଲିପ୍ସ, ନେଲ୍‌ର ଏକ ବ୍ୟାପକ ରେଞ୍ଜ ଓ ଅନ୍ୟାନ୍ୟ ବିୟୁଟି ଏସେନ୍‌ସିଆଲ୍ସରୁ ନିଜ ପସନ୍ଦର ଉତ୍ପାଦ ଚୟନ କରିପାରିବେ । ଗୃହିଣୀ, କର୍ମଜିବୀ ମହିଳା, କିଶୋରୀ ତଥା ଯୁବତୀମାନଙ୍କ ପାଇଁ ବିୟୁଟି ବାଜାର୍‌ରେ ସମସ୍ତ ପ୍ରକାରର ଦୈନନ୍ଦିନ ସୌନ୍ଦର୍ଯ୍ୟ ଉତ୍ପାଦ ରହିଛି । ଏଠାରେ ୨୨୫ ଟଙ୍କା ମୂଲ୍ୟର ଲାକ୍‌ମୀ ଏନ୍‌ରିଚ୍ ଲିପ୍ କ୍ରେୟନ୍ ଲିପ୍‌ଷ୍ଟିକ୍ ମାତ୍ର ୯୯ ଟଙ୍କାରେ ମିଳୁଥିବା ବେଳେ ୧୭୫ ଟଙ୍କାର ମେବିଲାଇନ୍ ଲିପ୍ ବାମ୍ ମାତ୍ର ୯୯ ଟଙ୍କାରେ, ୧୭୯ ଟଙ୍କାର ଫେସେସ୍ ବ୍ଲାକ୍ କାଜଲ୍ ମାତ୍ର ୯୯ ଟଙ୍କାରେ, ୧୭୫ ଟଙ୍କାର ଗାର୍ନିଅର୍ କ୍ଲିଞ୍ଜର ମିସେଲାର ୱାଟର ମାତ୍ର ୯୯ ଟଙ୍କାରେ, ୧୭୫ ଟଙ୍କାର କାରା ମେକ୍‌ଅପ୍ ରିମୁଭର ୱାଇପ୍ ୯୯ ଟଙ୍କାରେ ଓ ୧୨୫ ଟଙ୍କାର ଟିଏସ୍ ମାନିକ୍ୟୋର୍ ସେଟ୍ ମାତ୍ର ୯୯ ଟଙ୍କାରେ ମିଳୁଛି ।
ଏହା ସମ୍ପର୍କରେ ଫ୍ୟୁଚର ଗ୍ରୁପ୍‌ର ଡିଜିଟାଲ ଆଣ୍ଡ ମାର୍କେଟିଙ୍ଗ୍ ଗ୍ରୁପ୍ ହେଡ୍ ପୱନ ସାର୍‌ଦା କହିଛନ୍ତି ଯେ, “ବିୟୁଟି ବାଜାର୍ ସହ ଗ୍ରାହକମାନେ ବ୍ରାଣ୍ଡେଡ୍ ପ୍ରଡକ୍ଟଗୁଡିକୁ ଖୁବ୍ କମ୍ ମୂଲ୍ୟରେ ପାଇପାରିବେ ଓ ଅଧିକ ଅର୍ଥ ସଂଚୟ କରିପାରିବେ । ବିଗ୍‌ବାଜାର୍ ଖୁବ୍‌ଶୀଘ୍ର ଏହାର ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଲଂଚ୍ କରିବାକୁ ଯାଉଛି ଯାହାକି ଫ୍ୟାଶନ୍ ପ୍ରେମୀଙ୍କ ପାଇଁ ସମସ୍ତ ପ୍ରକାରର ବିୟୁଟି ରେଜିମେ, ହ୍ୟାକ୍ସ, ଟିପ୍ସ ଓ ଟ୍ୟୁଟୋରିଆଲ ଆଦି ସେୟାର କରିବ । ଆପଣଙ୍କ ନିକଟସ୍ଥ ବିୟୁଟି ବାଜାର୍‌କୁ ଯାଆନ୍ତୁ ଓ ସବୁଦିନ ସୁନ୍ଦର ଦେଖାଯାଆନ୍ତୁ!


Share It

Comments are closed.