ବାପା ହେଲେ ଡିଭିଲିୟର୍ସ, ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା


ଦକ୍ଷିଣ ଆଫ୍ରିକାର ପୂର୍ବତନ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ବାପା ହୋଇଛନ୍ତି । ସେ ଏ ବିଷୟରେ ସୋସିଆଲ ମିଡିଆରେ ନିଜ ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ଜଣାଇଛନ୍ତି । ଗତ ୧୧ ତାରିଖରେ ପତ୍ନୀ ଡାନିଏଲ୍‌ ଡିଭିଲର୍ସ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଡିଲିଲର୍ସ ପତ୍ନୀ ଓ କନ୍ୟାଙ୍କ ସହ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି । ସେ ଲେଖିଛନ୍ତି, ଗତ ୧୧-୧୧-୨୦୨୦ରେ ଆମର ଏକ କନ୍ୟା ସନ୍ତାନ ହୋଇଛି ।’ ଝିଅର ନାମ ସେ ୟେନତେ ଡିଭିଲର୍ସ ରଖିଛନ୍ତି ।


Share It

Comments are closed.