ଦୀର୍ଘ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ‘ରାହୁଲ ରୟ’


୧୯୯୦ମସିହାରେ ଫିଲ୍ମ ଆଶିକୀ ସହ ରାହୁଲ ରାୟ ରାତାରାତି ଷ୍ଟାର ହୋଇଯାଇଥିଲେ। ଏହି ଫିଲ୍ମ ସମୟରେ ରାହୁଲ ରାୟଙ୍କୁ ମାତ୍ର ୨୨ବର୍ଷ ହୋଇଥିଲା। ଏତେ ସଫଳତା ମିଳିବା ପରେ ରାହୁଲଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ସେ ‘ପ୍ୟାର କା ସାୟା’,‘ବାରିଶ’,‘ଜୁନୁନ’,‘ଗଜବ ତମାଶା’,‘ଦିଲଓ୍ବାଲେ କଭି ନା ହାରେ’ଭଳି ଅନେକ ଫିଲ୍ମ କରିଥିଲେ କିନ୍ତୁ କୌଣସି ଫିଲ୍ମ ଆଶିକୀ ଭଳି ସଫଳ ହୋଇନଥିଲା। ରାହୁଲ ଏବେ ପୁଣି ଦୀର୍ଘ ବର୍ଷ ପରେ ସିନେମା ପର୍ଦାରେ କମ୍‌ବ୍ୟାକ୍ କରୁଛନ୍ତି। ରାହୁଲ ରାୟ ଫିଲ୍ମ ଆଗ୍ରାରେ କାମ କରୁଛନ୍ତି। ଏହି ଫିଲ୍ମକୁ କନୁ ବହଲ୍ ଡାଇରେକ୍ଟ କରୁଛନ୍ତି। କନୁ ବହଲ୍ ଏହା ପୂର୍ବରୁ ତିତଲି ଫିଲ୍ମକୁ ଡାଇରେକ୍ଟ କରି ସାରିଛନ୍ତି। ଏହି ଫିଲ୍ମ ସହ ଶଶାଙ୍କ ସନି ଅରୋରା ନିଜ କ୍ୟାରିୟରର ଆରମ୍ଭ କରିଥିଲେ। ଏହା ବ୍ୟତୀତ ଫିଲ୍ମରେ ରଣବୀର ସୌରୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିର୍ନ କରିଛନ୍ତି।

View this post on Instagram

Tanvir bhai awaiting for this labor of love ❤️❤️

A post shared by Rahul Roy (@officialrahulroy) on

କନୁ ବହଲ୍ ‘ତିତଲି’ ବ୍ୟତୀତ ଦିବାକର ବାନାର୍ଜୀଙ୍କ ଫିଲ୍ମ ଏଲଏସଡିର ମଧ୍ୟ କୋ-ରାଇଟର। ଏହା ସହ କନୁଙ୍କ ସର୍ଟ ଫିଲ୍ମ ‘ବିନ୍ନୁ କା ସପନା’ ଇଣ୍ଟରନ୍ୟାସନାଲ୍ ଶର୍ଟ ଫିଲ୍ମ ଫେଷ୍ଟିଭାଲ୍ ଫ୍ରାନ୍ସରେ ପ୍ରିମିୟର ହୋଇ ସାରିଛି। ଫିଲ୍ମ ବ୍ୟତୀତ ରାହୁଲ ରାୟ ‘ବିଗ୍ ବସ୍ ସିଜନ୍ ୧’ରେ ମଧ୍ୟ ନଜର ଆସିଥିଲେ। ଏହି ଶୋରେ ସେ ଅଧିକାଂଶ ସମୟ ଚୁପଚାପ୍ ରହୁଥିଲେ ଏବଂ ଶେଷରେ ବିଗ୍ ବସ୍ ଜିତିବାରେ ସଫଳ ହୋଇଥିଲେ। ରାହୁଲ ରାୟ ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି। ତାଙ୍କର ଗୋଟିଏ ପ୍ରଡକ୍ସନ୍ ହାଉସ୍ ମଧ୍ୟ ରହିଛି। କୁହାଯାଉଛି ଯେ ଏହି ଫିଲ୍ମ ରାହୁଲଙ୍କ କ୍ୟାରିୟରର ଟର୍ଣ୍ଣିଙ୍ଗ୍ ପଏଣ୍ଟ ହୋଇପାରେ। ଏହା ଏକ ପାରିବାରିକ କାହାଣୀ। ଏହି ଫିଲ୍ମରେ ପ୍ରିୟଙ୍କା ବୋଷ,ମୋହିତ ଅଗ୍ରଓ୍ବାଲ୍,ରୁହାନୀ ଶର୍ମା,ବିଭା ଛିବ୍ବର,ସୋନାଲ୍ ଝା ଏବଂ ଆଞ୍ଚଲ୍ ଗୋସ୍ବାମୀ ଭଳି ଷ୍ଟାର ନଜର ଆସିବେ।


Share It

Comments are closed.