ମହାଭାରତ ଫିଲ୍ମରେ ଏକାଠି ହେବେ ଅନେକ ମେଗାଷ୍ଟାର


କିଛି ଦିନ ତଳେ ଆମିର ନିଜର ବହୁ ଚର୍ଚ୍ଚିତ ଆଗାମୀ ଫିଲ୍ମ “ଠଗ୍ସ ଅଫ ହିନ୍ଦୁସ୍ଥାନ”ର ସୁଟିଂ ଶେଷ କରିଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନର କାମ ଚାଲୁଥିବାବେଳେ ଏହା ଦୀପାବଳୀରେ ରିଲିଜ ହେବ ବୋଲି ସୂଚନା ମିଳିଛି । ସବୁ କାମ ସରିବା ପରେ ଆମୀର ତାଙ୍କର ଡ୍ରିମ ପ୍ରୋଜେକ୍ଟ “ମହାଭାରତ”ର କାମ ଆରମ୍ଭ କରିବେ ବୋଲି ତାଙ୍କ ନିକଟସ୍ଥ ସୂତ୍ରରୁ ସୂଚନା ମିଳିଛି ।
ଆମୀର ଏହି ଫିଲ୍ମକୁ ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଥିବାର ମଧ୍ୟ ସୂଚନା ମିଳିଛି । ଫିଲ୍ମଟି ବିଗ ବଜେଟର ହୋଇଥିବାରୁ ଏହାକୁ ୧୦୦୦ କୋଟିରେ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଫିଲ୍ମରେ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ଖୋଦ ଟଙ୍କା ଲାଗିବା ସହ ଏହା ତିନୋଟି ପର୍ଯ୍ୟାୟରେ ପ୍ରସ୍ତୁତ ହେବ ବୋଲି ସ୍ପଷ୍ଟ ହୋଇଛି ।
ବର୍ତ୍ତମାନ ଏହି ଫିଲ୍ମର କାଷ୍ଟିଙ୍ଗ ଉପରେ କାମ ଚାଲିଥିବାବେଳେ ଏହି ଫିଲ୍ମରେ ଅର୍ଜୁନ ଭୂମିକାରେ ପ୍ରଭାସ ଏବଂ ନିର୍ଦ୍ଦେଶକ ରୂପରେ ରାଜାମୌଳୀ ଏହାକୁ ପ୍ରସ୍ତୁତ କରନ୍ତୁ ବୋଲି ଇଚ୍ଛା ପ୍ରକଟ କରିଛନ୍ତି । ଆମୀରଙ୍କୁ ଏହି ଫିଲ୍ମରେ ଶ୍ରୀକୃଷ୍ଣ ଭୂମିକାରେ ଦେଖିବାକୁ ମିଳିଥିବାବେଳେ ଦୀପିକାଙ୍କୁ ଦ୍ରୈପଦୀ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ଅଭିନୟ କରିବାକୁ ଥିବା କଳାକାରଙ୍କ ଭୂମିକା ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ମୁଖ୍ୟ ଚରିତ୍ରରେ ଅନେକ ମେଗା ଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହୋଇସାରିଛି ।


Share It

Comments are closed.