ଆମିରଙ୍କ ଝିଅଙ୍କ ବିସ୍ପୋରକ ବୟାନ, କହିଲେ ୧୪ ବର୍ଷ ବୟସରେ ହୋଇଥିଲେ ଯୌନ ଶୋଷଣର ଶୀକାର


ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ନିକଟରେ ଖୁବ୍‌ ଚର୍ଚ୍ଚାରେ ଥିଲେ । ସେ ୱର୍ଲ୍ଡ ମେଣ୍ଟଲ ହେଲଥ୍‌ ଡେ ରେ ନିଜର ଡିପ୍ରେସନକୁ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରିଥିଲେ । ଭିଡ଼ିଓ ସେୟାର କରି ଇରା ଖାନ୍‌ କହିଥିଲେ କି ମୁଁ ଡିପ୍ରେସନରେ ଅଛି , ଏହା ପରେ ସୋସିଆଲ ମିଡ଼ିଆରେ ଖୁବ୍‌ ପ୍ରତିକ୍ରିୟା ଆସିଥିଲା । ଏବେ ପୁଣି ଥରେ ସେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ଏକ ଭିଡ଼ିଓ ସେୟାର କରିଛନ୍ତି , ଏହି ଭିଡ଼ିଓରେ ଇରା ଖାନ୍‌ ନିଜ ଜୀବନ ସହ ଜଡ଼଼ିତ ଅନେକ ରହସ୍ୟର ଖୁଲାସା କରିଛନ୍ତି । ଇରା ଖାନ କହୁଛନ୍ତି କି କାହିଁକି ସେ ଡିପ୍ରେସନକୁ ଚାଲିଯାଇଥିଲେ । ଭିଡ଼ିଓରେ ଇରା ଖାନ୍‌ କହୁଛନ୍ତି , “ଯେବେ ମୁଁ ଛୋଟ ଥିଲି ତ ମୋର ପ୍ୟାରେଣ୍ଟସ୍‌ଙ୍କର ଛାଡ଼ପତ୍ର ହୋଇଗଲା , କିନ୍ତୁ ଏହାକୁ ନେଇ ମୋତେ କୌଣସି ବଡ଼ ଆଘାତ ଲାଗିନଥିଲା । ମୋ ମାଆ-ବାପା ଏବେ ବି ବହୁତ ଭଲ ବନ୍ଧୁ , କୌଣସି ଅସ୍ତବ୍ୟସ୍ତ ହୋଇ ଯାଇଥିବା ପରିବାର ନୁହେଁ।

ଯେବେ ମୁଁ ୬ ବର୍ଷର ଥିଲି , ସେତେବେଳେ ମୋତେ ଟିବି ହୋଇଥିଲା । ଟିବିକୁ ନେଇ ବି ମୁଁ ଦୁଃଖି ନଥିଲି । ଯେବେ ମୁଁ ୧୪ ବର୍ଷର ଥିଲି ମୋତେ ଯୌନ ଶୋଷଣ ହୋଇଥିଲା । ସେତେବେଳେ ମୋତେ କିଛି ଜଣାନଥିଲା କି , ମୋ ସହ ଏହା କଣ ହେଉଛି । କିନ୍ତୁ ଯେବେ ମୋତେ ଜଣାପଡ଼ିଲା ମୁଁ ନିଜ ଠାରୁ ବହୁତ ଦୂରକୁ ଚାଲିଗଲି । ମୋତେ ବହୁତ ଖରାପ ଲାଗିଲା ଯେ, ମୋ ସହ ଏମିତି ହେବାକୁ କାହିଁକି ଦେଲି । କିନ୍ତୁ ଇଏ ବି କୌଣସି ଜୀବନର ଏତେ ବଡ଼ ଦୁଃଖ ନଥିଲା ଯେ ମୁଁ ଡିପ୍ରେସନକୁ ଚାଲିଯିବି । ଆଉ ମୋର ଶ୍ୱାସରୁଦ୍ଧ ହୋଇଯାଉଛି , ମୁଁ କାନ୍ଦୁଛି , ଏହା ମୁଁ ମୋ ମାଆ-ବାପା ଓ ବନ୍ଧୁଙ୍କୁ କହିପାରିବି । ହେଲେ କଣ କହିବି । ସେ ମୋତେ କାହିଁକି ପଚାରିବେ ? ମୁଁ ତାଙ୍କୁ କଣ କହିବି । ମୋ ସହ କିଛି ଖରାପ ହୋଇନି , ଯେମିତି ମୁଁ ଭାବୁଛି । ଏହି ବିଚାର ମୋତେ ତାଙ୍କ ସହ କଥା ହେବାକୁ ରୋକି ଦେଲା ।


Share It

Comments are closed.