ଅମିର ଖାନ୍ ଫୋନପେର ନୂତନ ବ୍ରାଣ୍ଡ ଆମ୍ବାସାଡର


ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପେମେଣ୍ଟ ପ୍ଲାଟଫର୍ମ, ଫୋନପେ ବଲିଉଡ ସୁପରଷ୍ଟାର ଅମିର ଖାନଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ରୂପେ ଘୋଷଣା କରିଛି । ଫୋନପେ, ଭିଭୋ ଆଇପିଏଲ ୨୦୧୯ର ଟେଲିଭିଜନ ପ୍ରସାରଣ ପାଇଁ ଅଧିକାରିକ ସହ-ପ୍ରସ୍ତୁତି ପ୍ରାୟୋଜକ ଅଟେ ଏବଂ ଏହି ଅଧିବେଶନ ମଧ୍ୟରେ ଅମିର ଖାନ୍ଙ୍କ ବିଶେଷତା ନୂତନ ଟିଭି ବିଜ୍ଞାପନର ଗୋଟିଏ ଅନୁକ୍ରମ ପ୍ରାରମ୍ଭ ହେବ । ଟିଭି ବିଜ୍ଞାପନରେ ଅମିର ଖାନ୍ଙ୍କ ଉପସ୍ଥିତି ଏବଂ ଏକ ରାଷ୍ଟ୍ରୀୟ ଆଇକନ ରୂପେ ତାଙ୍କର ପ୍ରଦର୍ଶନ ଫୋନପେକୁ ସମଗ୍ର ଭାରତରେ ଉପଭୋକ୍ତାଙ୍କ ପାଇଁ ଡିଜିଟାଲ ପେମେଣ୍ଟର ସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।
ଏହି ଘୋଷଣା ବିଷୟରେ ମନ୍ତବ୍ୟ ଦେଇ ଫୋନପେର ସିଇଓ ଏବଂ ପ୍ରତିଷ୍ଠାତା, ସମୀର ନିଗମ କହିଛନ୍ତି, “ଆଜି ଅମିର ଖାନ୍ ବିଶ୍ୱର ସବୁଠୁ ବଡ ସୁପରଷ୍ଟାର ଅଟନ୍ତି, ଯିଏ ନିଜର ଉଦ୍ୟୋଗରେ ଅଦ୍ଭୁତପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ପରିଚିତ । ବ୍ୟକ୍ତିଗତ ସ୍ତରରେ ମଧ୍ୟ, ଅମିର ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି । ଏହିସବୁ ଗୁଣ ଗୁଡିକ ଯାହା ସମ୍ପୂର୍ଣ୍ଣ ରୂପେ ଫୋନପେର ବିଶ୍ୱାସ, ସୁରକ୍ଷା ଏବଂ ନିର୍ଭରଯାଗ୍ୟ ସହ ସମନ୍ୱୟ ଅଟେ । ସେଥିପାଇଁ ଆମେ ଅମିର ଖାନ୍ଙ୍କୁ ଆମ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ହିସାବରେ ଚୟନ କରିଛୁ । ଏହି ରୂପେ ଆମେ ଶହେ କୋଟି ଭାରତୀୟଙ୍କୁ ଡିଜିଟାଲ ପେମେଣ୍ଟ ବିଷୟରେ ଅବଗତ କରାଇବାରେ ଆଶା ରଖିଛୁ ।”
ଏଥି ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଭିଭୋ ଆଇପିଏଲ ୨୦୧୯ର ଅଂଶ ହୋଇପାରିଥିବାହେତୁ ଆମ୍ଭେମାନେ ଅତ୍ୟନ୍ତ ଉତ୍ସାହିତ । କ୍ରିକେଟ ଆମ ଦେଶର ଲୋକପ୍ରିୟ ଖେଳ ଅଟେ ଏବଂ ଭିଭୋ ଆଇପିଏଲ ବର୍ଷର ସବୁଠାରୁ ବଡ ଖେଳ ଅଭିଯାନ ଅଟେ । ଏହିପରିଭାବରେ ଏହା ଆମ ପାଇଁ ଗୋଟିଏ ବଡ ପ୍ଲାଟଫର୍ମ ହୋଇଥିବାବେଳେ ଆମେ ଆମର ନୂତନ ବ୍ରାଣ୍ଡ ଅଭିଯାନ, ଅମିରଙ୍କ ସହ ପ୍ରାରମ୍ଭ କରି ଫୋନପେ ପ୍ଲାଟଫର୍ମ ବିଷୟରେ ସଚେତନତା ସୃଷ୍ଟି କରିପାରିବୁ ।”
ଫୋନପେ ବିଷୟରେ ଅମିର ଖାନ୍ କହିଛନ୍ତି ଯେ, “ଫୋନପେ ହେଉଛି ଅଭିନବୀକରଣ ଏବଂ ବିଶ୍ୱାସ ଯାହା ଅତିକମ ସମୟ ଭିତରେ ମିଲିୟନ ଭାରତୀୟଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସରଳ ରୂପେ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି । ”


Share It

Comments are closed.