ପୁଅ ଆଜାଦଙ୍କ ପାଇଁ କାର୍ଟୁନ ସାଜିଲେ ଅମିର


ବଲିଉଡର ମିଷ୍ଟର ପରଫେକ୍ଟ ଅମିର ଖାନଙ୍କ ବହୁତ ଚର୍ଚ୍ଚିତ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ହୁଏତ ବକ୍ସ ଅଫିସରେ ସେତେଟା ଖାସ ପ୍ରଦର୍ଶନ କରିନପାରେ କିନ୍ତୁ ସେ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ଖୁବ ଉପଭୋଗ କରୁଛନ୍ତି । ସୋସିଆଲ ମିଡିଆରେ ଅମିର ଖାନ ଏବଂ ତାଙ୍କ ପତ୍ନୀ କିରଣ ରାଓଙ୍କର ଏକ ଫଟୋ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟଙ୍କୁ ନିଜ ପୁତ୍ର ଆଜାଦ ରାଓଙ୍କ ସହିତ ଏକ ଅଲଗା ଢଙ୍ଗରେ ଦେଖିବାକୁ ମିଳିଛି । ଅମିର, ଆଜାଦ ଏବଂ କିରଣଙ୍କୁ ଏକ କାର୍ଟୁନ ବେଶପୋଷାକ ପିନ୍ଧିବାର ଦେଖିବାକୁ ମିଳୁଛି । ଆପଣ ଭାବୁଥିବେ ଏହା ବୋଧେ ତାଙ୍କ ଆଗାମୀ ଫିଲ୍ମର କୌଣସି ପୋଷ୍ଟର ଫଟୋ । ନା ଆଜ୍ଞା ତାହା ଜମା ନୁହେଁ ଏହା ହେଉଛି ଆମିରଙ୍କ ପୁତ୍ର ଆଜାଦଙ୍କର ପ୍ରି-ବାର୍ଥଡେ ପାର୍ଟିର ଅଟେ ।
ପ୍ରକାଶ ଥାଉକି ୧ ଡିସେମ୍ବରରେ ଆଜାଦଙ୍କୁ ୬ ବର୍ଷ ପୂରଣ ହେବାକୁ ଯାଉଛି । ସେଥିପାଇଁ ପ୍ରି-ବାର୍ଥଡେ ପାର୍ଟିରେ ଅମିର ନିଜ ଘରେ ପୁଅ ଆଜାଦଙ୍କ ପାଇଁ ବଚ୍ଚା ପାର୍ଟି ରଖିଥିଲେ । ଯାହାର ଥିମ କାର୍ଟୁନ କ୍ୟାରେକ୍ଟର ଥିଲା । ଏହି ଅବସରରେ ଅମିର ଏବଂ କିରଣ ମଧ୍ୟ କାର୍ଟୁନ ବେଶରେ ଆସି ପାର୍ଟିରେ ଯୋଗଦେଇଥିଲେ । ଅମିର ଏବଂ କିରନଙ୍କ ସମେତ ଏହି ପାର୍ଟିର ଆଜାଦଙ୍କର କୁନି କୁନି ସାଙ୍ଗ ମଧ୍ୟ ସାମିଲ ଥିଲେ ।
ଏହି ଫଟୋକୁ ଅମିର ସୋସିଆଲ ମିଡିଆରେ ଛାଡିବା ପରେ ଦର୍ଶକ ମାନେ ଏହାକୁ ବହୁତ ପ୍ରସଂଶା ମଧ୍ୟ କରିଥିଲେ । ଅମିର ଏଥିରେ ବହୁତ କୌତୁକପୂର୍ଣ୍ଣ ଦେଖାଯାଉଥିଲେ ।


Share It

Comments are closed.