ଆକାଶ ବାଇଜୁସ୍‍ କନ୍ୟା ଶିଶୁଙ୍କ ଅନ୍ତର୍ଭୁକ୍ତି ଓ ସଶକ୍ତିକରଣ ପାଇଁ ପ୍ରଚଳନ କରୁଛି ‘ସମସ୍ତଙ୍କ ପାଇଁ ଶିକ୍ଷା’

ଏହାର ଛାମୁଆ ଜାତୀୟ ସ୍କଲାରସିପ୍‍ ପରୀକ୍ଷା- ଆନ୍ଥେ ୨୦୨୨ର ଅଂଶସ୍ୱରୂପ ପ୍ରାୟ ୨୦୦୦ ବଞ୍ଚିତ ଏବଂ ଛାତ୍ରୀଙ୍କୁ ମାଗଣା ଏନଇଇଟି ଓ ଜେଇଇ କୋଚିଂ ଏବଂ ସ୍କଲାରସିପ୍‍ ପ୍ରଦାନ କରିବ


ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୨ : ଭାରତ ସରକାରଙ୍କ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ପାଳନ କରିବା ନିମନ୍ତେ ଟେଷ୍ଟ ପ୍ରସ୍ତୁତି ସେବା ପ୍ରଦାନ କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଆକାଶ ବାଇଜୁସ୍‍ ଏକ ଜାତୀ ସ୍ତରର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ ପ୍ରୟାସ ଅଧୀନରେ ବେସରକାରୀ କୋଚିଂ କ୍ଷେତ୍ରରେ ଛାତ୍ରୀମାନଙ୍କର ଅନ୍ତର୍ଭୁକ୍ତି ଏବଂ ସଶକ୍ତିକରଣ କରିବାକୁ ଏକ ବୃହତ ଅଭିଯାନ ଆୟୋଜନ କରୁଛି, ଯେଉଁଥିରେ ବଞ୍ଚିତ ପରିବାର, ବିଶେଷକରି ଛାତ୍ରୀମାନଙ୍କ ମଧ୍ୟରୁ ୨୦୦୦ ୮ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏନଇଇଟି ଏବଂ ଜେଇଇ କୋଚିଂ ଓ ସ୍କଲାରସିପ୍‍ ପ୍ରଦାନ କରିବ । ଆଜି ସମଗ୍ର ଦେଶରେ ଏକ ସମୟରେ ୪୫ଟି ସ୍ଥାନରେ ଏହାର ଶୁଭାରମ୍ଭ ହୋଇଛି ଏବଂ ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀ ଏରୋସିଟିସ୍ଥିତ ଜେଡବ୍ଲ୍ୟୁ ମାରିଅଟ୍‍ ହୋଟେଲରେ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଶ୍ରୀ ଜେ ସି ଚୌଧରୀ,

ଚେୟାରମ୍ୟାନ, ଆକାଶ ଚୌଧରୀ, ମ୍ୟାନେଜିଂ ଡାଇରେକ୍ଟର ଏବଂ ଅଭିଷେକ ମାହେଶ୍ୱରୀ, ସିଇଓ, ଆକାଶ ବାଇଜୁସ୍‍ ତଥା କମ୍ପାନୀର ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆକାଶ ବାଇଜୁସ୍‍ର ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ, ଯେଉଁମାନେ ଆନ୍ଥେ ଜରିଆରେ ଏହି ଇନଷ୍ଟିଚ୍ୟୁଟର ଅଂଶବିଶେଷ ହୋଇଛନ୍ତି । ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶିକ୍ଷାଗତ ସଫଳତା ନିମନ୍ତେ ଟ୍ରଫି ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ପ୍ରକଳ୍ପ ଅନୁଯାୟୀ ସମସ୍ତ ଚିହ୍ନଟ କରାଯାଇଥିବା ଛାତ୍ରଛାତ୍ରୀ ସମଗ୍ର ଦେଶରେ ଉଭୟ ଅନ୍‍ଲାଇନ ଏବଂ ଅଫ୍‍ଲାଇନ ପଦ୍ଧତିରେ ୨୦୨୨ ନଭେମ୍ବର ୫ରୁ ୧୩ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ଇନଷ୍ଟିଚ୍ୟୁଟର ଛାମୁଆ ସ୍କଲାରସିପ୍‍ ପରୀକ୍ଷା ‘ଆକାଶ ବାଇଜୁସ୍‍ ଜାତୀୟ ଟାଲେଣ୍ଟ ହଣ୍ଟ୍‍ ଏକ୍‍ଜାମ-୨୦୨୨’ (ଆନ୍ଥେ ୨୦୨୨) ଦେବେ । ଶ୍ରେଷ୍ଠ ୨୦୦୦ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା ଆଧାରରେ ଆକାଶ ବାଇଜୁସ୍‍ର ସବୁଠାରୁ ଆକାଂକ୍ଷିତ ଏନଇଇଟି ଏବଂ ଆଇଆଇଟି-ଜେଇଇ କୋଚିଂ ପାଠ୍ୟକ୍ରମରେ ମାଗଣାରେ କୋଚିଂ ଦିଆଯିବ ।
ହିତାଧିକାରୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବାକୁ ଆକାଶ ବଛାବଛା ଏନ୍‍ଜିଓଙ୍କ ସହିତ ସହଭାଗିତା କରିବ, ଯେଉଁମାନେ ଆର୍ଥିକ ପଛୁଆ ବର୍ଗରୁ କେବଳ ଛାତ୍ରୀ, ଏବଂ ଏକମାତ୍ର ଅଭିଭାବକ (ମାତା) ଥିବା ଛାତ୍ରୀଙ୍କୁ ମନୋନୀତ କରିବେ । ଆକାଶ ବାଇଜୁସ୍‍ର ସର୍ବଭାରତୀୟ ନେଟୱର୍କ ରହିିଛି ଯାହା ୨୮୫ରୁ ଅଧିକ ସେଣ୍ଟରରେ ଉପସ୍ଥିତ, ଏହା ଦେଶର ଯେକୌଣସି କୋଚିଂ ଇନଷ୍ଟିଚ୍ୟୁଟ କ୍ଷେତ୍ରରେ ସର୍ବାଧିକ । ପ୍ରତ୍ୟେକ ସେଣ୍ଟରରେ ହାରାହାରି ୯ଟି କ୍ଲାସ୍‍ ନିଆଯାଉଛି ।
‘ସମସ୍ତଙ୍କ ପାଇଁ ଶିକ୍ଷା’ ପ୍ରୟାସ ସମ୍ପର୍କରେ ମତଦେଇ ଆକାଶ ଚୌଧରୀ, ମ୍ୟାନେଜିଂ ଡାଇରେକ୍ଟର, ଆକାଶବାଇଜୁସ୍‍ କହିଛନ୍ତି, “ଏହି ଶିଳ୍ପରେ ଦୀର୍ଘକାଳ ଧରି ରହିଥିବା ଦୃଷ୍ଟିରୁ ଆମେ ଲକ୍ଷ୍ୟ କରୁଛୁ ଯେ ଆମ ଦେଶରେ କେବଳ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ଆଶା ଆକାଂକ୍ଷା ବୃଦ୍ଧିପାଉଛି । ଆମର ଯୁବପିଢି ଏହି ଦୁଇ କ୍ଷେତ୍ର ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ଏବଂ ସେମାନେ ଆତ୍ମ ବିକାଶ ତଥା ସାମାଜିକ ଅବଦାନ ଦିଗରେ ସୁଯୋଗ ଯୋଗାଇ ଦେଉଛନ୍ତି । ତେବେ ଏହିଭଳି ନିୟୁତାଧିକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ବେସରକାରୀ କୋଚିଂ ପାଇଁ ଅର୍ଥ ପ୍ରଦାନ କରିପାରିବେ ନାହିଁ ଯାହା ସେମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ ନିମନ୍ତେ ସେମାନଙ୍କୁ ବିପୁଳ ଭାବରେ ସୁଯୋଗ ପ୍ରଦାନ କରିବ । ଏ କ୍ଷେତ୍ରରେ ଲିଙ୍ଗଗତ

ବୈଷମ୍ୟ ମଧ୍ୟ ସମସ୍ୟାକୁ ବହୁଗୁଣିତ କରୁଛି, ଯେଉଁଠାରେ ପରିବାରଗୁଡିକ ଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ ଆଉ ଅଧିକ ଖର୍ଚ୍ଚ କରିବାକୁ ଆଗେଇ ଆସୁନାହାନ୍ତି । ଏହା ବଞ୍ଚିତ ସମୁଦାୟ ଏବଂ ବିଶେଷକରି ଛାତ୍ରୀମାନଙ୍କ ନୈତିକ ମନୋବଳରେ ଅଧୋପତନ ଘଟାଉଛି । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଅଭିଯାନ ଜରିଆରେ ଆମେ ଏହି ସୁଯୋଗକୁ ଉପରକୁ ଉଠାଇବା ଏବଂ ଏହି ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିଗତ ପାଠ୍ୟକ୍ରମରେ କୋଚିଂ ନେବା ସୁଯୋଗକୁ ପରିବ୍ୟାପ୍ତ କରିବା ଦିଗରେ ପାରୁପର୍ଯ୍ୟନ୍ତ ପ୍ରୟାସ କରୁଛୁ ।”
ସେ କହିଥିଲେ ଯେ ହିତାଧିକାରୀ ଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା କୋଚିଂ ମାନରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ । “ଆମର ଚିନ୍ତାଧାରା ହେଉଛି ଆକାଶବାଇଜୁସ୍‍ର ଦ୍ରୁତ ସମ୍ପ୍ରସାରଣଶୀଳ ନେଟୱର୍କରେ ଆମର ପ୍ରତ୍ୟେକଟି ସେଣ୍ଟରକୁ କେବଳ କୋଚିଂ ନୁହେଁ, ତାହାସହିତ ଅନ୍ତର୍ଭୁକ୍ତି ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ସେଣ୍ଟର ଅଫ ଏକ୍ସଲେନ୍ସ’ରେ ପରିଣତ କରିବା । ଆମେ ଦୃଢ ନିଶ୍ଚିତ ଯେ ଏହି ପ୍ରୟାସ ଦରିଦ୍ର ପରିବାରସମୂହ ଏବଂ ଜଣେମାତ୍ର କନ୍ୟା ସନ୍ତାନ ଥିବା ଅଥବା ଏକମାତ୍ର ଅଭିଭାବକ ଅଥବା ଉଭୟ ଥିବା ପରିବାରଗୁଡିକ ଦ୍ୱାରା ଏହା ବହୁଳ ଭାବରେ ଆଦୃତ ହୋଇପାରିବ ।”
‘ସମସ୍ତଙ୍କ ପାଇଁ ଶିକ୍ଷା’ ପ୍ରୟାସର ସ୍କଲାରସିପ୍‍ ନିୟମିତ ଆନ୍ଥେ ସ୍କଲାରସିପ୍‍ ସହିତ ଆଉ ଏକ ଯୋଗ ହୋଇଛି । ବିଗତ ଦିନଗୁଡିକ ଭଳି ଆନ୍ଥେ ୨୦୨୨, ତ୍ରୟୋଦଶ ସଂସ୍କରଣ, ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ସ୍କଲାରସିପ୍‍ ପ୍ରଦାନ କରିବ ଏବଂ ଏହା ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ନଗଦ ଅର୍ଥ ପୁରସ୍କାର ଦେବ । ଏହାବ୍ୟତୀତ ୫ ଜଣ ଛାତ୍ରଛାତ୍ରୀ ସେମାନଙ୍କର ଜଣେ ଅଭିଭାବକଙ୍କ ସହିତ ମାଗଣାରେ ନାସା ଗସ୍ତ କରିବା ସୁଯୋଗ ଜିତିପାରିବେ । ଏହାର ପ୍ରଚଳନ ଦିନଠାରୁ ଆନ୍ଥେ ୩୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‍ ପ୍ରଦାନ କରିଛି ।
ଆନ୍ଥେ ହେଉଛି ଏକ ଘଣ୍ଟା ଅବଧିର ପରୀକ୍ଷା । ଆନ୍ଥେ ଅନ୍‍ଲାଇନ ସମସ୍ତ ପରୀକ୍ଷା ଦିବସରେ ପୂର୍ବାହ୍ନ ୧୦ଟରୁ ସଂଧ୍ୟା ୭ଟା ମଧ୍ୟରେ ଅନୁଷ୍ଠିତ ହେବ, ଏବଂ ଅଫ୍‍ଲାଇନ ପରୀକ୍ଷା ୨୦୨୨ ନଭେମ୍ବର ୬ ଓ ୧୩ ରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ । ତାହା ହେଉଛି ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ଏବଂ ଅପରାହ୍ଣ ୪ଟାରୁ ୫ଟା । ଏହା ଆକାଶ ବାଇଜୁସ୍‍ର ସମଗ୍ର ଦେଶରେ ଥିବା ସମସ୍ତ ୨୮୫ରୁ ଅଧିକ ସେଣ୍ଟରରେ ଆୟୋଜନ କରାଯିବ । ଛାତ୍ରଛାତ୍ରୀ ସେମାନଙ୍କୁ ସୁହାଇଲା ଭଳି ଏକ ଘଣ୍ଟିଆ ସମୟ ସୂଚୀକୁ ବାଛିପାରିବେ ।
ଆନ୍ଥେରେ ମୋଟ ୯୦ ନମ୍ବର ରହିଛି । ଏଥବରେ ୩୫ଟି ମଲ୍‍ଟିପଲ ଚଏସ ପ୍ରଶ୍ନ ରହିଛି ଯାହା ଛାତ୍ରଛାତ୍ରୀ ଆଶା କରୁଥିବା ଗ୍ରେଡ ଓ ବିଭାଗ ଉପରେ ଆଧାରିତ । ୮ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନଗୁଡିକ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଗଣିତ ଏବଂ ମାନସିକ ଦକ୍ଷତାରୁ ଆସିବ । ଡାକ୍ତରୀ ଶିକ୍ଷା ହାସଲ ପାଇଁ ଆଶାୟୀ ଦଶମ ଛାତ୍ରଛାତ୍ରୀଙ୍କ ନିମନ୍ତେ ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ମାନସିକ ଦକ୍ଷତାରୁ ପ୍ରଶ୍ନ ଆସିବ । ସେହିଭଳି ଇଞ୍ଜିନିୟରିଂ ଶିକ୍ଷା ପାଇଁ ଆଶାୟୀ ଦଶମ ଛାତ୍ରଛାତ୍ରୀଙ୍କ ନିମନ୍ତେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ମାନସିକ ଦକ୍ଷତା ଆଧାରିତ ପ୍ରଶ୍ନ ଆସିବ । ଏନଇଇଟିରେ ସଫଳତା ହାସଲ ପାଇଁ ଆଶାୟୀ ଏକାଦଶରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନଗୁଡିକ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନରୁ ତଥା ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ପଦାର୍ଥ ବି୍‍ଞାନ, ରସାୟନ ବିଜ୍ଞାନ ଓ ଗଣିତରୁ ପ୍ରଶ୍ନଗୁଡିକ ସ୍ଥାନପାଇବ ।

ମୁଖ୍ୟାଂଶ:

  • ଚାଞ୍ଚଆନ୍ଥେ ଏକ ଘଣ୍ଟା ଅବଧିର ପରୀକ୍ଷା ଏବଂ ଏହା ୨୦୨୨ ନଭେମ୍ବର ୫ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
  • ଚାଞ୍ଚଞ୍ଚଆନ୍ଥେ ଅନ୍‍ଲାଇନ ପରୀକ୍ଷା ସମସ୍ତ ପରୀକ୍ଷା ଦିବସରେ ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାବେଳେ ଅଫ୍‍ଲାଇନ ପରୀକ୍ଷା ୨୦୨୨ ନଭେମ୍ବର ୬ ଓ ୧୩ରେ ଦୁଇଟି ସିଫ୍ଟ ଯଥା- ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ଏବଂ ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ଆକାଶ ବାଇଜୁସ୍‍ର ସମଗ୍ର ଦେଶରେ ଥିବା ୨୮୫ରୁ ଅଧିକ ସେଣ୍ଟରରେ ଅନୁଷ୍ଠିତ ହେବ ।
  • ଚାଞ୍ଚଛାତ୍ରଛାତ୍ରୀ ସେମାନଙ୍କୁ ସୁହାଇବା ଭଳି ଘଣ୍ଟିକିଆ ଅବଧି ପରୀକ୍ଷାକୁ ବାଛିପାରିବେ ।
  • ଚାଞ୍ଚଆନ୍ଥେରେ ମୋଟ ୯୦ ନମ୍ବର ରହିଛି ଏବଂ ଏଥିରେ ୩୫ଟି ମଲ୍‍ଟିପଲ ଚଏସ ପ୍ରଶ୍ନ ସ୍ଥାନପାଇବ ଯାହା ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଗ୍ରେଡ ଓ ବିଭାଗ ଆଧାରିତ ହେବ ।

Share It

Comments are closed.