ଆକାଶ ବାଇଜୁସ୍‌ର ଛାତ୍ର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍‌ଆର୍‌ବିପି) ୨୦୨୩ ପାଇଁ ସମ୍ବର୍ଦ୍ଧନା

. ନିକଟରେ ସମ୍ଭବ ମିଶ୍ରଙ୍କୁ କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅତୁଳନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍‌ଆର୍‌ବିପି)ରେ ସମ୍ମାନିତ କରାଯାଇଥିଲା । . ସମ୍ଭବ ହେଉଛନ୍ତି କଟକ ଆକାଶ ବାଇଜୁସ୍‌ର ଜଣେ ଛାତ୍ର ।


କଟକ, ୨ ଫେବୃଆରୀ ୨୦୨୩: ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟ ଲିଡର୍‌, ଆକାଶ ବାଇଜୁସ୍ ଆଜି ଏହାର କଟକ ସେଂଟର୍‌ର ଛାତ୍ର ସମ୍ଭବ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଛି । ନିକଟରେ କଳା ଓ ସଂସ୍କୃତି କ୍ଷେତ୍ରରେ ନିଜର ଅତୁଳନୀୟ ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍‌ଆର୍‌ବିପି) ସମ୍ମାନରେ ସମ୍ମାନିତ ହୋଇଥିଲେ । ଭାରତର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ , ୧୬ ବର୍ଷୀୟ ସମ୍ଭବଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଯେଉଁଥିରେ ଏକ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଓ ଏକ ସାର୍ଟିଫିକେଟ୍ ସାମିଲ ରହିଛି ।
ସମ୍ଭବ ମିଶ୍ର ପୂର୍ବରୁ ଅନେକ ପ୍ରବନ୍ଧ ଓ ପୁସ୍ତକ ଲେଖିଛନ୍ତି । ତାଙ୍କୁ ଭାରତୀୟ ପୌରାଣିକ, ସାମାଜିକ-ଅର୍ଥନୈତିକ ଓ ସାଂସ୍କୃତିକ ଘଟଣାବଳୀ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ମାନଜନକ ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ଲଣ୍ଡନର ଫେଲୋସିପ୍‌ରେ ସମ୍ମାନିତ କରାଯାଇଛି, ଯାହାକି ସାଉଥ୍ ଏସିଆନ୍ ହ୍ୟୁମାନିଟିଜ୍‌ରେ ସର୍ବୋଚ୍ଚ ସମ୍ମାନ ଅଟେ । ସେ ଏହି ସୋସାଇଟିର ୨୦୦ ବର୍ଷ ଇତିହାସରେ ସବୁଠାରୁ ଯୁବ ସଦସ୍ୟ ହୋଇପାରିଛନ୍ତି ।
ଭାରତର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଗତ ଜାନୁଆରୀ ୨୩ ତାରିଖ ୨୦୨୩ରେ ଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ଡଃ ମୁଞ୍ଜପାରା ମହେନ୍ଦ୍ରଭାଇଙ୍କ ଉପସ୍ଥିତିରେ ସମ୍ଭବ ଓ ଅନ୍ୟ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିଥିଲେ ।
ସମ୍ଭବଙ୍କ ଏହି ସଫଳତା ଉପରେ ଆକାଶ ବାଇଜୁସ୍‌ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜୟ ବାହାଦୂର ସିଂହ କହିଛନ୍ତି, ‘ ଆକାଶ ବାଇଜୁସ୍‌ରେ ଆମେ ଆମର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କ୍ୟାରିୟର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା ବ୍ୟତୀତ ଭବିଷ୍ୟତର ଆଦର୍ଶ ନାଗରିକରେ ପରିଣତ ହେବାରେ ସାହାଯ୍ୟ କରିବା ପାଇଁ ଏକ ଦାୟିତ୍ୱକୁ ଅନୁଭବ କରିଛୁ । ଆମେ ସମ୍ଭବଙ୍କ ଭଳି ଜଣେ ମେଧାବୀ ଛାତ୍ରଙ୍କ ସହ ଜଡିତ ହୋଇ ଗର୍ବ ଅନୁଭବ କରୁଛୁ । ଏତେ କମ୍ ବୟସରୁ ସେ ଯାହା କରି ଦେଖାଇଛନ୍ତି ତାହା ବାସ୍ତବରେ ପ୍ରେରଣାଦାୟକ ଓ ପ୍ରଶଂସନୀୟ । ଆମେ ତାଙ୍କୁ ଉନ୍ନତ କୋଚିଙ୍ଗ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଶିକ୍ଷା ସହାୟତା ପ୍ରଦାନ କରି ତାଙ୍କର ଅଧ୍ୟୟନରେ ତାଙ୍କ ସହ ରହିବାକୁ ପ୍ରତିବଦ୍ଧ ରହିଛୁ । ଆମେ ସମ୍ଭବଙ୍କୁ ତାଙ୍କର ଭବିଷ୍ୟତର ପ୍ରୟାସଗୁଡିକ ପାଇଁ ଶୁଭେଚ୍ଛା ଜଣାଉଛୁ ।’


Share It

Comments are closed.