କଟକକୁ ପୁଣିଥରେ ସବୁଜ ସୁନ୍ଦର କରିବା ପାଇଁ ଏକାଠି ହେଲେ ଯୁବଗୋଷ୍ଠୀ


କଟକ,– ଗତ କିଛି ମାସ ପୂର୍ବେ ରାଜ୍ୟରେ ସାମୁଦ୍ରିକ ଝଡ ଫନୀ ତାଣ୍ଡବ ରଚିଥିଲା । ଫନୀର ପ୍ରଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ରାଜ୍ୟର ରାଜଧାନୀ ସମେତ ଅନେକ ଜିଲ୍ଲା । ବାତ୍ୟା ପ୍ରଭାବରେ ଭୁଷୁଡି ପଡିଥିଲା ବଡ ବଡ ଦ୍ରୁମ ଓ ଗଛ । ଫଳରେ ରାଜ୍ୟର କ୍ଷୟକ୍ଷତିକୁ ଦୁଇ ଗୁଣ କରିଦେଇଥିଲା ବାତ୍ୟା ଫନୀ । ଫନୀର ପ୍ରଭାବ ଯିବା ପରେ ସର୍ବତ୍ର ବୃକ୍ଷରୋପଣ କରିବାକୁ ଜନସଚେତନ ତଥା ବିଭିନ୍ନ ପ୍ରଚାର ଅଭିଯାନ ସରକାରୀ ଓ ବେସରକାରୀ ସ୍ତରରେ ଆରମ୍ଭ ହୋଇଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀଙ୍କ ଗୁରୁ ଦାୟିତ୍ୱ ଯୋଗୁଁ ରାଜ୍ୟର ଫନୀ ପ୍ରଭାବିତ ଅଂଚଳରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିଲା ।

ମାତ୍ରାରେ ପରିବେଶକୁ ସୁରକ୍ଷିତ ଓ ସୁଦୃଢ ରଖିବାରେ ସହାୟକ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏଭଳି ଏକ ମହତ୍ୱକାଂକ୍ଷୀ ଅଭିଯାନକୁ ଗୋଟିଏ ଦିଶା ଦେବା ଲକ୍ଷ୍ୟରେ ଆଗେଇ ଆସିଛି କଟକ ଜିଲ୍ଲାର ଯୁବ ସଂଗଠନ । କଟକକୁ ସବୁଜ ସୁନ୍ଦର କରିବାର ଲକ୍ଷ୍ୟ ନେଇ ସଂଗଠନ ପକ୍ଷରୁ ରବିବାର ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଚାରାରୋପଣ କରିଯାଇଛି ।

ଫଳରେ ରାଜ୍ୟର କ୍ଷୟକ୍ଷତିକୁ ଦୁଇ ଗୁଣ କରିଦେଇଥିଲା ବାତ୍ୟା ଫନୀ । ଫନୀର ପ୍ରଭାବ ଯିବା ପରେ ସର୍ବତ୍ର ବୃକ୍ଷରୋପଣ କରିବାକୁ ଜନସଚେତନ ତଥା ବିଭିନ୍ନ ପ୍ରଚାର ଅଭିଯାନ ସରକାରୀ ଓ ବେସରକାରୀ ସ୍ତରରେ ଆରମ୍ଭ ହୋଇଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀଙ୍କ ଗୁରୁ ଦାୟିତ୍ୱ ଯୋଗୁଁ ରାଜ୍ୟର ଫନୀ ପ୍ରଭାବିତ ଅଂଚଳରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ କିଛି ମାତ୍ରାରେ ପରିବେଶକୁ ସୁରକ୍ଷିତ ଓ ସୁଦୃଢ ରଖିବାରେ ସହାୟକ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏଭଳି ଏକ ମହତ୍ୱକାଂକ୍ଷୀ ଅଭିଯାନକୁ ଗୋଟିଏ ଦିଶା ଦେବା ଲକ୍ଷ୍ୟରେ ଆଗେଇ ଆସିଛି କଟକ ଜିଲ୍ଲାର ଯୁବ ସଂଗଠନ । କଟକକୁ ସବୁଜ ସୁନ୍ଦର କରିବାର ଲକ୍ଷ୍ୟ ନେଇ ସଂଗଠନ ପକ୍ଷରୁ ରବିବାର ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଚାରାରୋପଣ କରିଯାଇଛି ।
ସଂଗଠନର ଆବାହକ ‘ଶିବ ଶଙ୍କର ସିଂହ’ କହିଛନ୍ତି ସାଂପ୍ରତିକ ସମୟରେ ରକ୍ତ ଦାନ ଭଳି ବୃକ୍ଷ ଲଗାଇବା ମଧ୍ୟ ଏକ ମହତ କାମ । ବାତ୍ୟା ଫନୀ ପରେ ଗଛ ଲଗାଇବାର ଆହ୍ୱାନ ତାଙ୍କ ମନକୁ କନ୍ଦୁଳିତ କରିଥିଲା । ଏହା ପରେ ସେ କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଆଜି ଠାରୁ ଗଛ ଲଗାଇବା ଅଭିଯାନ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବ । କଟକର ମୂଳବାସୀନ୍ଦା ହୋଇଥିବା ହେତୁ ନିଜ କର୍ତବ୍ୟ ଭାବି ସେମାନେ ଏହି କାମ ଆରମ୍ଭ କରିଥିବା କହିଛନ୍ତି ।
ଏପରି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ସାଧାରଣ ଲୋକମାନେ ସ୍ୱତଃପ୍ରବୃତ ଭାବେ ତାଙ୍କ ସଂଗଠନରେ ସାମିଲ ହୋଇ ଚାରାରୋପଣ ମଧ୍ୟ କରିଥିଲେ । ଏହି ବୃକ୍ଷରୋପଣ କାମରେ ସ୍ୱଇଚ୍ଛାରେ କଟକ ବଡ ମେଡିକାଲର ପ୍ରାକ୍ତନ ଅଫିସର ଡା.ନିରଞ୍ଜନ ତ୍ରିପାଠୀ ସାମିଲ ହୋଇଥିବା ବେଳେ ଅନ୍ୟାନ୍ୟଙ୍କ ମଧ୍ୟରେ ଯୁବ ସମାଜସେବୀ ସନ୍ତୋଷ ସାହୁ, ସୁଧାଂଶୁ ସ୍ୱାଇଁ, ଜୁବେର୍ ଖାନ୍, ଦେବାଶିଷ ସେନ୍, ରାହୁଲ ମଣ୍ଡଳ, ସଂଗ୍ରାମ ଓ ସଞ୍ଜୟ ପ୍ରଭୁତି ଯୋଗ ଦେଇଥିଲେ ।


Share It

Comments are closed.