ତୁଳସୀ ଗଛ ଦୂର କରିପାରେ ଆପଣଙ୍କ ସମସ୍ତ ବାସ୍ତୁଦୋଷ, ଜାଣନ୍ତୁ କିପରି


ହିନ୍ଦୁଧର୍ମରେ ତୁଳସୀ ଗଛର ବିଶେଷ ମହତ୍ୱ ରହିଛି । ତୁଳସୀ ଗଛକୁ ଘରେ ଲଗାଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛରେ ଅନେକ ଗୁଣ ରହିବା ସତ୍ତେ୍ୱ ମଧ୍ୟ ଏହା ଅନେକ ପ୍ରକାରର ନକାରାତ୍ମକ ଉର୍ଜା ସୃଷ୍ଟି କରିପାରେ । ବାସ୍ତୁଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ଭୁଲ ଦିଗରେ ଲଗାଇବା ଏବଂ ଏହାର ବ୍ୟବହାରରେ ଅବହେଳା ଆମର ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଯଦି ଆପଣ ଏହି ସବୁ କଥାର ଧ୍ୟାନ ରଖିବେ ତେବେ ଆପଣଙ୍କ ଉପରେ ଏହାର ସମକାରାତ୍ମକ ପ୍ରଭାବ ପଡ଼ିଥାଏ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ତୁଳସୀ ଗଛର ପତ୍ରକୁ ଏକାଦଶୀ, ରବିବାର ଏବଂ ମଙ୍ଗଳବାର ଦିନ ଛିଣ୍ଡାଇବା ଉଚିତ ନୁହେଁ । ବାସ୍ତୁ ଅନୁଯାୟୀ ଉତ୍ତର-ପୂର୍ବ ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି ମାନ୍ୟତା ରହିଛି, ତେଣୁ ଘରର ଆର୍ଥିକ ବୃଦ୍ଧି ନିମନ୍ତେ ତୁଳସୀ ଗଛକୁ ଉତ୍ତର-ପୂର୍ବ ଦିଗରେ ଲଗାଇବା ଦରକାର । ଯଦି ଆପଣଙ୍କ ଘରେ ବାସ୍ତୁ ସମ୍ବନ୍ଧିତ କୌଣସି ଦୋଷ ଥାଏ ଅର୍ଥାତ ସବୁବେଳେ ସମସ୍ୟା ଲାଗିରହିଛି ତେବେ ତୁଳସୀ ଗଛକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାନ୍ତୁ । ଯଦି ତୁଳସୀ ଗଛ ଶୁଖିଯାଏ ତେବେ ଏହାକୁ ନଦୀ କିମ୍ବା ନୀକଟବର୍ତ୍ତୀ କୂଅରେ ପକାଇଦେବା ଦରକାର । ଯଦି ଆପଣ ଏମିତି ନ କରିପାରନ୍ତି ତେବେ ଗଛଟିକୁ ସେହି କୁଣ୍ଡର ମାଟିରେ ହିଁ ଚାପିଦେବା ଦରକାର ।


Share It

Comments are closed.