କରୋନା ଭାଇରସରେ ସଂକ୍ରମିତ ହେଲା ଏକ ୧୦ ମାସର ଶିଶୁ


କର୍ଣ୍ଣାଟକ ଏକ ୧୦ ମାସ ଶିଶୁ କରୋନା ଭାଇରସରେ ସଂକ୍ରମିତ ହୋଇଥିବାର ଖବର ବର୍ତ୍ତମାନ ସାମନାକୁ ଆସିଛି । ଏହା ଏକ ଦକ୍ଷିଣ କନ୍ନଡ ଜିଲ୍ଲାର ସଜୀପନଡ୍ଡୁ ଅଞ୍ଚଳର ମାମଲା ଅଟେ । ଏହି ସଂପର୍କରେ ଅଞ୍ଚଳର ଡେପୁଟି କମିଶନର ସିନ୍ଧୁ ବି ଋପେଶ ସୂଚନା ଦେଇଥିବାବେଳେ ଏହା ପୂର୍ବରୁ ରାଜ୍ୟର ତୁମ୍କୁକୁରୁ ଅଞ୍ଚଳରେ ଜଣେ ୬୫ ବର୍ଷିୟ ବୃଦ୍ଧାଙ୍କର କରୋନା ଭାଇରସ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇସାରିଛି । ଏହାକୁ ମିଶାଇ ରାଜ୍ୟରେ ଏହା ତୃତୀୟ ସଂକ୍ରମଣ ଜନୀତି ମୃତ୍ୟୁ ଅଟେ ।

ଜିଲ୍ଲା ଅଧିକାରୀ କହିଛନ୍ତି ସେ କୌଣସି ବିଦେଶ ଯାତ୍ରା କରିନଥିଲେ । ଏହି ବ୍ୟକ୍ତି ଜଣକ ୫ ମାର୍ଚ୍ଚରେ ଟ୍ରେନ ଯୋଗେ ଦିଲ୍ଲୀ ଯାଇଥିଲେ ଏବଂ ସେଠାରୁ ୧୧ ମାର୍ଚ୍ଚରେ ଫେରିଆସିଥିଲେ । ଏହି ମଧ୍ୟରେ ତାଙ୍କର ରକ୍ତ ନମୁନା ପଜିଟିଭ ଆସିଥିଲା । ଟ୍ରେନରେ ତାଙ୍କ ସହ ଯାତ୍ରା କରିଥିବା ଯାତ୍ରୀଙ୍କୁ ବର୍ତ୍ତମାନ ଖୋଜା ଚାଲିଛି । ଏହି ସଂପର୍କରେ ତୁମ୍କୁକୁରୁର ବରିଷ୍ଠ ଡାକ୍ତର ରାକେଶ କୁମାର ସୂଚନା ଦେଇଥିବାବେଳେ ଏହା ପୂର୍ବରୁ କର୍ଣ୍ଣାଟକରେ ଜଣେ ୭୦ ବର୍ଷିୟା ମହିଳା ଓ ୭୬ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇସାରିଛି ।


Share It

Comments are closed.