କ୍ରୋମା ପକ୍ଷରୁ ୭୦% ପର୍ଯ୍ୟନ୍ତ ଦର ହ୍ରାସ ସହ ଫେଷ୍ଟିଭ ମେଗା ଡିଲର ଶୁଭାରମ୍ଭ
ଭୁବନେଶ୍ୱର: ଟାଟା ଗ୍ରୁପର ଅଂଶ ତଥା ଭାରତର ସବୁଠୁ ବିଶ୍ୱସନୀୟ ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ ରିଟେଲର କ୍ରୋମା ପକ୍ଷରୁ ଲାପଟପ ଉପରେ ଏକ ଫେଷ୍ଟିଭ ମେଗା ଡିଲ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ଗେମିଂ, ଏଆଇ ଓ ଦୈନନ୍ଦିନ କମ୍ପ୍ୟୁଟିଂ ଡିଭାଇସ୍ ଉପରେ ଆକର୍ଷଣୀୟ ସଂଚୟ କରିପାରିବେ। ଏଥି ସହିତ ଏସି, ଟିଭି, ରେଫ୍ରିଜରେଟର ଆଦି ଉପରେ ମଧ୍ୟ ଆକର୍ଷଣୀୟ ଅଫର ପାଇପାରିବେ। ଗ୍ରାହକମାନେ ବ୍ୟାଙ୍କ କ୍ୟାସବ୍ୟାକ, ଏକ୍ସଚେଂଜ ବୋନସ, ସ୍ୱତନ୍ତ୍ର ଛାତ୍ରଛାତ୍ରୀ ମୂଲ୍ୟ ଓ ସହଜ ଇଏମଆଇ ବିକଳ୍ପ ପାଇପାରିବେ। ସମସ୍ତ କ୍ରୋମା ଷ୍ଟୋରରେ ଏହି ଅଫର ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ।
ଏହି ଅଫରରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଜୀବୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଲାପଟପ ଡିଲ ପ୍ରସ୍ତୁତ କରାଯାଇଛି। ଗ୍ରାହକମାନେ ଏଚପି, ଲିନୋଭୋ ଓ ଆସୁସର ନିର୍ଦ୍ଦିଷ୍ଟ କିଛି ଏନଭିଡିଆ ଆରଟିଏକ୍ସ ୫୦ ସିରିଜ ଗେମିଂ ଲାପଟପ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ ପାଇପାରିବେ। କେତେକ ଏଆଇ ଆଧାରିତ ୱିଣ୍ଡୋ ଲାପଟପ ଉପରେ ମଧ୍ୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ ମିଳିବ।
ଏହି ଅଫରରେ ଗ୍ରାହକମାନେ ଏଚପି ନେକ୍ସଟ ଜେନ ଏଆଇ ପିସିକୁ ୫୧,୬୯୦ ଟଙ୍କା, ଡେଲ ୧୫ ଲାପଟପକୁ ୫୩,୦୯୦ଟଙ୍କା, ଏଚପି ୧୫ ଲାପଟପର ୨୪ ଜିବି ମଡେଲକୁ ୪୭,୪୬୦ ଟଙ୍କାରେ କିଣିପାରିବେ। ସେହିପରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆପଲ ମ୍ୟାକବୁକ ନିଓ ୧୩କୁ ୩୮,୭୦୬ ଟଙ୍କା, ଆପଲ ମ୍ୟାକବୁକ ଏୟାର ୧୩କୁ ୮୩,୯୦୫ ଟଙ୍କାରେ କିଣିପାରିବେ।
କ୍ରୋମାରେ ଗ୍ରାହକମାନେ କେତେକ ଏସି ମଡେଲ ଉପରେ ୨ ମାସର ଇଏମଆଇ ମାଗଣାରେ ପାଇପାରିବେ ଏବଂ ରେଫ୍ରିଜରେଟର ଉପରେ ମାଗଣା ଉପହାର ଓ କିଛି ଟେଲିଭିଜନ ମଡେଲ ଉପରେ ଏକ ମାସର ଇଏମଆଇ ମାଗଣା ସହିତ ୩୦ହଜାର ଟଙ୍କାର କ୍ୟାସବ୍ୟାକ ପାଇପାରିବେ। ଗ୍ରାହକମାନେ ସାମସଙ୍ଗ ୧୦୦ ଇଂଚ ନିଓ କ୍ୟୁଏଲଇଡି ୪କେ ଟିଭିକୁ ୩,୮୪,୯୯୦ ଟଙ୍କାରେ, ଏଲଜି ୭୫ ଇଂଚ ନାନୋ ସେଲ ୪କେ ଟିଭିକୁ ୮୨,୬୨୨ ଟଙ୍କାରେ, ଭୋଲଟାସ ୧ଟି ଇନଭର୍ଟର ଏସିକୁ ୨୫,୫୯୦ ଟଙ୍କାରେ, ବ୍ଲୁଷ୍ଟାର ୧.୫ ଟନ ଇନଭର୍ଟର ଏସିକୁ ୪୦,୯୯୬ ଟଙ୍କାରେ ଓ ହାଭେଲସ କୁଲଏକ୍ସପ୍ରେସ ଆଇ-କୁଲରକୁ ୯,୯୯୦ ଟଙ୍କାରେ କିଣିପାରିବେ।
ଏହି ଅବସରରେ ଇନଫିନିଟି ରିଟେଲ ଲିମିଟେଡର ପ୍ରବକ୍ତା କହିଛନ୍ତି ଯେ, “ଉଗାଡି ଓ ଗୁଡ଼ି ପଡୱା ହେଉଛି ନୂତନ ଶୁଭାରମ୍ଭର ସମୟ ଏବଂ ଗ୍ରାହକମାନେ ସେମାନଙ୍କ ଘର ଓ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଅପଗ୍ରେଡ କରିବାକୁ ଚାହୁଁଥିବା ଆମେ ଦେଖୁଛୁ। ଲାପଟପ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ସହ ଆମ ଉତ୍ସବ ଅଭିଯାନ ଦୈନନ୍ଦିନ ଜୀବନରେ ପର୍ସନାଲ କମ୍ପ୍ୟୁଟରର ବଢ଼ୁଥିବା ଗୁରୁତ୍ୱକୁ ଦର୍ଶାଉଛି। ଅତ୍ୟାବଶ୍ୟକ ହୋମ ଇଲେକ୍ଟ୍ରୋନିକ୍ସ ଉପରେ ଆକର୍ଷଣୀୟ ଡିଲ ସହିତ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବା ଓ ସେମାନେ ଯେଭଳି ଏକ ପରିପୂର୍ଣ୍ଣ ସପିଙ୍ଗ ଅନୁଭୂତି ପାଇବେ ତାହା ନିଶ୍ଚିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।”
ଗ୍ରାହକମାନେ ଏହି ଅଫର ସମ୍ପର୍କରେ ସମସ୍ତ କ୍ରୋମା ଷ୍ଟୋର ଓ www.croma.com ରେ ଅନୁସନ୍ଧାନ କରିପାରିବେ। ସର୍ତାବଳୀ ଲାଗୁ।

Comments are closed.