ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଅନ୍ତଃ-କମ୍ପାନୀ ଟ୍ରାନ୍ସ ଜେଣ୍ଡର କର୍ମଚାରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

Tata Steel Kalinganagar Hosts Landmark Inter-company Trans Employee Sports 2025-26 celebrating Inclusion

Share It

ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ପକ୍ଷରୁ ଅନ୍ତର୍ଭୁକ୍ତିକରଣ, ବିବିଧତା ଏବଂ ପ୍ରତିଯୋଗିତାମୂଳକ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରାନ୍ସ ଜେଣ୍ଡର କର୍ମଚାରୀ କ୍ରୀଡ଼ା ପ୍ରତିଯୋଗିତା ୨୦୨୫-୨୬’ ଆୟୋଜିତ ହୋଇଯାଇଛି । ଏହି ଦୁଇ ଦିନିଆ ଚାମ୍ପିଅନସିପ୍‌ରେ କମ୍ପାନୀର ବିଭିନ୍ନ ସ୍ଥାନରୁ ଯଥା ଟାଟା ଷ୍ଟିଲ୍ କଳିଙ୍ଗନଗର, ହଳଦିଆ, ଓଏମକ୍ୟୁ ଡିଭିଜନ, ୱେଷ୍ଟ ବୋକାରୋ, ଜାମସେଦପୁର ଏବଂ ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଭଳି ବିଭିନ୍ନ ୟୁନିଟ୍‌ରୁ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡମିଣ୍ଟନ (ସିଙ୍ଗଲ୍ସ, ଡବଲ୍ସ ଏବଂ ରିଭର୍ସ ସିଙ୍ଗଲ୍ସ), ୮-ଏ-ସାଇଡ୍ ଫୁଟବଲ୍ ଏବଂ ଆଥଲେଟିକ୍ସର ବିଭିନ୍ନ ବିଭାଗ ଯଥା ଶଟପୁଟ୍, ୧୦୦ ମିଟର, ୪୦୦ ମିଟର, ୪*୧୦୦ ମିଟର ରିଲେ ଏବଂ ଟଗ୍ ଅଫ୍ ୱାର୍ ସାମିଲ ଥିଲା ।

ଟାଟା ଷ୍ଟିଲ୍ କଳିଙ୍ଗନଗର ଘରୋଇ ଦଳ ଏହି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲା, ବିଶେଷକରି ଆଥଲେଟିକ୍ସ ବିଭାଗରେ ଦଳର ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । କଳିଙ୍ଗନଗରର ଆଥଲେଟ୍ କାମଲି ୧୦୦ ମିଟର ଏବଂ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଦଳ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି କଳିଙ୍ଗନଗର ଫୁଟବଲ୍ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ୮-ଏ-ସାଇଡ୍ ଟୁର୍ଣ୍ଣାମେଣ୍ଟରେ ରନର୍ସ ଅପ୍ ହୋଇଥିଲା । ଏହା ବ୍ୟତୀତ ଟାଟା ଷ୍ଟିଲ୍ କଳିଙ୍ଗନଗର ୪*୧୦୦ ମିଟର ରିଲେରେ ତୃତୀୟ ସ୍ଥାନ ଏବଂ ବ୍ୟାଡମିଣ୍ଟନରେ ଦ୍ୱିତୀୟ ରନର୍ସ ଅପ୍ ସ୍ଥାନ ହାସଲ କରି ସଫଳତା ପାଇଥିଲେ ।

ଏହି ପୁରସ୍କାର ବିତରଣ ଉତ୍ସବରେ ଟାଟା ଷ୍ଟିଲର ଚିଫ୍ ସ୍ପୋର୍ଟସ୍ ମୁକୁଲ ବିନାୟକ ଚୌଧୁରୀ, ଟିଏସଜେ ଏବଂ ଆଉଟଲୋକେସନର ସ୍ପୋର୍ଟସ୍ ମୁଖ୍ୟ କ୍ୟାପଟେନ ମନୀଷ ସିହ୍ନା, ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିୟନର ସଭାପତି ରବୀନ୍ଦ୍ର କୁମାର ଜାମୁଦା ଏବଂ ସାଧାରଣ ସମ୍ପାଦକ ଜଗବନ୍ଧୁ ମହାନ୍ତଙ୍କ ସମେତ ଶ୍ରୀମତୀ ସୁମିତା ନୁପୁର ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.