ଡିଜିଏମଏସ୍ ଖଣି ସୁରକ୍ଷା ପକ୍ଷପାଳନ ଅବସରରେ ଟାଟା ଷ୍ଟିଲ୍ ଏଫ୍‌ଏଏମ୍‌ଡିକୁ ୨୨ଟି ପୁରସ୍କାର

Share It

ଭୁବନେଶ୍ୱର, ୧୭/୦୩/୨୦୨୬- ଖଣି ସୁରକ୍ଷା ଏବଂ ନିୟମ ଅନୁପାଳନ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ପାଇଁ ଟାଟା ଷ୍ଟିଲର ଫେରୋ ଆଲୟଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି)କୁ ୨୨ଟି ପୁରସ୍କାର ମିଳିଛି। ଡିଜିଏମଏସ୍ ଭୁବନେଶ୍ୱର ରିଜିଅନ-୧ ଏବଂ ୨ର ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ୪୩ତମ ବାର୍ଷିକ ମେଟାଲିଫେରସ୍ ମାଇନ୍ସ ସେଫ୍ଟି ଫୋର୍ଟନାଇଟ୍ ଅବଜରଭାନ୍ସ-୨୦୨୫ରେ ଏଫ୍‌ଏଏମ୍‌ଡିକୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି।

ଏହି ପ୍ରତିଯୋଗିତାର ଗ୍ରୁପ୍ ଏ-୫ ବର୍ଗରେ ସାରୁଆବିଲ୍ କ୍ରୋମାଇଟ୍ ଖଣି ପ୍ରଭାବଶାଳୀ ପ୍ରଦର୍ଶନ କରି ନବସୃଜନ ଓ ଡିଜିଟାଲାଇଜେସନ ଏବଂ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପ୍ରଥମ ପୁରସ୍କାର ପାଇଛି। ଏହା ବ୍ୟତୀତ ଏହି ଖଣି ସାମଗ୍ରିକ ପ୍ରଦର୍ଶନ, ଲିଡ୍ ଇଣ୍ଡିକେଟର, ମକ୍ ଡ୍ରିଲ୍ ଓ ଜରୁରୀକାଳୀନ ପ୍ରସ୍ତୁତି ଏବଂ ସାଧାରଣ କାର୍ଯ୍ୟଧାରା (ଓପନକାଷ୍ଟ ମାଇନ୍ସ) ପାଇଁ ଦ୍ୱିତୀୟ ପୁରସ୍କାର ଜିତିଛି। ସେହିଭଳି ମେକାନିକାଲ ମେଣ୍ଟେନାନ୍ସ ଏବଂ ଡ୍ରିଲିଂ, ବ୍ଲାଷ୍ଟିଂ ଓ ବିସ୍ଫୋରକ ପରିଚାଳନା ପାଇଁ ଏଫ୍‌ଏଏମ୍‌ଡି ତୃତୀୟ ପୁରସ୍କାର ଲାଭ କରିଛି।

ସେହିପରି ଗ୍ରୁପ୍ ଏ-୫ରେ କମର୍ଦ୍ଦା କ୍ରୋମାଇଟ୍ ଖଣି, ତାଲିମ, ସ୍ୱାସ୍ଥ୍ୟ ଓ କଲ୍ୟାଣ ଏବଂ ଏସଏମପି, ସୁରକ୍ଷା ଓ ସାଧାରଣ ଅନୁପାଳନ କ୍ଷେତ୍ରରେ ପ୍ରଥମ ପୁରସ୍କାର ପାଇବା ସହ ଡ୍ରିଲିଂ, ବ୍ଲାଷ୍ଟିଂ ଓ ବିସ୍ଫୋରକ ପରିଚାଳନାରେ ଦ୍ୱିତୀୟ ପୁରସ୍କାର ହାସଲ କରିଛି।

ସେହିପରି ଗ୍ରୁପ୍ ଏ-୨ ବର୍ଗରେ ଯୋଡ଼ା ୱେଷ୍ଟ ଆଇରନ୍ ଆଣ୍ଡ ମାଙ୍ଗାନିଜ୍ ଖଣି ସାଧାରଣ କାର୍ଯ୍ୟଧାରା, ଡ୍ରିଲିଂ, ବ୍ଲାଷ୍ଟିଂ ଓ ବିସ୍ଫୋରକ ପରିଚାଳନା ଏବଂ ନବସୃଜନ ଓ ଡିଜିଟାଲାଇଜେସନ ପାଇଁ ପ୍ରଥମ ପୁରସ୍କାର ପାଇଛି। ଏହି ଖଣି ଏସଏମପି, ସୁରକ୍ଷା ଓ ସାଧାରଣ ଅନୁପାଳନରେ ଦ୍ୱିତୀୟ ଏବଂ ତାଲିମ, ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ତୃତୀୟ ପୁରସ୍କାର ପାଇଛି।

ଗ୍ରୁପ୍ ଏ-୪ ବର୍ଗରେ ବାମେବାରୀ ଆଇରନ୍ ଆଣ୍ଡ ମାଙ୍ଗାନିଜ୍ ଖଣି ଏସଏମପି ଓ ସୁରକ୍ଷା ଏବଂ ପ୍ରଚାର ଓ ପ୍ରସାର ପାଇଁ ଦ୍ୱିତୀୟ ପୁରସ୍କାର ସହ ଯାନ୍ତ୍ରିକ ରକ୍ଷଣାବେକ୍ଷଣ ପାଇଁ ତୃତୀୟ ପୁରସ୍କାର ପାଇଥିବା ବେଳେ ତିରିଙ୍ଗପାହାଡ଼ ଆଇରନ୍ ଆଣ୍ଡ ମାଙ୍ଗାନିଜ୍ ଖଣି ସାମଗ୍ରିକ ପ୍ରଦର୍ଶନରେ ପ୍ରଥମ, ନବସୃଜନରେ ଦ୍ୱିତୀୟ ଏବଂ ସାଧାରଣ କାର୍ଯ୍ୟଧାରା ଓ ସ୍ୱାସ୍ଥ୍ୟ କଲ୍ୟାଣ କ୍ଷେତ୍ରରେ ତୃତୀୟ ପୁରସ୍କାର ପାଇଛି।

ଟାଟା ଷ୍ଟିଲ୍ ପକ୍ଷରୁ ଏଫ୍‌ଏଏମ୍‌ଡିର ମାଇନ୍ସ ଚିଫ୍ ଶମ୍ଭୁନାଥ ଝା, ସାରୁଅବିଲ୍ ଓ କାମର୍ଦ୍ଦା ଖଣିର ମାଇନିଂ ହେଡ୍ ନବୀନ ଶ୍ରୀବାସ୍ତବ ଏବଂ ମାଙ୍ଗାନିଜ୍ ଗ୍ରୁପ୍ ଅଫ୍ ମାଇନ୍ସର ହେଡ୍ ରାଜେଶ କୁମାର ରଞ୍ଜନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଧନବାଦ ଡିଜିଏମଏସ୍‌ର ମହାନିର୍ଦ୍ଦେଶକ ଉଜ୍ଜ୍ୱଳ ତାହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଡିଜିଏମଏସ୍‌ର ବରିଷ୍ଠ ଅଧିକାରୀ, ଇଷ୍ଟର୍ଣ୍ଣ ଜୋନ୍ ମାଇନିଂ ଆସୋସିଏସନର ପ୍ରତିନିଧି, ଟାଟା ଷ୍ଟିଲର ନେତୃତ୍ୱ ମଣ୍ଡଳୀ, ଖଣି ଏଜେଣ୍ଟ ଏବଂ ବିଭିନ୍ନ ଖଣି କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ।


Share It

Comments are closed.