ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ‘ଏଆଇ ସଖୀ’ କାର୍ଯ୍ୟକ୍ରମରେ ଓଡ଼ିଶାର ୩୧୫ ମହିଳା ସାମିଲ
- ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୬୦୦ରୁ ଊର୍ଦ୍ଧ୍ୱ ମହିଳା ସାମିଲ - ଟାଟା ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର ମିଳିତ ପ୍ରୟାସରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କର୍ମଶାଳା
ଭୁବନେଶ୍ୱର, ୧୭.୦୨.୨୦୨୬: ଟାଟା ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ଅନ୍ତର୍ଗତ ‘ଏଆଇ ସଖୀ’ ଇମର୍ସନ କାର୍ୟ୍ୟକ୍ରମରେ ୬୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଏହି କାର୍ୟ୍ୟକ୍ରମରେ ବିଶେଷ କରି ଓଡ଼ିଶାର ୩୧୫ ଜଣ ମହିଳା ଯୋଗ ଦେଇ ନୂତନ ଜ୍ଞାନକୌଶଳ ଶିକ୍ଷା କରିଛନ୍ତି।
ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏବଂ ଟାଟା କନସଲଟାନ୍ସି ସର୍ଭିସେସର ନେତୃତ୍ୱରେ ପରିଚାଳିତ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଗ୍ରାମାଞ୍ଚଳର ମହିଳାମାନଙ୍କ ମଧ୍ୟରେ ଏଆଇ (ଇଓ) ବ୍ୟବହାର କରିବା ପାଇଁ ଆତ୍ମବିଶ୍ୱାସ ବଢ଼ାଇବା ଏବଂ ସେମାନଙ୍କର ଜୀବିକାକୁ ଅଧିକ ସୁଦୃଢ଼ କରିବା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଆଇଆଇର ‘ଆଲାଇନ୍ସ ଫର ଗ୍ଲୋବାଲ ଗୁଡ୍, ଜେଣ୍ଡର, ଇକ୍ୱିଟି ଆଣ୍ଡ ଇକ୍ୱାଲିଟି’ର ଅଧ୍ୟକ୍ଷା ଶ୍ରୀମତୀ ସ୍ମୃତି ଇରାନୀ ଯୋଗ ଦେଇଥିଲେ। ଏଥିସହ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସିଇଓ ସୌରଭ ରୟ, ସରକାରୀ ଅଧିକାରୀ, ଏବଂ ଟାଟା ଗ୍ରୁପ୍ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
କାର୍ୟ୍ୟକ୍ରମେର ମୋଟ ୧୬୦୦ ମହିଳା ସାମିଲ ହୋଇଥିବା ବେଳ ଓଡ଼ିଶାର ୩୧୫ ମହିଳା, ଝାରଖଣ୍ଡର ୩୧୧ ମହିଳା ଓ ଲୁଧିଆନାର ୯ ଜଣ ମହିଳା ସାମିଲ ହୋଇଥିଲେ।
ଏହି କର୍ମଶାଳାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କିଭଳି ଜୀବିକା ବୃଦ୍ଧି, ସ୍ୱାବଲମ୍ବୀ ଉଦ୍ୟୋଗୀକରଣ ଏବଂ ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ଏକ ମାଧ୍ୟମ ହୋଇପାରିବ, ସେ ବିଷୟରେ ଆଲୋକପାତ କରାଯାଇଥିଲା। ସ୍ୱାସ୍ଥ୍ୟ, କୃଷି, ମହିଳା ନେତୃତ୍ୱ (ଦିଶା) ଏବଂ ସାମାଜିକ ଉଦ୍ୟୋଗ ଭଳି ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାମୋନ ଏଠୋର ସାମିଲ ହୋଇଥେିଲ। ଏଆଇ ବ୍ୟବହାର କରି ବ୍ୟବସାୟିକ ଡିଜାଇନ୍, ମାର୍କେଟିଂ ଏବଂ ସରକାରୀ ଯୋଜନା ବିଷୟରେ ତଥ୍ୟ ପାଇପାରିବେ, ସେ ବିଷୟରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସିଇଓ ସୌରଭ ରୟ କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା। ଏଆଇ ବ୍ୟବହାର କରି ସେମାନେ ନିଜର ଆôର୍ଥକ ସ୍ଥିତିରେ ସୁଧାର ଆଣିବା ସହ ଦୈନନ୍ଦିନ ସମସ୍ୟାର ସମାଧାନ କରିପାରିବେ। ଏହି ମହିଳାମାନଙ୍କର ଶିଖିବାର ଆଗ୍ରହ ଗ୍ରାସରୁଟ୍ ସ୍ତରରେ ପରିବର୍ତ୍ତନ ଆଣିବ।”
“ଏହି ସମ୍ମିଳନୀକୁ ଏକ ନିଆରା ସାଂସ୍କୃତିକ ରୂପ ଦେବା ପାଇଁ, ଟାଟା ଗ୍ରୁପ୍ର ବିଭିନ୍ନ ପ୍ରକଳ୍ପ ସହ ଜଡ଼ିତ ସମସ୍ତ ୧,୬୦୦ ମହିଳା ଅଂଶଗ୍ରହଣକାରୀ ‘ଟସର ସିଲ୍କ’ ଶଲ୍ ପରିଧାନ କରିଥିଲେ। ଏହା ତୃଣମୂଳ ସ୍ତରର କାରିଗରୀ କଳା ଏବଂ ଏକ ସାମୂହିକ ପରିଚୟର ପ୍ରତୀକ ସଦୃଶ ଥିଲା। ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ଉତ୍ପାଦକ ଗୋଷ୍ଠୀ ‘ନବଜୀବନ’ରୁ ଏହି ଶଲ୍ଗୁଡ଼ିକୁ କ୍ରୟ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳର କାରିଗରମାନଙ୍କ ପାଇଁ ଅତିରିକ୍ତ ଜୀବିକା ସୁଯୋଗ ସୃଷ୍ଟି ହେବା ସହିତ ଜାତୀୟସ୍ତରରେ ସ୍ଥାନୀୟ ବୁଣାକାର ଶୈଳୀ ଓ ଐତିହ୍ୟକୁ ପ୍ରଦର୍ଶନ କରାଯାଇପାରିଛି।”
“ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀମାନଙ୍କର ଆଗ୍ରହ ଏବଂ ଡିଜିଟାଲ୍ ଜ୍ଞାନକୌଶଳ ସହ ସେମାନଙ୍କର ପରିଚିତିକୁ ଆଧାର କରି ବିଭିନ୍ନ ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା। ମହିଳା କାରିଗରମାନେ ଏଆଇ ବ୍ୟବହାର କରି ନୂତନ ଡିଜାଇନ୍ ପ୍ରସ୍ତୁତି ଏବଂ ମାର୍କେଟିଂ କୌଶଳ ବିଷୟରେ ଶିକ୍ଷା କରିଥିବାବେଳେ, ଡିଜିଟାଲ୍ କ୍ଷେତ୍ରରେ ସାମାନ୍ୟ ଜ୍ଞାନ ଥିବା ମହିଳାମାନେ କିଭଳି ଏଆଇ ମାଧ୍ୟମରେ ଡକେୁମଣ୍ଟ ପ୍ରସ୍ତୁତି, ସରକାରୀ ଯୋଜନାର ସୁଯୋଗ ପାଇବା, ବ୍ୟବସାୟର ପ୍ରଚାର ଏବଂ ଯୋଗାଯୋଗ ରକ୍ଷା କରିପାରିବେ, ସେ ବିଷୟରେ ଅବଗତ ହୋଇଥିଲେ। ସେହିପରି ଅଧିକ ଦକ୍ଷତା ଥିବା ମହିଳାମାନେ ଏଆଇ ଟୁଲ୍ସ ବ୍ୟବହାର କରି ବ୍ୟବସାୟର ସମ୍ପ୍ରସାରଣ, ବ୍ୟକ୍ତିଗତ ଶିକ୍ଷଣ ପଦ୍ଧତି ଏବଂ ବ୍ୟବସାୟିକ ପୋର୍ଟଫୋଲିଓରେ ବିବିଧତା ଆଣିବାର ସୁଯୋଗ ସମ୍ପର୍କରେ ଜାଣିଥିଲେ।”
Comments are closed.