ଓଡ଼ିଶାର ଢେଙ୍କାନାଳରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ ମଲାଇକା ଆରୋରାଙ୍କ ଦ୍ୱାରା ଉଦଘାଟିତ
ଢେଙ୍କାନାଳ / ଭୁବନେଶ୍ୱର: ଭାରତର ଏକ ଅତ୍ୟନ୍ତ ବିଶ୍ୱସ୍ତ ଏବଂ ଅଗ୍ରଣୀ ଅଳଙ୍କାର କମ୍ପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆଜି ଓଡ଼ିଶାର ଢେଙ୍କାନାଳର ଫିଲିଂ ଷ୍ଟେସନ ନିକଟବର୍ତ୍ତୀ ଗୁଡିଆନାଳିରେ ନୂତନ ଶୋରୁମ୍ ଉଦଘାଟନ କରାଯାଇଛି। ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏହି ଶୋରୁମ୍ ଉଦଘାଟନ କରିଛନ୍ତି। ଏହି ସୋରୁମ ଜରିଆରେ କମ୍ପାନୀ ଏହି ଅଞ୍ଚଳରେ ବ୍ରାଣ୍ଡର ଉପସ୍ଥିତି ଆହୁରି ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ଏହି ଶୋରୁମ୍ କଲ୍ୟାଣ ଜୁଏଲର୍ସର ବିଭିନ୍ନ ମନୋହର ଡିଜାଇନ୍ ଯଥା ମୁହୁରତ୍ (ବିବାହ ଅଳଙ୍କାର), ମୁଦ୍ରା (ହସ୍ତକଳା ପ୍ରାଚୀନ ଅଳଙ୍କାର), ନିମାହ (ମନ୍ଦିର ଅଳଙ୍କାର) ଆଦି ଲୋକପ୍ରିୟ ଘରୋଇ ବ୍ରାଣ୍ଡଗୁଡିକୁ ଉପସ୍ଥାପନ କରିଛି।
ଏକ ବିଳାସପୂର୍ଣ୍ଣ ପରିବେଶ ଓ କଲ୍ୟାଣ ଜୁଏଲର୍ସ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ସିଗନେଚର୍ ଅଳଙ୍କାର ଶ୍ରେଣୀର ଏକ ବିସ୍ତୃତ ସଂଗ୍ରହ ସହିତ ନୂତନ ଶୋରୁମ ଏହି ଅଞ୍ଚଳର ଗ୍ରାହକମାନଙ୍କୁ ଏକ ଅତୁଳନୀୟ କ୍ରୟ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି।
ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ ମାଲାଇକା ଆରୋରା କହିଛନ୍ତି ଯେ, “ମୁଁ କଲ୍ୟାଣ ଜୁଏଲର୍ସର ନୂତନ ସୋ’ରୁମ ଉଦଘାଟନର ଅଂଶ ହୋଇଥିବାରୁ ପ୍ରକୃତରେ ଆନନ୍ଦିତ।ଏକ ବ୍ରାଣ୍ଡକୁ ପ୍ରତିନିଧିତ୍ୱ କରିବା ଏକ ସମ୍ମାନର ବିଷୟ ଯାହା ନିରନ୍ତର ବିଶ୍ୱାସ, ପାରଦର୍ଶିତା ଏବଂ ଏକ ଦୃଢ଼ ଗ୍ରାହକ-ପ୍ରଥମ ଦର୍ଶନକୁ ସମର୍ଥନ କରିଆସିଛି । ମୁଁ ଆଶା କରୁଛି ଯେ ଏହି ସହରର ଗ୍ରାହକମାନେ କଲ୍ୟାଣ ଜୁଏଲର୍ସକୁ ନିଜର ଭଲପାଇବା ପ୍ରଦାନ କରିବେ ଏବଂ ବ୍ରାଣ୍ଡର ଅସାଧାରଣ ସେବା ମାନଦଣ୍ଡ ଏବଂ ଏହାର ବିବିଧ ପ୍ରକାରର ମନୋହର ଅଳଙ୍କାର ସଂଗ୍ରହକୁ ଅନୁଭବ କରିପାରିବେ।”
ଉଦଘାଟନ ଉପଲକ୍ଷେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଢେଙ୍କାନାଳରେ ଆମର ନୂତନ ଶୋରୁମ୍ ଉଦଘାଟନ ସହିତ ଆମେ ଏକ ସମ୍ପୂର୍ଣ୍ଣ କ୍ରୟ ଗନ୍ତବ୍ୟସ୍ଥଳ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଆମର ଗ୍ରାହକମାନଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବ। ଆମର ପ୍ରତିବଦ୍ଧତା ହେଉଛି ବିଶ୍ୱସ୍ତରୀୟ ପରିବେଶ ଓ ସେବା ମାଧ୍ୟମରେ ଏକ ଉନ୍ନତ ଅନୁଭୂତି ପ୍ରଦାନ କରିବା ଓ କଲ୍ୟାଣ ଜୁଏଲର୍ସର ବିଶ୍ୱାସ ଏବଂ ପାରଦର୍ଶିତାର ଚିରସ୍ଥାୟୀ ମୂଲ୍ୟବୋଧରେ ଦୃଢ଼ଭାବେ ଅଟଳ ରହିବା।”
ଏହି ଅବସରରେ ଉପଲକ୍ଷେ, କଲ୍ୟାଣ ଜୁଏଲର୍ସ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଇନ୍-ଷ୍ଟୋର ଅଫର, ଶୂନ୍ୟ ପ୍ରତିଶତ ମେକିଂ ଚାର୍ଜ, ବ୍ରାଣ୍ଡର ସ୍ୱତନ୍ତ୍ର ସୁନା ବୋର୍ଡ ରେଟ୍, କମ୍ପାନିର ସ୍ୱତନ୍ତ୍ର ସୁନା ବୋର୍ଡ ମୂଲ୍ୟ ଯାହା ବଜାରରେ ସର୍ବନିମ୍ନ ଓ ସମସ୍ତ ସୋ’ରୁମ ପାଇଁ ସମାନ। ଏହି ଅଫର ସୀମିତ ସମୟ ପାଇଁ ପ୍ରଯୁଜ୍ୟ ହେବ।
କଲ୍ୟାଣ ଜୁଏଲର୍ସରେ ବିକ୍ରି ହେଉଥିବା ସମସ୍ତ ଅଳଙ୍କାର ବିଆଇଏସ-ହଲମାର୍କ ଓ ଏକାଧିକ ଶୁଦ୍ଧତା ଯାଞ୍ଚ ଦେଇ ଗତି କରିଥାଏ। ଏହା ବ୍ୟତୀତ ଗ୍ରାହକମାନେ ବ୍ରାଣ୍ଡର ସିଗ୍ନେଚର ୪-ସ୍ତରୀୟ ଆଶ୍ୱାସନ ପ୍ରମାଣପତ୍ର ପାଇବେ ଯାହା ସୁନାର ଶୁଦ୍ଧତା ଦର୍ଶାଉଛି, ମାଗଣା ଜୀବନବ୍ୟାପୀ ରକ୍ଷଣାବେକ୍ଷଣ, ବିସ୍ତୃତ ଉତ୍ପାଦ ସୂଚନା ଓ ସ୍ୱଚ୍ଛ ବିନିମୟ ଓ ବାଏ ବ୍ୟାକ ନୀତି ଗ୍ୟାରେଣ୍ଟି ପ୍ରଦାନ କରୁଛି।
ଏହି ଆଶ୍ୱାସନ କଲ୍ୟାଣ ଜୁଏଲର୍ସ ଏହାର ମୂଲ୍ୟବାନ ଗ୍ରାହକଙ୍କୁ ସୁନ୍ଦରତମ ଗୁଣବତ୍ତା ଏବଂ ବିଶ୍ୱାସ ପ୍ରଦାନ କରିବାର ଅଚଳ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଶୋରୁମ ମଧ୍ୟ କଲ୍ୟାଣର ଲୋକପ୍ରିୟ ନିଜସ୍ୱ ବ୍ରାଣ୍ଡ ମୁହୁରତ (ବିବାହ ଅଳଙ୍କାର ଧାରା), ମୁଦ୍ରା (ହସ୍ତତନ୍ତ ପ୍ରାଚୀନ ଅଳଙ୍କାର), ନିମାହ (ମନ୍ଦିର ଅଳଙ୍କାର), ଗ୍ଲୋ (ଡାନ୍ସିଂ ଡାଏମଣ୍ଡ), ଜିଆ (ସୋଲିଟେୟାର-ଭଳି ହୀରା ଅଳଙ୍କାର), ଅନୋଖୀ (ଅନକଟ ଡାଏମଣ୍ଡ), ଅପୂର୍ବ (ବିଶେଷ ଅବସର ପାଇଁ ହୀରା), ଅନ୍ତରା (ବିବାହ ହୀରା), ହେରା (ଦୈନନ୍ଦିନ ପରିଧାନ ହୀରା), ରଙ୍ଗ (ମୂଲ୍ୟବାନ ପଥର ଅଳଙ୍କାର), ଏବଂ ସମ୍ପ୍ରତି ଉନ୍ମୋଚିତ କରାଯାଇଥିବା ଲୀଳା (ରଙ୍ଗୀନ ପଥର ଏବଂ ହୀରା ଅଳଙ୍କାର) ରହିଛି।
ବ୍ରାଣ୍ଡର ସଂଗ୍ରହ ଏବଂ ଅଫର ବିଷୟରେ ଅଧିକ ସୂଚନା ପାଇଁ ଦୟାକରି ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଳବକ୍ଷଚ୍ଚବଦ୍ଭହରଙ୍ଗରକ୍ଷକ୍ଷରକ୍ସଗ୍ଦ.ଦ୍ଭରଗ୍ଧ/ ପରିଦର୍ଶନ କରନ୍ତୁ।
ସର୍ତ୍ତାବଳୀ ଲାଗୁ।
Comments are closed.