କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଢେଙ୍କାନାଳରେ ନୂତନ ଶୋ’ରୁମ ଉଦଘାଟନ ଘୋଷଣା
ବଲିଉଡ ଅଭିନେତ୍ରୀ ମାଲାଇକା ଆରୋରା ୨୦୨୬ ଜାନୁଆରି ୯ରେ ନୂତନ ଆଉଟଲେଟ ଉଦଘାଟନ କରିବେ
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱସ୍ତ ଏବଂ ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ସହ ଫିଲିଂ ଷ୍ଟେସନ ନିକଟସ୍ଥ ଗୁଡ଼ିଆନାଳିରେ ନୂତନ ଶୋ’ରୁମ ଉଦଘାଟନ ଘୋଷଣା କରିଛି। ଏହି ଆଉଟଲେଟ ବଲିଉଡ ଅଭିନେତ୍ରୀ ମାଲାଇକା ଆରୋରାଙ୍କ ଦ୍ୱାରା ୨୦୨୬ ଜାନୁଆରି ୯ ତାରିଖ ସନ୍ଧ୍ୟା ୫ଟାରେ ଉଦଘାଟିତ ହେବ। ଏହି ଅଞ୍ଚଳର ମୁଖ୍ୟ ବଜାରଗୁଡ଼ିକରେ ଦୃଢ଼ ଉପସ୍ଥିତି ସହିତ ଏହି ଶୋ’ରୁମ ରାଜ୍ୟରେ ବ୍ରାଣ୍ଡର ୧୧ତମ ଆଉଟଲେଟ। ଏହି ନୂଆ ଶୋ’ରୁମ ଏକ ବିଶ୍ୱସ୍ତରୀୟ ବ୍ୟବସାୟିକ ପରିବେଶରେ ଏକ ବିସ୍ତୃତ ଡିଜାଇନ୍ ପ୍ରଦର୍ଶିତ କରିବ ଯାହା ଓଡ଼ିଶା ଏବଂ ଏହାର ଆଖପାଖର ଗ୍ରାହକଙ୍କର କ୍ରୟ ଅନୁଭବକୁ ଆହୁରି ଉନ୍ନତ କରିବ।
ନୂତନ ଶୋ’ରୁମ ଉଦଘାଟନ ଉପଲକ୍ଷେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କମ୍ପାନି ଭାବରେ ଆମେ ସର୍ବଦା ଗ୍ରାହକଙ୍କ କ୍ରୟ ଅନୁଭବର ପ୍ରତ୍ୟେକ ଦିଗକୁ ଉନ୍ନତ କରୁଥିବା ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ଗଠନ ଉପରେ ଧ୍ୟାନ ଦେଇଆସିଛୁ। ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ବର୍ଷ ବର୍ଷ ଧରି ଆମର କୌଶଳଗତ ବିସ୍ତାର ଏହି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଢେଙ୍କାନାଳରେ ଆମର ନୂତନ ଶୋରୁମ୍ ଉଦଘାଟନ ରାଜ୍ୟରେ ଆମର ଉପସ୍ଥିତି ଦୃଢ଼ କରିବା ସହିତ ଆମ ଗ୍ରାହକଙ୍କୁ ଅଧିକ ସୁବିଧା, ପ୍ରବେଶଯୋଗ୍ୟତା ଓ ମୂଲ୍ୟ ପ୍ରଦାନ କରୁଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦର୍ଶାଉଛି।
ଏହି ଶୁଭାରମ୍ଭକୁ ଉପଲକ୍ଷେ, କଲ୍ୟାଣ ଜୁଏଲର୍ସ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଇନ୍-ଷ୍ଟୋର ଅଫର, ଶୂନ୍ୟ ପ୍ରତିଶତ ମେକିଂ ଚାର୍ଜ, ବ୍ରାଣ୍ଡର ସ୍ୱତନ୍ତ୍ର ସୁନା ବୋର୍ଡ ରେଟ୍, କମ୍ପାନିର ସ୍ଵତନ୍ତ୍ର ସୁନା ବୋର୍ଡ ମୂଲ୍ୟ ଯାହା ବଜାରରେ ସର୍ବନିମ୍ନ ଓ ସମସ୍ତ ଶୋରୁମ୍ ପାଇଁ ସମାନ। ଏହି ଅଫର ସୀମିତ ସମୟ ପାଇଁ ପ୍ରଯୁଜ୍ୟ ହେବ।
କଲ୍ୟାଣ ଜୁଏଲର୍ସରେ ବିକ୍ରି ହେଉଥିବା ସମସ୍ତ ଅଳଙ୍କାର ବିଆଇଏସ-ହଲମାର୍କ ଓ ଏକାଧିକ ଶୁଦ୍ଧତା ଯାଞ୍ଚ ଦେଇ ଗତି କରିଥାଏ। ଏହା ବ୍ୟତୀତ ଗ୍ରାହକମାନେ ବ୍ରାଣ୍ଡର ସିଗ୍ନେଚର ୪-ସ୍ତରୀୟ ଆଶ୍ୱାସନ ପ୍ରମାଣପତ୍ର ପାଇବେ ଯାହା ସୁନାର ଶୁଦ୍ଧତା ଦର୍ଶାଉଛି, ମାଗଣା ଜୀବନବ୍ୟାପୀ ରକ୍ଷଣାବେକ୍ଷଣ, ବିସ୍ତୃତ ଉତ୍ପାଦ ସୂଚନା ଓ ସ୍ୱଚ୍ଛ ବିନିମୟ ଓ ବାଏ ବ୍ୟାକ ନୀତି ଗ୍ୟାରେଣ୍ଟି ପ୍ରଦାନ କରୁଛି।
ଏହି ଆଶ୍ୱାସନ କଲ୍ୟାଣ ଜୁଏଲର୍ସ ଏହାର ମୂଲ୍ୟବାନ ଗ୍ରାହକଙ୍କୁ ସୁନ୍ଦରତମ ଗୁଣବତ୍ତା ଏବଂ ବିଶ୍ୱାସ ପ୍ରଦାନ କରିବାର ଅଚଳ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଶୋ’ରୁମ ମଧ୍ୟ କଲ୍ୟାଣର ଲୋକପ୍ରିୟ ନିଜସ୍ଵ ବ୍ରାଣ୍ଡ ମୁହୁରତ (ବିବାହ ଅଳଙ୍କାର ଧାରା), ମୁଦ୍ରା (ହସ୍ତତନ୍ତ ପ୍ରାଚୀନ ଅଳଙ୍କାର), ନିମାହ (ମନ୍ଦିର ଅଳଙ୍କାର), ଗ୍ଲୋ (ଡାନ୍ସିଂ ଡାଏମଣ୍ଡ), ଜିଆ (ସୋଲିଟେୟାର-ଭଳି ହୀରା ଅଳଙ୍କାର), ଅନୋଖୀ (ଅନକଟ ଡାଏମଣ୍ଡ), ଅପୂର୍ବ (ବିଶେଷ ଅବସର ପାଇଁ ହୀରା), ଅନ୍ତରା (ବିବାହ ହୀରା), ହେରା (ଦୈନନ୍ଦିନ ପରିଧାନ ହୀରା), ରଙ୍ଗ (ମୂଲ୍ୟବାନ ପଥର ଅଳଙ୍କାର), ଏବଂ ସମ୍ପ୍ରତି ଉନ୍ମୋଚିତ କରାଯାଇଥିବା ଲୀଳା (ରଙ୍ଗୀନ ପଥର ଏବଂ ହୀରା ଅଳଙ୍କାର) ରହିଛି।
ବ୍ରାଣ୍ଡର ସଂଗ୍ରହ ଏବଂ ଅଫର ବିଷୟରେ ଅଧିକ ସୂଚନା ପାଇଁ ଦୟାକରି https://www.kalyanjewellers.net/ ପରିଦର୍ଶନ କରନ୍ତୁ।
ସର୍ତ୍ତାବଳୀ ଲାଗୁ।
Comments are closed.