ଭାରତ–ଆମେରିକା ବ୍ୟାପାର ଘୋଷଣାକୁ ସ୍ୱାଗତ କଲେ କୁମାର ମଙ୍ଗଳମ୍ ବିର୍ଲା, ନିବେଶ ଓ ଶିଳ୍ପ ସହଯୋଗ ଉପରେ ଗୁରୁତ୍ୱକୁ ପ୍ରଶଂସା
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଭାରତ–ଆମେରିକା ବ୍ୟାପାର ସମ୍ପର୍କିତ ଘୋଷଣାକୁ ସ୍ୱାଗତ କରି, ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଆର୍ôଥକ ଓ ରଣନୈତିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି।
ସେ କହିଛନ୍ତି,“ଆଜିର ବ୍ୟାପାର ଘୋଷଣା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାଧୁବାଦ ଜଣାଉଛି। ଶୁଳ୍କ କମିବା ଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଓ ଆର୍ôଥକ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ନିବେଶ ଓ ସହଯୋଗ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।
ଆଦିତ୍ୟ ବିର୍ଲା ଗ୍ରୁପ୍ ଯୁକ୍ତରାଷ୍ଟ୍ର ଆମେରିକାରେ ସବୁଠାରୁ ବଡ଼ ଭାରତୀୟ ନିବେଶକ ଓ ଆମେ ଏହି ଚୁକ୍ତିକୁ ସପ୍ଲାଇ ଚେନ୍କୁ ଅଧିକ ସୁଦୃଢ଼ କରିବା, ଉତ୍ପାଦନ ସୁଯୋଗ ବଢ଼ାଇବା ଏବଂ ଦୁଇ ଦେଶର ଦୀର୍ଘକାଳୀନ ଆର୍ôଥକ ପ୍ରତିସ୍ପର୍ଧାକୁ ଶକ୍ତିଶାଳୀ କରିବାରେ ସାହାଯ୍ୟକାରୀ ଭାବେ ଦେଖୁଛୁ।
ଯୁକ୍ତରାଷ୍ଟ୍ର ଆମେରିକାରେ ଆମର ଉପସ୍ଥିତି ଓ ନିବେଶ ବଢ଼ାଇବାକୁ ଆମେ ପ୍ରତିବଦ୍ଧ, ଯେଉଁଠାରେ ନବୀନତା, ବୃଦ୍ଧି ଓ ଦୀର୍ଘକାଳୀନ ସହଯୋଗ ପାଇଁ ବିଶାଳ ସୁଯୋଗ ଦେଖୁଛୁ।”
ଆଦିତ୍ୟ ବିର୍ଲା ଗ୍ରୁପ୍ ଯୁକ୍ତରାଷ୍ଟ୍ରରେ ୧୫ ବିଲିୟନ୍ ଡଲାରରୁ ଅଧିକ ନିବେଶ କରିଛି ଏବଂ ଯୁକ୍ତରାଷ୍ଟ୍ରରେ ସବୁଠାରୁ ବଡ଼ ଭାରତୀୟ ନିବେଶକ ଭାବେ ପରିଚିତ।
Comments are closed.