ଟିପିସିଓଡିଏଲ୍ର ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର ତୁଳନାତ୍ମକ ପ୍ରଦର୍ଶନୀ ଅଭିଯାନ
ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଏହାର ସେବାଯୋଗାଣ ଅଞ୍ଚଳରେ ଥିବା ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଆରମ୍ଭ କରାଯାଇଥିବା ‘ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର ତୁଳନାତ୍ମକ ପ୍ରଦର୍ଶନୀ’ ପଦକ୍ଷେପକୁ ଉପଭୋକ୍ତାମାନଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ଓ ସକରାତ୍ମକ ପ୍ରତିକ୍ରିୟା ମିଳିଛି।
ସଚେତନତା ସୃଷ୍ଟି କରିବା ଏବଂ ଉପଭୋକ୍ତାଙ୍କ ବିଶ୍ୱାସ ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଗ୍ରାହକମାନଙ୍କୁ ସମାନ ବୈଦ୍ୟୁତିକ ଭାର (ଲୋଡ) ରେ ଚାଲୁଥିବା ସ୍ମାର୍ଟ ମିଟର ଏବଂ ଷ୍ଟାଟିକ୍ ମିଟର ମଧ୍ୟରେ ପ୍ରତ୍ୟକ୍ଷ ତୁଳନା କରିବାର ସୁଯୋଗ ଦେଇଛି। ଏହି ଅବସରରେ ଉଭୟ ସ୍ମାର୍ଟ ମିଟର ଓ ଷ୍ଟାଟିକ୍ ମିଟରକୁ ପାଖାପାଖି ରଖି ପ୍ରଦର୍ଶନ କରାଯାଇଥିଲା, ଯାହାଦ୍ୱାରା ଉପଭୋକ୍ତାମାନେ ସ୍ମାର୍ଟ ମିଟରର କାର୍ଯ୍ୟଶୈଳୀ ଏବଂ ଏହାର ସଠିକତା ବିଷୟରେ ସ୍ପଷ୍ଟ ଧାରଣା ପାଇପାରିଥିଲେ।
ବହୁ ସଂଖ୍ୟାରେ ଉପଭୋକ୍ତା ଏହି ପ୍ରଦର୍ଶନୀ କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିଥିଲେ, ଯେଉଁଠାରେ ଏହି ପ୍ରଦର୍ଶନୀଗୁଡ଼ିକ ସ୍ପଷ୍ଟ ଭାବେ ପ୍ରମାଣିତ କରିଥିଲା ଯେ ସ୍ମାର୍ଟ ମିଟରଗୁଡ଼ିକ ଷ୍ଟାଟିକ୍ ମିଟର ଭଳି ସମାନ ମିଟରିଂ ନୀତିରେ କାମ କରେ ଏବଂ ସଠିକତାର ସହ ବିଦ୍ୟୁତ ବ୍ୟବହାର ରେକର୍ଡ କରେ। ସ୍ମାର୍ଟ ମିଟର ବିଦ୍ୟୁତ ବ୍ୟବହାର କିମ୍ବା ବିଲ୍ ପରିମାଣକୁ ବଢ଼ାଇ ଦେଇଥାଏ ବୋଲି ରହିଥିବା ସାଧାରଣ ଭ୍ରାନ୍ତ ଧାରଣାକୁ ଏହି ପଦକ୍ଷେପ ସଫଳତାର ସହ ଦୂର କରିବା ସହ ସ୍ମାର୍ଟ ମିଟର କିଭଳି ସ୍ୱଚ୍ଛତା ବୃଦ୍ଧି କରେ, ତାହା ଏହି ଅଭିଯାନ ଜରିଆରେ ଉପଭୋକ୍ତାଙ୍କୁ ବୁଝାଯାଇଛି।
ଏହି ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିଥିବା ଗୋପବନ୍ଧୁ ନଗରର ବାସିନ୍ଦା ଶ୍ରୀ ସୌରଭ ପାତ୍ର କହିଛନ୍ତି, “ଷ୍ଟାଟିକ୍ ମିଟର ସହିତ ସ୍ମାର୍ଟ ମିଟରର ପ୍ରଦର୍ଶନୀ ଦେଖିବା ପରେ ମୋର ସମସ୍ତ ସନ୍ଦେହ ଦୂର ହୋଇଛି। ଏହାର ରିଡିଂ ସ୍ୱଚ୍ଛ ଏବଂ ବୁଝିବା ପାଇଁ ଅତି ସହଜ ଥିଲା, ଯାହା ମୋତେ ସ୍ମାର୍ଟ ମିଟରର କାର୍ଯ୍ୟଶୈଳୀ ବୁଝିବାରେ ସାହାଯ୍ୟ କରିଛି। ଏହି ପଦକ୍ଷେପ ମୋର ସମସ୍ତ ଦ୍ୱନ୍ଦ୍ୱ ଦୂର କରିବା ସହ ଏହି ବ୍ୟବସ୍ଥା ପ୍ରତି ମୋର ବିଶ୍ୱାସ ବୃଦ୍ଧି କରିଛି।”
ସେହିପରି ନୟାପଲ୍ଲୀ ବାସିନ୍ଦା ଶ୍ରୀ ସଜ୍ଜନ ପୋଦ୍ଦାର ନିଜର ମତ ରଖି କହିଛନ୍ତି, “ମୁଁ ସ୍ମାର୍ଟ ମିଟର ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ। କିଛି ସମସ୍ୟା ହେଲେ ଉପଭୋକ୍ତାମାନେ ସହଜରେ କମ୍ପାନୀ ସହିତ ଯୋଗାଯୋଗ କରିପାରୁଛନ୍ତି ଏବଂ ସମସ୍ତ ତ୍ରୁଟିର ସମାଧାନ ତୁରନ୍ତ ଓ ଶୀଘ୍ର କରାଯାଉଛି। କମ୍ପାନୀର ଏହି ତ୍ୱରିତ ପ୍ରତିକ୍ରିୟା ଏବଂ ସ୍ୱଚ୍ଛତା ଉପଭୋକ୍ତା ଙ୍କୁ ବିଶ୍ୱାସ ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ଯେତେବେଳେ ଟେକ୍ନୋଲୋଜିର ଅଗ୍ରଗତି ସହ ଆମେ ସ୍ମାର୍ଟ ୱାଚ୍ ବ୍ୟବହାର କରୁଛୁ, ତେବେ ଆମେ ସ୍ମାର୍ଟ ମିଟର କାହିଁକି ଲଗାଇ ପାରିବା ନାହିଁ?”
ସ୍ମାର୍ଟ ମିଟର ସାହାଯ୍ୟରେ ସ୍ୱୟଂଚାଳିତ ମିଟର ରିଡିଂ ଏବଂ ସଠିକ୍ ସମୟରେ ତ୍ରୁଟିଶୂନ୍ୟ ବିଲ୍ ପ୍ରସ୍ତୁତ ହୋଇପାରୁଛି। ଏହା ସହିତ ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ ବ୍ୟବହାରକୁ ପ୍ରତି ମୁହୂର୍ତ୍ତରେ ଦେଖିବାର ସୁଯୋଗ ପାଉଛନ୍ତି। ଫଳରେ ଉପଭୋକ୍ତାମାନେ ନିଜର ବିଦ୍ୟୁତ ବ୍ୟବହାର ଶୈଳୀକୁ ସୁଧାରିବା ସହ ମାସିକ ବିଦ୍ୟୁତ ଖର୍ଚ୍ଚକୁ ଅଧିକ ଦକ୍ଷତାର ସହ ପରିଚାଳନା କରିବାକୁ ସମର୍ଥ ହେଉଛନ୍ତି।
ଟିପିସିଓଡିଏଲ୍ର ଏହି ପଦକ୍ଷେପ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ, ସ୍ୱଚ୍ଛ ଏବଂ ଗ୍ରାହକ-କେନ୍ଦ୍ରିତ ବିଦ୍ୟୁତ ବିତରଣ ସେବା ଯୋଗାଇଦେବାର ଲକ୍ଷ୍ୟକୁ ସୁଦୃଢ଼ କରୁଛି। ଏହା ସହିତ ବିଲିଂ ଦକ୍ଷତା ଏବଂ ଉପଭୋକ୍ତାଙ୍କ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ସ୍ମାର୍ଟ ମିଟର ଗ୍ରହଣ ପ୍ରକ୍ରିୟାକୁ ମଧ୍ୟ ଏହା ସମର୍ଥନ କରୁଛି।
ସଚେତନତା, ପ୍ରଯୁକ୍ତିବିଦ୍ୟା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି। ସ୍ୱଚ୍ଛତା ଏବଂ ସକ୍ରିୟ ଯୋଗାଯୋଗ ଜରିଆରେ ଉପଭୋକ୍ତାଙ୍କ ବିଶ୍ୱାସ ଭାଜନ ହେବା କମ୍ପାନୀର ମୂଳ ଲକ୍ଷ୍ୟ ଅଟେ।”
Comments are closed.