ବନ୍ଧନ ବ୍ୟାଙ୍କ ପକ୍ଷରୁ ସାଧାରଣ ସଂଚୟ ଖାତା ପାଇଁ ମାସିକ ହାରାହାରି ବାଲାନ୍ସରେ ହ୍ରାସ
ଭୁବନେଶ୍ୱର: ବ୍ୟାଙ୍କିଂ ସମାଧାନ ପହଂଚାଇ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସଶକ୍ତ କରିବା ପାଇଁ ରହିଥିବା ନିଜ ପ୍ରତିବଦ୍ଧତାକୁ ଏହି ଗଣତନ୍ତ୍ର ଦିବସରେ ବନ୍ଧନ ବ୍ୟାଙ୍କ ଦୋହରାଇଛି। ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ଗ୍ରାହକ- କୈନ୍ଦ୍ରୀକତା ଲକ୍ଷ୍ୟ ଅନୁସାରେ ବ୍ୟାଙ୍କ ତରଫରୁ ସାଧାରଣ ସଂଚୟ ଖାତା ପାଇଁ ସମାନ ସୁବିଧାସୁଯୋଗ ଓ ଲାଭ ସହିତ ମାସିକ ହାରାହାରି ବାଲାନ୍ସ (ଏମଏବି)ରେ ଉଲ୍ଲେଖନୀୟ ସଂଶୋଧନ କରାଯାଇଥିବା ଘୋଷଣା କରାଯାଇଛି।
୨୦୨୬ ଫେବ୍ରୁଆରି ୧ ତାରିଖଠାରୁ ସାଧାରଣ ସଂଚୟ ଖାତା ପାଇଁ ମାସିକ ହାରାହାରି ବାଲାନ୍ସ ୫୦୦୦ ଟଙ୍କାରୁ ହ୍ରାସ ପାଇ ୨୦୦୦ ଟଙ୍କା ହେବ। କିନ୍ତୁ, ସେହି ଖାତାର ସୁବିଧାସୁଯୋଗ ଓ ଲାଭ ପୂର୍ବ ଭଳି ସମାନ ରହିବ।
ଅର୍ଦ୍ଧ ସହରାଚଂଳ ଓ ଗ୍ରାମାଚଂଳ ସମେତ ସାରା ଦେଶରେ ଥିବା କୋଟି କୋଟି ଗ୍ରାହକମାନଙ୍କ ଲାଗି ବ୍ୟାଙ୍କିଂ ସମାଧାନକୁ ଅଧିକ ସୁଲଭ ଓ ସୁବିଧାଜନକ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି। ବାଲାନ୍ସ ଆବଶ୍ୟକତାକୁ କମ କରି ବନ୍ଧନ ବ୍ୟାଙ୍କ ଏହା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ଯେ ଆର୍ଥିକ ଚାପ ବିନା ପ୍ରତି ଭାରତୀୟ ଏକ ପୂର୍ଣ୍ଣ ସେବାପ୍ରାପ୍ତ ସଂଚୟ ଖାତାକୁ ଉପଭୋଗ କରିପାରିବେ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ଇଡି ଓ ସିବିଓ ରାଜିନ୍ଦର କୁମାର ବବର କହିଛନ୍ତି ଯେ, “ଗଣତନ୍ତ୍ର ଦିବସ ହେଉଛି ସମାନତା ଓ ସଶକ୍ତୀକରଣର ଏକ ଉତ୍ସବ। ବନ୍ଧନ ବ୍ୟାଙ୍କରେ ଆମର ବିଶ୍ୱାସ ରହିଛି ଯେ ସେହି ଲକ୍ଷ୍ୟର ମୂଳଦୁଆ ହେଉଛି ଆର୍ôଥକ ଅନ୍ତର୍ଭୁକ୍ତୀକରଣ। ମାସିକ ହାରାହାରି ବାଲାନ୍ସ ଆବଶ୍ୟକତାକୁ ହ୍ରାସ କରି ଆମେ ବ୍ୟାଙ୍କ ସେବାକୁ ଅଧିକ ଲୋକଙ୍କ ପାଖରେ ପହଂଚାଉଛୁ ଓ ବିନା ପ୍ରତିବନ୍ଧକରେ ଗ୍ରାହକମାନଙ୍କୁ ସଂଚୟ କରିବା ଓ ଆଗକୁ ବଢ଼ିବାରେ ସହାୟକ ହେଉଛୁ।”
ସାଧାରଣ ସଂଚୟ ଖାତା ବିଷୟରେ ଅଧିକ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ: www.bandhan.bank.in
Comments are closed.