ଜାତୀୟ ବିଦ୍ୟୁତ ମାନ୍ୟତାରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ବଡ଼ ସଫଳତା, ଶକ୍ତି ମନ୍ତ୍ରଣାଳୟର ୧୪ତମ ସମନ୍ୱିତ ରେଟିଂ ରିପୋର୍ଟରେ ହାସଲ କଲେ ସର୍ବୋଚ୍ଚ ଗ୍ରେଡ୍
ଭୁବନେଶ୍ୱର, ୨୩ ଜାନୁଆରୀ, ୨୦୨୬: ଶକ୍ତି କ୍ଷେତ୍ରରେ ଓଡ଼ିଶାର ସଫଳତା ପୁଣି ଥରେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୫ ଆର୍ôଥକ ବର୍ଷର ୧୪ତମ ସମନ୍ୱିତ ରେଟିଂ ଏବଂ ରାଙ୍କିଙ୍ଗ ରିପୋର୍ଟ ରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସାରା ଦେଶର ୬୫ଟି ବିଦ୍ୟୁତ ବିତରଣ ସଂସ୍ଥାକୁ ନେଇ କରାଯାଇଥିବା ଏହି ସର୍ଭେରେ ଓଡ଼ିଶାର ଡିସକମ୍ ଗୁଡ଼ିକ ଉତ୍ତମ ପ୍ରଦର୍ଶନ କରି ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବିଦ୍ୟୁତ ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଟାଟା ପାୱାର ପରିଚାଳିତ ଏହି ସଂସ୍ଥାଗୁଡ଼ିକ ଲଗାତାର ତୃତୀୟ ବର୍ଷ ପାଇଁ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି।
ଜାତୀୟ ସ୍ତରରେ ଓଡ଼ିଶାର ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍ଓଡିଏଲ୍) ଚମତ୍କାର ପ୍ରଦର୍ଶନ କରି ଦେଶର ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ମଧ୍ୟରେ ୯ମ ସ୍ଥାନ ହାସଲ କରିଛି। ଓଡ଼ିଶା ପାଇଁ ଏହା ଏକ ଗୌରବର ବିଷୟ ଯେ, ଟିପିଏନ୍ଓଡିଏଲ୍ ଏବଂ ଟିପିସିଓଡିଏଲ୍ ଉଭୟ ସେମାନଙ୍କର ସମ୍ମାନଜନକ ‘ଇ+’ ଗ୍ରେଡ୍ ବଜାୟ ରଖିବାରେ ସଫଳ ହୋଇଥିବା ବେଳେ ଟିପିଡବ୍ଲୁଓଡିଏଲ୍ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜରିଆରେ ‘ଇ’ ଗ୍ରେଡ୍ ହାସଲ କରିଛି।
ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିରେ ଏକ ବଡ଼ ଧରଣର ସକାରାତ୍ମକ ପରିବର୍ତ୍ତନ ଆସିଛି। ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ସାମଗ୍ରିକ ପ୍ରଗତି ଯୋଗୁଁ ବିଦ୍ୟୁତ ଗ୍ରୀଡ୍ ଏବେ ଅଧିକ ଆଧୁନିକ ଓ ସୁଦୃଢ଼ ହୋଇପାରିଛି। ଜାତୀୟ ସ୍ତରରେ ଏହି ସଫଳତା ପଛର ମୁଖ୍ୟ କାରଣ ହେଉଛି ବିଲିଂ ବ୍ୟବସ୍ଥାରେ ଉନ୍ନତି। ବିଶେଷ କରି ଟିପିଏନ୍ଓଡିଏଲ୍ ଏବଂ ଟିପିସିଓଡିଏଲ୍ ର ବିଲିଂ ବ୍ୟବସ୍ଥାରେ ୨ ପ୍ରତିଶତରୁ ଅଧିକ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ସେମାନଙ୍କର ଉନ୍ନତ ବୈଷୟିକ ଜ୍ଞାନକୌଶଳକୁ ପ୍ରମାଣିତ କରୁଛି। କେବଳ ସେତିକି ନୁହେଁ, ତିନୋଟି ଯାକ ବିଦ୍ୟୁତ ବିତରଣ କମ୍ପାନୀ ଆର୍ôଥକ କ୍ଷେତ୍ରରେ ଉଲ୍ଲେଖନୀୟ ଶୃଙ୍ଖଳା ପ୍ରଦର୍ଶନ କରିଛନ୍ତି। ବକାୟା ଅର୍ଥ ସଂଗ୍ରହ ଅବଧିକୁ ୬୦ ଦିନ କିମ୍ବା ତା’ଠାରୁ କମ୍ ସମୟ ମଧ୍ୟରେ ସୀମିତ ରଖିବାରେ ସେମାନେ ସଫଳ ହୋଇଛନ୍ତି। ଓଡ଼ିଶାର ଏହି ଆର୍ôଥକ ସଫଳତା ୨୦୨୫ ଆର୍ôଥକ ବର୍ଷରେ ସାରା ଦେଶର ବିଦ୍ୟୁତ ବିତରଣ କ୍ଷେତ୍ରକୁ ଇତିହାସରେ ପ୍ରଥମ ଥର ପାଇଁ ଲାଭଜନକ କରିବାରେ ବଡ଼ ଯୋଗଦାନ ଦେଇଛି।
ଏହି ସଫଳତା ସମ୍ପର୍କରେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ତଥା ଟିପିଏନ୍ଓଡିଏଲ୍ ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ଭାରତର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଆମେ ସଂକଳ୍ପବଦ୍ଧ। ଗ୍ରାହକମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଏକ ସୁଦୃଢ଼ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ତିଆରି କରିବା ଆମର ମୁଖ୍ୟ ଲକ୍ଷ୍ୟ। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏହି ଜାତୀୟ ସ୍ୱୀକୃତି ପ୍ରମାଣିତ କରୁଛି ଯେ, ଆମର ଡିଜିଟାଲ୍ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ
କ୍ରମବିକାଶର କେନ୍ଦ୍ରବିନ୍ଦୁରେ ଗ୍ରାହକମାନଙ୍କୁ ସ୍ଥାନ ଦେବାରେ ଆମେ ସଫଳ ହୋଇଛୁ। ଏହି ସମ୍ମାନ ପାଇଁ ଆମେ ଆନନ୍ଦିତ ଏବଂ ପ୍ରତିଟି ଘରେ ଭରସାଯୋଗ୍ୟ ତଥା ଉଚ୍ଚକୋଟୀର ସେବା ଯୋଗାଇ ଦେବା ପାଇଁ ଆମର ପ୍ରଚେଷ୍ଟା ଜାରି ରହିବ।”
ବୈଷୟିକ ଜ୍ଞାନକୌଶଳର ଉପଯୋଗ ଯଥା ସ୍ମାର୍ଟ ଗ୍ରୀଡ୍ ଅଟୋମେସନ୍, କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ଗ୍ରାହକ ସେବା ଏବଂ ବିଦ୍ୟୁତ କ୍ଷତି ହ୍ରାସ ପାଇଁ ସଠିକ୍ ରଣନୀତି ଆପଣାଇ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ବିଦ୍ୟୁତ ବିତରଣ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ନୂତନ ମାପଦଣ୍ଡ ସ୍ଥାପନ କରିଛନ୍ତି।
ଓଡ଼ିଶା ସରକାରଙ୍କ ସହ ସହଭାଗିତାରେ ଏହି ମିଳିତ ଉଦ୍ୟୋଗଗୁଡ଼ିକ ଭାରତର ସବୁଠାରୁ ବଡ଼ ତଥା ମହତ୍ତ୍ୱାକାଂକ୍ଷୀ ବିଦ୍ୟୁତ ବିତରଣ ସଂସ୍କାରକୁ ସଫଳତାର ସହ ଆଗକୁ ବଢ଼ାଉଛନ୍ତି।
Comments are closed.