ବିଶ୍ୱ ଅର୍ଥନୈତିକ ଫୋରମରେ ଇରେଡ଼ା, ସିଏମଡ଼ିଙ୍କ ପକ୍ଷରୁ ଭାରତର ସୌର ନେତୃତ୍ୱକୁ ଗୁରୁତ୍ୱାରୋପ
ଭୁବନେଶ୍ୱର/ଡାଭୋସ୍: ଭାରତୀୟ ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍ (ଇରେଡ଼ା)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍) ଡାଭୋସ୍ ୨୦୨୬ରେ “ସ୍କେଲିଂ ସୋଲାର୍ ହ୍ୱେର୍ ଇଟ୍ ମ୍ୟାଟର୍ସ: ଇଣ୍ଡିଆ’ସ୍ ଲେସନ୍ସ ଅନ୍ ରୁଫଟପ୍, ଏଗ୍ରିକଲଚର୍ ଆଣ୍ଡ ଡିସେଣ୍ଟ୍ରାଲାଇଜ୍ଡ ଏନର୍ଜି ଫର୍ ଦ’ ଗ୍ଲୋବାଲ୍ ସାଉଥ୍” ଶୀର୍ଷକ ଏକ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ, ମାନ୍ୟବର କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ ଭାଷଣ ଦେଇଥିଲେ।
ଏହି ଅଧିବେଶନରେ ସୌରଶକ୍ତିରେ ଭାରତର ବିଶ୍ୱ ନେତୃତ୍ୱ ଏବଂ ଉଦୀୟମାନ ଅର୍ଥନୀତି ପାଇଁ ଏହାର ବର୍ଦ୍ଧିତ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ବିକେନ୍ଦ୍ରୀକରଣ ନବୀକରଣୀୟ ଶକ୍ତି ଗ୍ରହଣ କରିବା ଦ୍ୱାରା ବ୍ୟବସ୍ଥାରେ ଦକ୍ଷତା ବୃଦ୍ଧି ପାଇପାରିବ ଯାହା ଦ୍ୱାରା ସରକାରୀ ସବସିଡି ଏବଂ ଏଟି-ଏଣ୍ଡ୍-ସି କ୍ଷତି ହ୍ରାସ ପାଇବ, ଯାହା ମୂଲ୍ୟକୁ ଯଥେଷ୍ଟ ହ୍ରାସ କରିପାରିବ ଏବଂ ସୁଲଭତା ସୁନିଶ୍ଚିତ କରିପାରିବ।
ନୂତନ ଏବଂ ଉଦୀୟମାନ ନବୀକରଣୀୟ ଶକ୍ତି କ୍ଷେତ୍ର ସହିତ ଜଡିତ ବିପଦ ଉପରେ ଆଲୋଚନା ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଉଦୟମାନ ନବୀକରଣଯୋଗ୍ୟ ଉର୍ଜା ସେଗମେଣ୍ଟକୁ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରାୟତଃ ଚ୍ୟାଲେଞ୍ଜିଙ୍ଗ୍ ଭାବେ ଦେଖାଯାଏ। ତଥାପି, ପ୍ରକଳ୍ପର କାର୍ଯ୍ୟକାରୀ ଡିଜାଇନ୍ ଏବଂ ସୁଚିନ୍ତିତ ବିପଦ ପରିଚାଳନା ମାଧ୍ୟମରେ ଏହି ବିପଦଗୁଡ଼ିକୁ ସଫଳତାର ସହିତ କମାଇ ପାରାଯାଇପାରେ। ଏହା ଇରେଡ଼ାର ୩୮ ବର୍ଷରୁ ଅଧିକ କାର୍ଯ୍ୟକାଳରେ ମାତ୍ର ୧୪୯ କୋଟି ଟଙ୍କାର ଅସାଧାରଣ କମ୍ ସଂଚୟୀକ ରାଇଟ୍-ଅଫ୍ ରୁ ସ୍ପଷ୍ଟ, ଆରମ୍ଭରୁ ପ୍ରାୟ ୧.୮୧ ଲକ୍ଷ କୋଟି ଟଙ୍କାର ଆର୍ôଥକ ସହାୟତା ସତ୍ତ୍ୱେ, କମ୍ପାନୀର ଦୃଢ଼ ମୂଲ୍ୟାଙ୍କନ ଏବଂ ମନିଟରିଂ ସିଷ୍ଟମକୁ ପ୍ରତିଫଳିତ କରେ।
ସେ ସୂଚାଇଲେ ଯେ ଇରେଡ଼ା ରୁଫଟପ୍ ସୋଲାର ଏବଂ ପିଏମ୍-କୁସୁମ୍ ଯୋଜନା ଅଧୀନରେ ପ୍ରକଳ୍ପ ଖର୍ଚ୍ଚର ୭୦-୮୦%କୁ ଏକତ୍ରିତ ମୋଡରେ ଆର୍ଥିକ ସହାୟତା ପ୍ରଦାନ କରେ, ଯାହା ଗ୍ରାମୀଣ ଭାରତରେ ସ୍ୱଚ୍ଛ ଶକ୍ତି ପ୍ରବେଶକୁ ଉଲ୍ଲେଖନୀୟ ଭାବରେ ତ୍ୱରାନ୍ୱିତ କରେ।
ଶ୍ରୀ ଦାସ ମାନନୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଇରେଡ଼ାକୁ ବିଶ୍ୱ ଅର୍ଥନୈତିକ ଫୋରମ୍ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ଧନ୍ୟବାଦ ଦେଇଛନ୍ତି ଯାହା କେବଳ ଏକ ପରିପକ୍ୱ ଇକୋସିଷ୍ଟମ ମାଧ୍ୟମରେ ଭାରତର ଅଭିବୃଦ୍ଧିକୁ ପ୍ରଦର୍ଶନ କରିବା ପାଇଁ ନୁହେଁ ବରଂ ଦେଶରେ ଏହି ପରିବର୍ତ୍ତନକୁ ପରିଚାଳନା କରିବାରେ ଇରେଡ଼ା ର ପ୍ରମୁଖ ଭୂମିକାକୁ ସଫଳ ରୂପାୟନ କରିବା ପାଇଁ ମଧ୍ୟ ସାହାଯ୍ୟ କରିପାରିବ, ଯାହା ଅନ୍ୟମାନଙ୍କ ପାଇଁ ସେମାନଙ୍କର ନବୀକରଣୀୟ ଶକ୍ତି ଯାତ୍ରାରେ ଏକ ମୂଲ୍ୟବାନ ଉଦାହରଣ ଭାବରେ କାର୍ଯ୍ୟ କରିପାରିବ। କୃଷି ସୌରୀକରଣରେ ମହାରାଷ୍ଟ୍ରର ପ୍ରଗତିକୁ ଉଲ୍ଲେଖ କରି, ସେ ଏକ ସକ୍ଷମ ଇକୋସିଷ୍ଟମ ନିର୍ମାଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଏହି କ୍ଷେତ୍ରକୁ ବିପଦମୁକ୍ତ କରିବ ଏବଂ ବିଶ୍ୱ ପୁଞ୍ଜି ନିବେଶକୁ ଆକର୍ଷିତ କରିବ।
Comments are closed.