ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ‘ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟଟ’ ପ୍ରଥମ ବ୍ୟାଚ୍ ପାଇଁ ଆବେଦନ ଜାରି
କର୍ପୋରେଟ୍ ବୋର୍ଡ୍ରୁମ୍ର ବ୍ରାଣ୍ଡ୍ କମ୍ୟୁନିକେସନ୍ ଆବଶ୍ୟକତାକୁ ମୁଖ୍ୟ ଗୁରୁତ୍ୱ
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ, ଏହାର ‘ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟଟ’ ପାଠ୍ୟକ୍ରମର ପ୍ରଥମ ବ୍ୟାଚ୍ (୨୦୨୬–୨୮) ପାଇଁ ଆବେଦନ ଜାରି ରହିଛି। ଏହି କାର୍ଯ୍ୟକ୍ରମ କର୍ପୋରେଟ୍, ମିଡିଆ, କନସଲ୍ଟିଂ ଏବଂ ପବ୍ଲିକ୍ ପଲିସି କ୍ଷେତ୍ରରେ ଦକ୍ଷ କମ୍ୟୁନିକେସନ୍ ମ୍ୟାନେଜରଙ୍କ ଉଚ୍ଚ ଚାହିଦାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି।
ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ, ଅନୁଶାସନମୂଳକ ଶିକ୍ଷା, ଅନୁଭବ ଆଧାରିତ ଶିକ୍ଷଣ ଏବଂ କ୍ଷମତା-ଆଧାରିତ ଫଳାଫଳକୁ ଗୁରୁତ୍ୱ ଦେଇ, ବିଜିୟୁ ଏହାର ପ୍ରବନ୍ଧନ ଶିକ୍ଷା ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି, ଯେଉଁଠାରେ କମ୍ୟୁନିକେସନ୍ ଆଧାରିତ ନେତୃତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ‘ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟଟ’ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ବ୍ରାଣ୍ଡ୍ କମ୍ୟୁନିକେସନ୍, କର୍ପୋରେଟ୍ କମ୍ୟୁନିକେସନ୍ ପ୍ରବନ୍ଧନ, ସଙ୍କଟ ପରିଚାଳନା, ମିଡିଆ ପରିଚାଳନା ଏବଂ ଡିଜିଟାଲ କମ୍ୟୁନିକେସନ୍ ଭଳି ଦ୍ରୁତ ବଦଳୁଥିବା କ୍ଷେତ୍ରଗୁଡ଼ିକୁ ସଫଳତାର ସହିତ ସମ୍ଭାଳିବା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି।
କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତା:
ସମ୍ମିଳିତ କମ୍ୟୁନିକେସନ୍ ପାଠ୍ୟକ୍ରମ: ପ୍ରବନ୍ଧନର ମୂଳ ଧାରଣା ସହ କର୍ପୋରେଟ୍ କମ୍ୟୁନିକେସନ୍, ବ୍ରାଣ୍ଡିଂ, ବିଜ୍ଞାପନ, ପବ୍ଲିକ୍ ରିଲେସନ୍ସ, ଡିଜିଟାଲ ମିଡିଆ କୌଶଳ ଏବଂ କଣ୍ଟେଣ୍ଟ ମ୍ୟାନେଜମେଣ୍ଟର ସମନ୍ୱୟ।
ଡିଜିଟାଲ-ପ୍ରଥମ ଆଭିମୁଖ୍ୟ: ଡିଜିଟାଲ ଖବର, ଡିଜିଟାଲ ଟୁଲ୍ର ବ୍ୟବହାର, ସୋସିଆଲ ମିଡିଆ କୌଶଳ, ଡାଟା-ଆଧାରିତ କମ୍ୟୁନିକେସନ୍ ଏବଂ ଉଦୟମାନ ପ୍ରଯୁକ୍ତିରେ ଗୁରୁତ୍ୱ।
ଉଦ୍ୟୋଗ-ସମନ୍ୱିତ ଶିକ୍ଷା: ଉଦ୍ୟୋଗ ବିଶେଷଜ୍ଞ, ମିଡିଆ ପେଶାଜୀବୀ ଏବଂ ଆଗଧାଡ଼ିର କମ୍ୟୁନିକେସନ୍ ନେତୃତ୍ବଙ୍କର ମତାମତ ଆଧାରରେ ପାଠ୍ୟକ୍ରମ ପ୍ରସ୍ତୁତ।
ଅନୁଭବାଧାରିତ ଶିକ୍ଷାଦାନ ପ୍ରଣାଳୀ: ଲାଇଭ୍ ପ୍ରୋଜେକ୍ଟ, କେସ୍ ଷ୍ଟଡି, ସିମୁଲେସନ୍, ଇଣ୍ଟର୍ନସିପ୍ ଏବଂ ଉଦ୍ୟୋଗ ସଂଲଗ୍ନତା ମାଧ୍ୟମରେ ପ୍ରାୟୋଗିକ ଅନୁଭବ ଯୁକ୍ତ ଶିକ୍ଷା ପ୍ରଦାନ।
କ୍ୟାରିଅର-ମୁଖୀ ଫଳାଫଳ: କର୍ପୋରେଟ୍ କମ୍ୟୁନିକେସନ୍, ବ୍ରାଣ୍ଡ୍ ମ୍ୟାନେଜମେଣ୍ଟ, ମିଡିଆ ଷ୍ଟ୍ରାଟେଜି, ଡିଜିଟାଲ ମାର୍କେଟିଂ, ପବ୍ଲିକ୍ ଅଫେୟାର୍ସ ଏବଂ କନସଲ୍ଟଟେନ୍ସି ଭଳି କ୍ଷେତ୍ରରେ କାର୍ଯ୍ୟଭାର ନିର୍ବାହ ପାଇଁ ପ୍ରସ୍ତୁତି।
ଏହି ଅବସରରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଉପକୁଳପତି ପ୍ରଫେସର (ଡ଼.) କୁଲଭୂଷଣ ବଲୁନୀ କହିଛନ୍ତି,“, ଆମେ ଏମିତି ଭବିଷ୍ୟତ-ପ୍ରସ୍ତୁତ ନେତା ତିଆରି କରିବାକୁ ପ୍ରତିବଦ୍ଧ, ଯେଉଁମାନେ ଡାଟା-ଆଧାରିତ ଏବଂ ଡିଜିଟାଲ ଭାବେ ସଂଯୁକ୍ତ ବିଶ୍ୱରେ ସଫଳ ହୋଇପାରିବେ। ଯେତେବେଳେ କମ୍ୟୁନିକେସନ୍ ନେତୃତ୍ୱ, ବିଶ୍ୱାସ ଏବଂ ସଂଗଠନର ସଫଳତାକୁ ପରିଭାଷିତ କରୁଛି, ସେତେବେଳେ ଆମର ଲକ୍ଷ୍ୟ ହେଉଛି ରଣନୀତିଗତ ଚିନ୍ତାଧାରା, ଉଦ୍ୟୋଗ ସମ୍ପର୍କିତତା ଏବଂ ଅନୁଭବାଧାରିତ ଶିକ୍ଷାକୁ ସମନ୍ୱୟ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବ ସୃଷ୍ଟି, ପ୍ରଭାବଶାଳୀ ହେବା ଏବଂ ବିଭିନ୍ନ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ସକ୍ଷମ କରିବା।”
ଏହି ପାଠ୍ୟକ୍ରମର ଆରମ୍ଭ ପ୍ରସଙ୍ଗରେ ବିର୍ଲା ସ୍କୁଲ୍ ଅଫ୍ କମ୍ୟୁନିକେସନ୍ର ଡିନ୍ ଡ଼. ଶିବ ଶଙ୍କର ଦାସ କହିଛନ୍ତି, “ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟଟ କାର୍ଯ୍ୟକ୍ରମ ସଂଗଠନଗୁଡ଼ିକର ଉଦୟମାନ ଆବଶ୍ୟକତାକୁ ପୂରଣ କରିବାରେ ଦିଗରେ ପ୍ରତିବଦ୍ଧ, ଯେଉଁଠାରେ କମ୍ୟୁନିକେସନ୍ ନେତୃତ୍ୱ, ପରିଚାଳନା ଏବଂ ବ୍ରାଣ୍ଡ୍ ଗଠନରେ ଏକ ରଣନୀତିଗତ ଭୂମିକା ନେବ। ଏହି କାର୍ଯ୍ୟକ୍ରମ ଏମିତି ପେଶାଜୀବୀ ତିଆରି କରିବା ପାଇଁ ଡିଜାଇନ୍ କରାଯାଇଛି, ଯେଉଁମାନେ ରଣନୀତିଗତ ଭାବେ ଚିନ୍ତା କରିପାରିବେ, ନୀତିଗତ ଭାବେ ଯୋଗାଯୋଗ କରିପାରିବେ ଏବଂ ଜଟିଳ ବ୍ୟବସାୟ ପରିବେଶରେ ଆତ୍ମବିଶ୍ୱାସ ସହ ନେତୃତ୍ୱ ଦେଇପାରିବେ।”
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଶିକ୍ଷା ପରିବେଶ ସୃଜନଶୀଳତା, ନବୋନ୍ମେଷ, ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ରଣନୀତିଗତ ସିଦ୍ଧାନ୍ତ ନେବାର କ୍ଷମତାକୁ ପ୍ରୋତ୍ସାହିତ କରେ, ଯାହା ଛାତ୍ରଛାତ୍ରୀମାନଙ୍କୁ କମ୍ୟୁନିକେସନ୍ ଆଧାରିତ ଶିଳ୍ପକ୍ଷେତ୍ରରେ ନେତୃତ୍ୱ ଭୂମିକା ପାଇଁ ପ୍ରସ୍ତୁତ କରେ।
ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା
ଆବେଦକ ଶ୍ରେଣୀ ୧ (ପ୍ରବେଶିକା ପରୀକ୍ଷା ଆଧାରିତ): ପ୍ରାର୍ଥୀମାନେ ତାଙ୍କର କ୍ୟାଟ୍,ଏକ୍ସଏଟି,ଜିଏମଏଟି, ସିଏମଏଟି,ଏମଏଟି ସମ୍ବନ୍ଧିତ ବୈଧ ସ୍କୋର ଆଧାରରେ ଆବେଦନ କରିପାରିବେ।
ଆବେଦକ ଶ୍ରେଣୀ ୨ ( ବିଜିୟୁ ପ୍ରବେଶିକା ପରୀକ୍ଷା – ବିଇଟି): ଉପରୋକ୍ତ ପରୀକ୍ଷାର ସ୍କୋର ନଥିବା ପ୍ରାର୍ଥୀମାନେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଆବେଦନ କରିପାରିବେ, ପରେ ଲିଖିତ କ୍ଷମତା ପରୀକ୍ଷା ବିଇଟି ଏବଂ ବ୍ୟକ୍ତିଗତ ସାକ୍ଷାତ୍କାର (ପିଆଇ) ହେବ।
ନ୍ୟୁନତମ ଯୋଗ୍ୟତା: ଯେକୌଣସି ବିଷୟରେ ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ସହ ଅତିକମ୍ରେ ୫୦% ମୋଟ ମାର୍କ୍ କିମ୍ବା ସମାନ ସିଜିପିଏ (ରିଜର୍ଭ୍ ଶ୍ରେଣୀ ପାଇଁ ନିୟମ ଅନୁଯାୟୀ ୪୫%)।
ବ୍ୟକ୍ତିଗତ ସାକ୍ଷାତକାର: ପ୍ରାରମ୍ଭିକ ଭାବେ ଚୟନିତ ପ୍ରାର୍ଥୀମାନଙ୍କୁ ଲିଖିତ କ୍ଷମତା ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଡାକାଯିବ। ଆବେଦନର ଶେଷ ତାରିଖ: ୩୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ରହିଛି।
ବିସ୍ତୃତ ଯୋଗ୍ୟତା ମାନଦଣ୍ଡ ପାଇଁ ଯୋଗାଯୋଗ କରନ୍ତୁ: https://www.bgu.ac.in/mba-communication-management
ଆବେଦନ ଦାଖଲ: ପ୍ରାର୍ଥୀମାନେ ନିମ୍ନଲିଖିତ ଲିଙ୍କରେ ଅନଲାଇନ୍ ଆବେଦନ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ – https://forms.bgu.ac.in/mba
Comments are closed.