ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ ପକ୍ଷରୁ “ଚିତ୍ରାଙ୍ଗୀ”ର ଶୁଭାରମ୍ଭ; ପୂର୍ବ ଭାରତର ଅସୀମ କାରିଗରୀ ପ୍ରତି ଏକ ସମ୍ମାନ
ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଗହଣା ରିଟେଲର୍ ଓ ବ୍ରାଣ୍ଡ୍ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ପୂର୍ବ ଭାରତର ସାଂସ୍କୃତିକ କଳାକୃତିରୁ ଅନୁପ୍ରାଣିତ ଏକ କଲେକ୍ସନ। ପଶ୍ଚିମବଙ୍ଗ ଓ ଓଡ଼ିଶାର ସାଂସ୍କୃତିକ ଭାଷା ପ୍ରତି ଏକ ଗଭୀର ସମ୍ମାନ ହେଉଛି ଚିତ୍ରାଙ୍ଗୀ ଯାହ ଜୀବନର କବିତାକୁ ନେଇ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଥିବା ଗହଣା ଜରିଆରେ ଐତିହ୍ୟକୁ ସମ୍ମାନ ଜଣାଉଛି।
ଏହି କଲେକ୍ସନରେ ପରମ୍ପରାର କବିତାକୁ ଗହଣାରେ ଅଙ୍କନ କରାଯାଇଛି। ଚିତ୍ରାଙ୍ଗିରେ ଅଳ୍ପନା ମୋଟିଫ୍, ଶଙ୍ଖ ଭଳି ଡିଜାଇନ୍ ଭାଷାକୁ ବ୍ୟବହାର କରାଯାଇଛି। ଷୋଡ଼ଶ ଓ ଉନବିଂଶ ଶତାବ୍ଦୀରେ ପଶ୍ଚିମବଙ୍ଗର ବିଷ୍ଣୁପୁର, ବାଙ୍କୁରା ଓ ବିରଭୁମରେ ସ୍ଥାପନ କରାଯାଇଥିବା ମନ୍ଦିରଗୁଡ଼ିକର ଖୋଦେଇରୁ ଅନୁପ୍ରାଣିତ ହୋଇ ଗହଣା ପ୍ରସ୍ତୁତ କରାଯାଇଛି। ସେହିପରି, ଓଡ଼ିଶାରେ ଭୁବନେଶ୍ୱରର ଲିଙ୍ଗରାଜ, କୋଣାର୍କର ସୂର୍ଯ୍ୟ ମନ୍ଦିରରେ ଜ୍ୟାମିତିକ ଓ ପଥର କାମ ବେଶ୍ ଚମତ୍କାର ରହିଛି ଯାହାକୁ ଗହଣାଗୁଡ଼ିକରେ ସ୍ଥାନିତ କରାଯାଇଛି। ଚିତ୍ରାଙ୍ଗୀ କଲେକ୍ସନରେ ଥିବା ଗହଣାଗୁଡ଼ିକରେ ସେହି ଢାଂଚା, ପଦ୍ମ ଆଦିକୁ ସାମିଲ କରାଯାଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଲକ୍ଷ୍ମୀ ପୂଜା ବେଳେ ପିଠଉ ବ୍ୟବହାର କରି କରାଯାଉଥିବା ଡିଜାଇନକୁ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି।
ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଏମ୍ ପି ଅହମ୍ମଦ କହିଛନ୍ତି ଯେ, “ଏହି କଲେକ୍ସନର ଏକ ଚମକ ରହିଛି ଯାହା ଆପଣକୁ ତତ୍କାଳ ଆକର୍ଷିତ କରିବ। ଏହି କାରିଗରୀ ପୂର୍ବ ଭାରତର ଭାବ, ସୂକ୍ଷ୍ମତା ଓ ସୌନ୍ଦର୍ଯ୍ୟର ହୃଦୟକୁ ପ୍ରତିଫଳିତ କରୁଛି। ମୁଁ ଯେତେବେଳେ ପ୍ରଥମ ଥର ପାଇଁ ଏହାକୁ ଦେଖିଲି ସେତେବେଳେ ମୋର ମନେ ପଡ଼ିଲା ଯେ କିଭଳି କଳା ଓ ସଂସ୍କୃତି ଆମ ଦୈନନ୍ଦୀନ ଜୀବନ ସହ ଯୋଡ଼ିହୋଇରହିଛି। କାରିଗରମାନେ ପ୍ରତିଟି ବିଷୟ ପ୍ରତି ସମର୍ପଣ ଭାବ ଦେଖାଇଛନ୍ତି। ଏହି କଲେକ୍ସନ ସେହି ଭାବକୁ ନିଷ୍ଠା ଓ ସୌନ୍ଦର୍ଯ୍ୟର ସହ ପାଳନ କରୁଛି। ଏହା ଉଭୟ ଅସୀମ ଓ ନୂଆ ଦେଖାଯାଉଛି ଯେଭଳି ତାହା ଆମ ଐତିହ୍ୟରୁ ସୃଷ୍ଟି ହୋଇଛି ଓ ତଥାପି ତାହା ବର୍ତମାନର ସମୟ ପାଇଁ ତିଆରି ହୋଇଛି।’’
ଚିତ୍ରାଙ୍ଗୀ କଲେକ୍ସନ ସ୍ୱତନ୍ତ୍ର ଭାବେ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ମାଲାବାର ଗୋଲ୍ଡ ଆଣ୍୍ ଡାଇମଣ୍ଡସ୍ ସୋ’ରୁମ୍ରେ ଉପଲବ୍ଧ ହୋଇଛି। ପ୍ରତିଟି ଗହଣାକୁ ସୁନାରେ ତିଆରି କରାଯାଇଥିବା ବେଳେ ସେଥିରେ ସ୍ପଷ୍ଟତା ରହିଛି ଏବଂ ଶାଢ଼ି, ହସ୍ତତନ୍ତ ଓ ସମସାମୟିକ ପୋଷାକରେ ପିନ୍ଧି ହେବା ବିଷୟକୁ ଦୃଷ୍ଟିରେ ରଖି ତାହାକୁ ପ୍ରସ୍ତୁତ କରାଯାଇଛି।
ଚିତ୍ରାଙ୍ଗୀ ସହ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ଐତିହ୍ୟ ଭାବକୁ ପାଳନ କରୁଛି ଯାହା କଳା ଜରିଆରେ ଜୀବନ୍ତ ଓ ଉଦୀୟମାନ ହୋଇଛି। ଡିଜାଇନ ହେଉଛି ଏକ ଭାଷା ଯାହା ଜରିଆରେ ସୌନ୍ଦର୍ଯ୍ୟ ବଂଚି ରହିଛି ଓ ପ୍ରାସଙ୍ଗିକ ରହିଛି।
Comments are closed.