ଭାରତ ହେଉଛି ପ୍ରିମିୟମ୍ ଓ ସ୍ୱାସ୍ଥ୍ୟ ସଚେତନ: କ୍ରୋମା

Share It

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଂଶ ତଥା ଭାରତର ବିଶ୍ୱାସନୀୟ ଓମନିଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ବର୍ଷ ଶେଷ ଗ୍ରାହକ ଟ୍ରେଣ୍ଡ୍ ୨୦୨୫ ରିପୋର୍ଟ ଉନ୍ମୋଚନ କରାଯାଇଛି। କ୍ରୋମାର ଥିବା ଦେଶବ୍ୟାପୀ ବ୍ୟାପକ ପ୍ଲାଟଫର୍ମରେ ଭାରତୀୟ ଗ୍ରାହକମାନେ କିଭଳି ମଲ୍‌ଟି ବ୍ରାଣ୍ଡ୍ ବୃହତ୍ ଫର୍ମାଟ, ପ୍ରିମିୟମ ସୁବିଧା, ସ୍ମାର୍ଟ ପସନ୍ଦ ଓ ସ୍ୱାସ୍ଥ୍ୟ ସଚେତନ ଆପ୍ଲାଏନ୍‌ସେସ୍‌କୁ ଚୟନ କରୁଥିଲେ ତାହାକୁ ଏଥିରେ ପ୍ରଦର୍ଶିତ କରାଯାଇଛି।
ଅପ୍‌ଗ୍ରେଡ୍‌ର ମୂଳରେ ରହିଛି ସ୍ମାର୍ଟଫୋନ୍‌। ବିକ୍ରି ହୋଇଥିବା ପ୍ରତି ତିନି ଫୋନ୍ ମଧ୍ୟରୁ ଗୋଟିଏ ହେଉଛି ୨୦-୩୦ ହଜାର ଟଙ୍କାର ପ୍ରିମିୟମ୍ ବ୍ରାଣ୍ଡ୍ ଫୋନ୍ ଏବଂ ୫ରୁ ଅତିକମରେ ଗୋଟିଏ ହେଉଛି ପ୍ରିମିୟମ କିମ୍ବା ଫ୍ଲାଗସିପ୍ ବ୍ରାଣ୍ଡ୍‌୍ର। ୫୦ ହଜାର-୮୦ ହଜାର ଟଙ୍କିଆ ସ୍ମାର୍ଟଫୋନ୍ ବିକ୍ରିରେ ୩୦୦ ପ୍ରତିଶତ ବୃଦ୍ଧି ହୋଇଛି ଯାହା ପ୍ରଯୁକ୍ତିରେ ଭାରତୀୟଙ୍କ ନିବେଶର ଅଭିଳାଷକୁ ପ୍ରତିଫଳିତ କରୁଛି।
ଲାପ୍‌ଟପ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହୋଇଛି। ଏଆଇ ପିସି ଜେନ ଜି ଓ ଜେନ ଆଲ୍‌ଫାଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା। ଆପଲର ଏମ୪ ଚିପ ଓ ଏନଭିଡିଆର ଚିପ୍ ଚାହିଦାରେ ଥିବାବେଳେ ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀରେ ଏଆଇ ଲାପଟପ୍ ଅଧିକ ବିକ୍ରି ହୋଇଥିଲା। ଗ୍ରାହକମାନେ ଶକ୍ତିଶାଳୀ ନିରବଚ୍ଛିନ୍ନ କାର୍ଯ୍ୟ କରିହେଉଥିବା ଲାପଟପ୍ ଚୟନ କରିଥିଲେ। ଗେମିଂ ଲାପଟପ୍‌ରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଅତ୍ୟଧିକ ପତଳା ଲାପଟପ୍ ବିକ୍ରିରେ ୨ ଗୁଣାରୁ ଅଧିକ ବୃଦ୍ଧି ଘଟିଛି।
ଦେଶର ପରିବାରଗୁଡ଼ିକରେ ବଡ଼ ଟିଭିର ଗ୍ରହଣୀତା ବଢ଼ିଛି। ୬୫ ଇଂଚ ଟିଭି ବିକ୍ରିରେ ବେଙ୍ଗାଲୁରୁ ଆଗରେ ଥିବା ବେଳେ ମୁମ୍ବାଇରେ ବଡ଼ ୭୫ ଇଂଚ ଟିଭିର ଚାହିଦା ରହିଥିଲା। ଗୁରୁଗ୍ରାମରେ ଅଧିକ ୮-କେ ରେଡି ଟିଭି ବିକ୍ରି ହୋଇଥିଲା। ଅଡିଓ ମନୋରଂଜନରେ ଦିଲ୍ଲୀ ଏନସିଆର ଆଗରେ ରହିଥିଲା।
ଏ ସମ୍ପର୍କରେ ଇନଫିନିଟି ରିଟେଲ୍‌ର ପ୍ରବକ୍ତା କହିଛନ୍ତି ଯେ, “ଭାରତୀୟମାନେ କିଭଳି ସେମାନଙ୍କ ଘର ଓ ଜୀବନଶୈଳୀକୁ ଉନ୍ନତ କରିଛନ୍ତି ତାହା କ୍ରୋମାର ବର୍ଷ ଶେଷ ଡାଟାରେ ପ୍ରତିଫଳିତ ହୋଇଛି। ଆଜିର ଗ୍ରାହକମାନେ ବିଶ୍ୱାସୀ, ସୂଚନା ଆଧାରିତ ଓ ପ୍ରଯୁକ୍ତିରେ ନିବେଶ କରିବାକୁ ଆଗ୍ରହୀ ଯାହା ବୃହତ ସ୍କ୍ରିନ, ସ୍ମାର୍ଟ ଆପ୍ଲାଏନସେସ, ଶକ୍ତି ଅନୁକୂଳ ଶୀତଳତା କିମ୍ବା ସ୍ୱାସ୍ଥ୍ୟ ଆଧାରିତ ଉତ୍ପାଦରେ ଅଧିକ ମୂଲ୍ୟ ପ୍ରଦାନ କରଛି। ଏହି ଧାରା ଏକ ପରିପକ୍ୱ ବଜାରକୁ ପ୍ରତିଫଳିତ କରୁଛି ଯେଉଁଠାରେ ଅନୁଭବ, ପସନ୍ଦ ଓ ଦୀର୍ଘକାଳୀନ ୟୁଟିଲିଟି ପସନ୍ଦକୁ ଆଗକୁ ବଢ଼ାଇଛି।”
ସାମଗ୍ରିକ ଏସି ଚାହିଦାରେ ଦିଲ୍ଲୀ ଓ ମୁମ୍ବାଇ ଆଗରେ ରହିଛି। ଭାରତରେ ଶକ୍ତି ମିତବ୍ୟୟୀ ଏସିର ଚାହିଦା ବଢିଛି। ଦେଶରେ ବିକ୍ରି ହେଉଥିବା ପ୍ରତି ୪ ଏସିରୁ ଗୋଟିଏ ହେଉଛି ୫-ତାରକା ଏସି। ଦିଲ୍ଲୀ ଅଧିକ ପରିବେଶ ସଚେତନ ହୋଇଛି। ସେଠାରେ ବିକ୍ରି ହେଉଥିବା ପ୍ରତି ୩ରୁ ଗୋଟିଏ ହେଉଛି ୫-ଷ୍ଟାର ଏସି। ବିକ୍ରି ହୋଇଥିବା ୩୨ ପ୍ରତିଶତ ହେଉଛି ସ୍ମାର୍ଟ ଏସି। ଉତର ଭାରତରେ ସବୁଦିନିଆ ଏସିର ଚାହିଦା ବଢ଼ିଛି ଯେଉଁଥିରେ ଶୀତ ଦିନ ପାଇଁ ହିଟର ରହିଛି ଯାହା ୪୦ ପ୍ରତିଶତ କମ୍ ବିଦ୍ୟୁତ୍ ଉପଯୋଗ କରୁଛି।
ଫ୍ରଂଟ୍ ଲୋଡ୍ ୱାସିଂ ମେସିନ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଘଟିଛି। ବେଙ୍ଗାଲୁରୁ ଓ ପୁନେ ଏହି ପ୍ରିମିୟମ ଅପ୍‌ଗ୍ରେଡ୍‌ରେ ଆଗରେ ରହିଛନ୍ତି। ରେଫ୍ରିଜରେଟରରେ ସାଇଡ ବାଏ ସାଇଡ୍ ଡୋର୍ ମଡେଲ୍‌ରେ ଦିଲ୍ଲୀ ଆଗରେ ଥିବା ବେଳେ ତାପଛକୁ ରହିଛନ୍ତି ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ ଓ ଅହମଦାବାଦ।
ଏୟାର ଫ୍ରାୟର ବିକ୍ରିରେ ହୋଇଥିବା ୩୮ ପ୍ରତିଶତ ବୃଦ୍ଧି ଗ୍ରାହକଙ୍କ ଭିତରେ ସ୍ୱାସ୍ଥ୍ୟକୁ ନେଇ ବଢ଼ୁଥିବା ସଚେତନତାକୁ ଦର୍ଶାଉଛି। ଏହି ତାଲିକାରେ ମୁମ୍ବାଇ ଆଗରେ ରହିଛି। ଦିଲ୍ଲୀ-ଏନସିଆରରେ ଏୟାର ପ୍ୟୁରିଫାୟର ବିକ୍ରି ବଢ଼ିଥିବା ବେଳେ ମୁମ୍ବାଇ ଓ ବେଙ୍ଗାଲୁରୁରେ ଗ୍ରାହକଙ୍କ ଭିତରେ ମଧ୍ୟ ସ୍ୱାସ୍ଥ୍ୟ ସଚେତନତା ବଢ଼ିଛି। ୱାଟର ପ୍ୟୁରିଫାୟର ପାଇଁ ବେଙ୍ଗାଲୁରୁ, ମୁମ୍ବାଇ, ପୁଣେ ଓ ହାଇଦ୍ରାବାଦ ବଡ ବଜାର ଭାବେ ଉଭା ହୋଇଛି। ୨୦୨୫ରେ ଅଟୋମେଟେଡ୍ ଓ ରୋବୋଟିକ୍ ସମାଧାନ ବିକ୍ରିରେ ଦୁଇ ଗୁଣା ବୃଦ୍ଧି ଘଟିଛି।


Share It

Comments are closed.